ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରହିଥିବା ପ୍ରତ୍ୟେକ ଜିନିଷର କିଛି ଶକ୍ତି ରହିଛି | ଏସବୁର ସକରାତ୍ମକ ଏବଂ ନକରାତ୍ମକ ଶକ୍ତି ଘରର ପରିବେଶ ଏବଂ ସଦସ୍ୟମାନଙ୍କୁ ବି ପ୍ରଭାବିତ କରିଥାଏ |ଏହା ମଧ୍ୟରୁ ଘରର ରଙ୍ଗ ଏବଂ ପରଦା ଅନ୍ୟତମ | ଘରକୁ ସୁନ୍ଦର ରୂପ ଏବଂ ଧୂଳି ଓ ଖରାରୁ ସୁରକ୍ଷା ଦେଉଥିବା ରଙ୍ଗ ଏବଂ ପରଦାର ବି ଏପରି ପ୍ରଭାବ ରହିଛି | ଏହି ସବୁ ବ୍ୟବହାର କରିବା ବେଳେ କିଛି କଥା ପ୍ରତି ଧ୍ୟାନ ଦିଅନ୍ତୁ | ହାଲ୍କା ରଙ୍ଗ ଆମର ସ୍ଵାସ୍ଥ୍ୟ ଓ ବ୍ୟବହାର ଉପରେ ଗଭୀର ପ୍ରଭାବ ପକାଇଥାଏ ।
ବାସ୍ତୁଶାସ୍ତ୍ର ଅନୁଯାୟୀ ଦିଗ ଓ ଘର ମାଲିକଙ୍କ ଜନ୍ମତିଥି ଅନୁସାରେ ଘରକୁ ରଙ୍ଗ କରାଯିବା ଉଚିତ। କାରଣ ପ୍ରତ୍ୟେକ ଦିଗ ପାଇଁ ଏକ ରଙ୍ଗ ଥାଏ। ହୋଇପାରେ ଏହା ଘରର ମାଲିକଙ୍କ ସହ ମେଳ ନ ଖାଇପାରେ। ସେଥିପାଇଁ ଘର ମାଲିକଙ୍କୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରକୁ ରଙ୍ଗ କରାଇବା ଜରୁରୀ।
ବନ୍ଧୁଗଣ ଘରର ପଞ୍ଚତତ୍ତ୍ୱ ଅନୁସାରେ ଆକାଶ ତତ୍ୱର ରଙ୍ଗ ଧଳା। ଜଳ ତତ୍ୱର ହେଉଛି ନୀଳ କଲର। ବାୟୁ ତତ୍ୱର ହେଉଛି ସବୁଜ କଲର। ଅଗ୍ନି ତତ୍ୱର ରଙ୍ଗ ହେଉଛି ନାଲି ଏବଂ ପୃଥିବୀ ତତ୍ୱର ରଙ୍ଗ ହେଉଛି ହଳଦିଆ। ଏହିପରି ଭାବରେ ତତ୍ତ୍ୱ ଅନୁସାରେ ଯେଉଁ ରଙ୍ଗ ଶୁଭ ଅଟେ ସେହି ରଙ୍ଗ ସେହି ଦିଗରେ ହେଲେ ଶୁଭ ହୋଇଥାଏ ଏବଂ ବିପରୀତ ରଙ୍ଗ କଲେ ଅଶୁଭ ହୋଇଥାଏ କ୍ଷତିକାରକ ହୋଇଥାଏ।
ଆମେ ଘରକୁ ରଙ୍ଗ କରିବା ଦ୍ୱାରା ଏହା କେବଳ ଘରର ସୌନ୍ଧର୍ଯ୍ୟ ବୃଦ୍ଧି କରିନଥାଏ ଆମ ମନ ଉପରେ ବି ଗଭୀର ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ କାନ୍ଥରେ ଲଗାଉଥିବା ରଙ୍ଗ ଘରେ ପଜେଟିଭ ଏନର୍ଜି ସହିତ ଶାରୀରିକ ସ୍ୱାସ୍ଥ୍ୟର ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ। ଆମ ଘରେ ଅନେକଗୁଡିଏ ବଖରା ଥାଏ, ସେହି ଅନୁସାରେ କେଉଁ ବଖରା ପାଇଁ କେଉଁ ରଙ୍ଗ ଉପଯୁକ୍ତ ଆସନ୍ତୁ ଜାଣିବା।
କାନ୍ଥରେ ଦିଆଯାଇଥିବା ରଙ୍ଗ
