ମଧୁମେହ ନ ହେବା ପାଇଁ ଆପଣାନ୍ତୁ ଏହି ଉପାୟ
ଦୈନନ୍ଦିନ ଜୀବନରେ ଆମେ ରୋଷେଇ ଘରେ ଅନେକ ସାମଗ୍ରୀ ବ୍ୟବହାର କରିଥାଉ | ତେବେ କିଛି ସାମଗ୍ରୀ ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବା ବେଳେ କିଛି ଥାଏ ଦେହ
ପାଇଁ କ୍ଷତିକାରକ । ଏହି କ୍ଷତିକାରକ ସାମଗ୍ରୀ ମଧ୍ୟରୁ କିଛିଟା ବସ୍ତୁ ତ୍ୟାଗ କରିବାକୁ କହିଛନ୍ତି ପ୍ରାକୃତିକ ଚିକିତ୍ସକ ତଥା ପଂଚଗବ୍ୟ ଚିକିତ୍ସା ଓ ଗବେଷକ ମାନେ ।
ତାଙ୍କ କହିବା କଥା ହେଉଛି ରୋଷେଇ ଘରେ ରହିଛି ୫ଟି ବିଷ । ୫ଟି ବିଷକୁ ରୋଷେଇ ଘରୁ ବାହାର କରି ଦିଅନ୍ତୁ। ଏହା କରିବା ଦ୍ଵାରା କେବଳ ଡାଇବେଟିସ ନୁହେଁ ଆପଣଙ୍କ ଜୀବନର ସମସ୍ତ ରୋଗ ଠିକ ହୋଇଯିବ |
ପ୍ରଥମ ବିଷ
ଅପମିଶ୍ରିତ ଅର୍ଥାତ୍ ମଇଦା ମିଶ୍ରିତ ଗହମ ଅଟା । ଏହା ବଦଳରେ ଆପଣ ବାଜରା, ମକା ଏବଂ ଯଅରେ ତିଆରି ଅଟା ଖାଇପାରିବେ |ଦ୍ଵିତୀୟ ବିଷ
ଆୟୋଡିନ ଲୁଣ | ଏହାକୁ କେବେ ବି ପ୍ରାକୃତିକ ଲୁଣ ବୋଲି କୁହାଯାଇପାରିବ ନାହିଁ । ଯୁକ୍ତି ହେଉଛି ଏହା ଯେ, ଯାହା ବିଜ୍ଞାନାଗାରରେ ତିଆରି ହୋଇଛି ତାକୁ ପ୍ରାକୃତିକ କୁହାଯିବ କେମିତି | ଆୟୋଡିନ ଲୁଣ ପରିତ୍ୟାଗ କରି ଆପଣ କଳା ଲୁଣ, ବଡ଼/ଗୋଟା ଲୁଣ ବ୍ୟବହାର କରିପାରିବେ | ଏହା ହିଁ ହେଉଛି ଶୁଦ୍ଧ ଲୁଣ ।ତୃତୀୟ ବିଷ
ହେଉଛି ଚିନି | ଚିନି ବିଭିନ୍ନ ରୋଗର ମୂଳ କାରଣ ହୋଇଥାଏ, ତେଣୁ ଚିନିକୁ ଛାଡ଼ି ଗୁଡ଼ ଖାଇବା ଅଭ୍ୟାସ କରନ୍ତୁ । ଆପଣ ଯଦି ମିଠା ଖାଇବାକୁ ଭଲ ପାଉଛନ୍ତି ତେବେ ଆଜିଠୁ ଚିନି ଛାଡ଼ି ଗୁଡ଼ ଖାଇବା ଅଭ୍ୟାସ କରନ୍ତୁ । ବିଦେଶୀମାନେ ଆମକୁ ଅନୁସରଣ କରି ଚିନିଛାଡ଼ିଲେଣି, କିନ୍ତୁ ଗୁଡ଼ ଆମକୁ ଗନ୍ଧ ହେଉଛି | ତେଣୁ ଆପଣ ଯଦି ମଧୁମେହ ରାକ୍ଷସ କବଳରୁ ବଂଚିବାକୁ ଚାହୁଁଛନ୍ତି ତେବେ ଚିନି ଛାଡ଼ନ୍ତୁ, ଗୁଡ଼ ଆପଣନ୍ତୁ । ଏପରିକି ଡାଇବେଟିସ୍ ରୋଗୀ ଗୁଡ଼ବାଲା ମିଠା ଖାଇପାରିବେ ବୋଲି ସେ ଦାବି କରିଛନ୍ତି । ଆଜିକାଲି ଗୁଡ଼ ପାଉଡର ମଧ୍ୟ ବଜାରରେ ମିଳିଲାଣି ।
ଚତୁର୍ଥ ବିଷ
