ଖରାପ ଅଭ୍ୟାସରୁ କିଡନି ରେ ସମସ୍ୟା

ଖରାପ ଅଭ୍ୟାସରୁ କିଡନି ରେ ସମସ୍ୟା

ସ୍ୱାସ୍ଥ୍ୟକର ଜୀବନ ବଞ୍ଚିବା ପାଇଁ ଆମମାନଙ୍କୁ ପ୍ରତିଦିନର ଦିନଚର୍ଯ୍ୟାରେ ସୁଧାର ଆଣିବା ନିହାତି ଦରକାର | ଆସନ୍ତୁ ଜାଣିବା ସେ ବିଷୟରେ..........


୧. ପାଣି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥଏ | କିନ୍ତୁ  ଦରକାରଠାରୁ ଅଧିକ କିମ୍ବା କମ ପାଣି ପିଇବା ଦ୍ୱାରା  ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ | ଦିନକୁ ୮-୧୦ଗ୍ଲାସ ପାଣି ପିଇବା ଦରକାର | ଏହା ଠାରୁ ଅଧିକ ପାଣି ପିଇଲେ କିଡ଼ନିକୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହାଦ୍ୱାରା  କିଡ଼୍‌ନି ଖୁବ୍‌ ଶୀଘ୍ର ଖରାପ ହେବାର ଆଶଙ୍କା ରହିଥାଏ |

୨. ଅଧିକ ମାତ୍ରରେ ପେନ୍‌ କିଲର ଖାଇବା ଦ୍ୱାରା ଏହା କିଡ଼୍‌ନି ଉପରେ ଖରାପ ପ୍ରଭାବ ପକାଇଥାଏ । ଶରୀରରେ ପେନ୍‌ କିଲରର ମାତ୍ରା ଅଧିକ ହେବା ଦ୍ୱାରା କିଡ଼ନିର ଥିବା କୋଷିକା ଗୁଡ଼ିକ ନଷ୍ଟ ହୋଇଯାଇଥାଏ ।

୩. ଖାଇବା ପ୍ରସ୍ତୁତ  ହେବା ପରେ ଯେଉଁ ଲୋକମାନେ ତା' ଉପରେ ଲୁଣ ପକାଇ ଖାଇଥାନ୍ତି । ସେମାନଙ୍କୁ କିଡ଼ନି ଜଡ଼ିତ ସମସ୍ୟା ହେବାର ଆଶଙ୍କା ଅଧିକ ରହିଥାଏ । ଏହା ଦ୍ୱାରା  ଶରୀରରୁ ସୋଡ଼ିୟମ ସହଜରେ ବାହାରି ନ ପାରି କିଡନି ଉପରେ ଖରାପ ପ୍ରଭାବ ପକାଇଥାଏ |

୪. କିଛି ଲୋକଙ୍କୁ ପରିଶ୍ରା ଲାଗିଲେ ସେମାନେ ପରିଶ୍ରା  ରୋକି ଦେଇଥାନ୍ତି । ଯାହାଦ୍ୱାରା  କିଡ଼ନି ଷ୍ଟୋନ  ହେବାର ସମସ୍ୟା ଦେଖା ଯାଇଥାଏ ।

Post a Comment

0 Comments