ଘରର କାନ୍ଥରେ ଦିଆଯାଇଥିବା ରଙ୍ଗ ମଧ୍ୟ ସକାରାତ୍ମକ ପ୍ରଭାବ ଆଣିଥାଏ। ତେଣୁ ଉତ୍ତର-ପୂର୍ବ ଦିଗରେ ଥିବା କାନ୍ଥରେ ହାଲ୍କା ନୀଳ ରଙ୍ଗ ଲଗାନ୍ତୁ। ଏହି ରଙ୍ଗ ରଚନାତ୍ମକ ଓ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ। ବାସ୍ତୁଶାସ୍ତ୍ରରେ ଦିଗ ଅନୁଯାୟୀ, ଏକ କଲର୍ଚାର୍ଟ୍ ରହିଥାଏ। ତାହାକୁ ଅନୁସରଣ କରିହେବ। ଏହା ଦ୍ବାରା ଘରେ ସୁଖସମୃଦ୍ଧି ବଢ଼ିବା ସହିତ ଆର୍ଥିକ ଉନ୍ନତି ହୋଇଥାଏ। ବାଥ୍ରୁମ୍ ଓ ରୋଷେଇ ଘରେ ଲାଲ୍ ରଙ୍ଗ ଦିଅନ୍ତୁ ନାହିଁ।
ଦିଗ ଅନୁଯାୟୀ ରଙ୍ଗ ବ୍ୟବହାର କରି ଘରର ପରିବେଶକୁ ସକାରାତ୍ମକ, ସମୃଦ୍ଧିଶାଳୀ ଏବଂ ଶାନ୍ତିପ୍ରଦ ରଖାାଇପାରିବ ସେ ସମ୍ପର୍କରେ ଜାଣନ୍ତୁ -
``````````````````````````
ଉତ୍ତର-ପୂର୍ବ (ଐଶାନ୍ୟ) ପାଇଁ ହାଲୁକା ନୀଳ,
ଉତ୍ତରପୂର୍ବ ଦିଗରେ ଜଳ ଅନୁକୂଳ ରଙ୍ଗ ତଥା ବୃହସ୍ପତିଙ୍କ ଶୁଭଦୃଷ୍ଟି ପାଇଁ ହଳଦିଆ ରଙ୍ଗ ବ୍ୟବହାର କରିହେବ ।
ପୂର୍ବ ଧଳା କିମ୍ବା ହାଲୁକା ନୀଳ,
ପୂର୍ବଦିଗ ଉଦିତ ସୂର୍ଯ୍ୟଙ୍କ ସ୍ଥିତି ଓ ଦକ୍ଷିଣ-ପୂର୍ବ ଅଗ୍ନି ସମ୍ପର୍କିତ ହୋଇଥିବାରୁ ଲାଲ୍, ହଳଦିଆ,କମଳା ଏବଂ କିଛି ଗୋଲାପି ରଙ୍ଗ ଉପଯୁକ୍ତ ହେବ ।
ବାୟୁ ତତ୍ୱର ଶୁଭ ରଙ୍ଗ ବିଷୟରେ। ଏହି ତତ୍ୱର ଶୁଭ ରଙ୍ଗ ହେଉଛି ସବୁଜ ରଙ୍ଗ। ଏହା ହେଉଛି ପୂର୍ବ ଦିଗର ତତ୍ତ୍ୱ ଅଟେ ତେଣୁ ପୂର୍ବ ଦିଗରେ ଘରର ସବୁଜ ରଙ୍ଗ କରିବା ଶୁଭ ହୋଇଥାଏ। କିନ୍ତୁ ଏହି ଦିଗରେ ଲାଇଟ ବ୍ଲୁ ଏବଂ ଅଫ ଧଳା କଲର କରିପାରିବେ କିନ୍ତୁ ହଳଦିଆ ଏବଂ ଲାଲ କଲର ଅଶୁଭ ହୋଇଥାଏ।
ଦକ୍ଷିଣ-ପୂର୍ବ ଦିଗ ଅଗ୍ନି ସହ ଜଡିତ। ତେଣୁ କମଳା, ଗୋଲାପୀ କିମ୍ବା ସିଲ୍ଭର ରଙ୍ଗ ଉର୍ଜା ବଢ଼ାଇବା ଲାଗି ବ୍ୟବହାର କରିପାରିବେ।
ଦକ୍ଷିଣ ଦିଗରେ ଲାଲ ଓ ହଳଦିଆ ରଙ୍ଗ ଦେଇପାରିବେ।
ଦକ୍ଷିଣ ଦିଗରେ ମଙ୍ଗଳ ଅଧିପତି ଥିବାରୁ ଲାଲ ରଙ୍ଗ ଅନୁକୂଳ । ଏଠାରେ ପୃଥ୍ୱୀ ତତ୍ତ୍ୱର ରଙ୍ଗ ମଧ୍ୟ ଉପଯୋଗୀ ।