ହେଉଛି ରିଫାଇନ ତେଲ | ରିଫାଇନ ତେଲ ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣାରେ କାରଣ ହୋଇଥାଏ | ରାଜସ୍ଥାନର ମହିଳା ମାନଙ୍କ ପାଖରେ ବିଶେଷ କରି ଏହି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖୁବାକୁ ମିଳିଥାଏ | ତେଲ ଏବଂ ଘିଅ ନାରେ ଆଜିକାଲି ସମସ୍ତେ ରିଫାଇନ ତେଲ ଏବଂ ବଟର ଅଏଲ ବ୍ୟବହାର କରୁଛନ୍ତି । ତେବେ ଏସବୁକୁ ପରିତ୍ୟାଗ କରି ଆପଣ ସୋରିଷ ତେଲ, ରାଶି ତେଲ, ରାଇ ତେଲ, ବାଦାମ ତେଲ ଆଦି ବ୍ୟବହାର କରିପାରିବେ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତକର | ଏହା ସହିତ ଦୁଇଟି ଜିନିଷ ଅଛି ଗୋଟିଏ ହେଉଛି ସୂର୍ଯ୍ୟମୂଖୀ ଏବଂ ଦ୍ୱିତୀୟଟି ହେଉଛି ସୋୟାବିନ | ଏହା ମଧ୍ୟ ଦେହ ପାଇଁ କ୍ଷତିକାରକ |ପ୍ରେସର କୁକର
ଘରେ ସମସ୍ତେ ଶୀଘ୍ର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ପ୍ରେସର କୁକରର ବ୍ୟବହାର କରନ୍ତି । କିନ୍ତୁ ଏହି ପ୍ରେସର କୁକର ଦେହ ପାଇଁ କ୍ଷତିକାରକ । ପ୍ରେସର କୁକର ଦ୍ୱାରା ଡାଲି ଆଦି ଖାଦ୍ୟ ଶିଝି ନଥାଏ ଏହା ଫାଟି ଯାଇଥାଏ । ତଳୁ ନିଆଁର ତାପ ଏବଂ ଉପରୁ ବାମ୍ଫ ଦ୍ୱାରା ଡାଲି ଶିଝି ନଥାଏ ଏହା ଫାଟି ଯାଇଥାଏ । ଏହା ଦେହ ପାଇଁ ପୁଷ୍ପିକର ନୁହେଁ । ତେଣୁ ପ୍ରେସର କୁକର ବ୍ୟବହାରକୁ ପରିତ୍ୟାଗ କରି ଫଟା ଖାଦ୍ୟ ବଦଳରେ ସିଝା
ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ ।
ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ ।
ଖାଦ୍ୟକୁ ବେଶୀ ଦିନ ପାଇଁ ସଂରକ୍ଷିତ କରି ରଖିବା ପାଇଁ ଆମେ ଅତିରିକ୍ତ ଖାଦ୍ୟକୁ ଫ୍ରିଜ୍ ରେ ରଖିଥାଉ | ଶରୀରକୁ ଅଗ୍ନିତତ୍ତ୍ୱର ଆବଶ୍ୟକତା ରହିଛି । ଫ୍ରିଜ୍ ର ସମସ୍ତ ବସ୍ତୁ ଶାରୀରିକ ଅଗ୍ନିକୁ ଖରାପ କରିଦିଏ | ଶରୀରରେ ଅଗ୍ନିତତ୍ତ୍ୱର ଅଭାବ ରହିଲେ ପାଚନ କ୍ରିୟା ଠିକ ଭାବରେ ହୁଏ ନାହିଁ, ଫଳରେ ପେଟରେ ଖାଦ୍ୟ ସଢିଯାଏ ଏବଂ ଗ୍ୟାସ ସମସ୍ୟା
ସୃଷ୍ଟି ହୁଏ । ପରେ ପାରାଲିସିସ୍ , ହାର୍ଟ ଆଟାକ, ବ୍ରେନ ହାମରେଜ, ଡାଇବେଟିସ ଭଳି ରୋଗ ହୋଇଥାଏ | ତେଣୁ ଫ୍ରିଜରେ ଖାଦ୍ୟଦ୍ରବ୍ୟ ସଂରକ୍ଷଣ କରନ୍ତୁ ନାହିଁ ବୋଲି ସେ
କହିଛନ୍ତି ।
ସୃଷ୍ଟି ହୁଏ । ପରେ ପାରାଲିସିସ୍ , ହାର୍ଟ ଆଟାକ, ବ୍ରେନ ହାମରେଜ, ଡାଇବେଟିସ ଭଳି ରୋଗ ହୋଇଥାଏ | ତେଣୁ ଫ୍ରିଜରେ ଖାଦ୍ୟଦ୍ରବ୍ୟ ସଂରକ୍ଷଣ କରନ୍ତୁ ନାହିଁ ବୋଲି ସେ
କହିଛନ୍ତି ।








0 Comments
Do you have any doubts or suggestions? Ask them here in the comments!