ଦକ୍ଷିଣ ଦିଗ ଯାହାକି ଅଗ୍ନି ତତ୍ତ୍ୱ ଅଟେ। ଏହି ଅଗ୍ନି ତତ୍ୱର ରଙ୍ଗ ହେଉଛି ଲାଲ କଲର। ଏଣୁ ଏହି ଦିଗରେ ଭୁଲରେ ମଧ୍ୟ ବ୍ଲୁ କଲର କରିବା ଉଚିତ ହୋଇନଥାଏ। କାରଣ ଅଗ୍ନିକୁ ଜଳ ନଷ୍ଟ କରିଦେଇଥାଏ। ଯାହା ଫଳରେ କି ଏହି ଦକ୍ଷିଣ ଦିଗରେ ବ୍ଲୁ କଲର କରିଲେ ରୋଜଗାର ହାନି ହୋଇଥାଏ। ଧନୀ ଦରିଦ୍ର ହୋଇଯାଏ। କରଜରେ ବୁଡି ରହେ। ରୋଗ ଗ୍ରସ୍ତ ମଧ୍ୟ ହୋଇଥାଏ। ତେଣୁ ଏହି ଦକ୍ଷିଣ ଦିଗରେ ହଳଦିଆ କଲର କରିବା ଉଚିତ ହୋଇନଥାଏ। ଏହି ଦିଗରେ ଲାଲ ଲାଇଟ ଲାଲ ଗୋଲାପୀ ଅଫ ଧଳା ଏବଂ ଲାଇଟ ଗ୍ରୀନ କଲର କରିପାରିବେ।
ଦକ୍ଷିଣ-ପଶ୍ଚିମ(ନୈଋତ) ଦିଗରେ ଥିବା ଘରେ ଓଦା ମାଟି ରଙ୍ଗ, ହାଲୁକା ବ୍ରାଉନ୍ ରଙ୍ଗ ଦେଇପାରିବେ।
ଦକ୍ଷିଣ - ପଶ୍ଚିମ ପୃଥିବୀ ତତ୍ତ୍ୱର ଦିଗ ହୋଇଥିବାରୁ ସବୁଜ ରଙ୍ଗକୁ ବାଦ୍ ଦେଇ ଧୂଷର, ମାଟିଆ, ଇଷତ୍ ହଳଦିଆ ରଙ୍ଗ ଉପଯୋଗ କରିପାରିବେ ।
ପଶ୍ଚିମ ଦିଗ ବରୁଣଙ୍କର ଅଟେ। ତେଣୁ ନୀଳ ଓ ଧଳା ରଙ୍ଗ ସର୍ବଶ୍ରେଷ୍ଠ।
ପଶ୍ଚିମ ଦିଗ ଶନିଙ୍କର ହୋଇଥିବାରୁ ଏହି ସ୍ଥାନ ପାଇଁ କଳା ଏବଂ ନୀଳ ରଙ୍ଗ ଶୁଭଫଳ ଦେଇଥାଏ ।
ପଶ୍ଚିମ ଦିଗ ପୃଥିବୀ ତତ୍ୱର ହୋଇଥାଏ। ଏହି ଦିଗରେ ହଳଦିଆ ରଙ୍ଗ ଶୁଭ ହୋଇଥାଏ। ଏହି ଦିଗ ପାଇଁ ବ୍ଲୁ ଏବଂ ଗ୍ରୀନ କଲର ଅଶୁଭ ହୋଇଥାଏ। କିନ୍ତୁ ଲାଇଟ ପିଙ୍କ କଲର କରିପାରିବେ।
ଉତ୍ତର-ପଶ୍ଚିମ ଦିଗ ବାୟୁ ସହ ଜଡିତ। ତେଣୁ ଧଳା, ହାଲୁକା ଗ୍ରେ, କ୍ରିମ୍ ରଙ୍ଗ ପରଫେକ୍ଟ।
ଉତ୍ତର-ପଶ୍ଚିମ ଦିଗ ବାୟୁ କୋଣ ତଥା ଚନ୍ଦ୍ରଙ୍କ ଅଂଚଳ ହୋଇଥିବା ଯୋଗୁଁ ଧଳା, ରୁପେଲି ସହ ହାଲକା ନୀଳ ରଙ୍ଗ ବ୍ୟବହାର କରିହେବ ।
ଉତ୍ତର ଦିଗ ପାଇଁ ସବୁଜ ରଙ୍ଗ ଭଲ।
ଉତ୍ତର ଦିଗରେ ନୀଳ,ଧଳା ରଙ୍ଗ ବ୍ୟବହାର କରିପାରିବେ ।
ଘରର ଉତ୍ତର ଦିଗ ଏହା ଜଳ ତତ୍ତ୍ୱର ସ୍ଥାନ ଅଟେ। ତେଣୁ ଏହି ଉତ୍ତର ଦିଗ ପାଇଁ ନୀଳ ରଙ୍ଗ ଶୁଭ ହୋଇଥାଏ। ଏହି ଦିଗରେ କେବେବି ହଳଦିଆ ରଙ୍ଗ ଲାଲ ରଙ୍ଗ ଘରେ କରିବେ ନାହିଁ। କାରଣ ହଳଦିଆ ଏବଂ ଲାଲ ପୃଥିବୀ ଏବଂ ଅଗ୍ନି ତତ୍ୱର ରଙ୍ଗ ଅଟେ। ଯାହା ଫଳରେ କି ଜଳକୁ ଶୁଷ୍କ କରିଦେଇଥାଏ। ଏହା ଫଳରେ ଜୀବନ ଜୀବିକା ବା କ୍ୟାରିୟରରେ ବାଧା ଆଣିଥାଏ।
ସ୍ୱାସ୍ଥ୍ୟ ହାନି ହୋଇଥାଏ ଏଥିପାଇଁ ନୀଳ ରଙ୍ଗ କରିବା ଶୁଭ ହୋଇଥାଏ କିନ୍ତୁ ଏହା ପରିବର୍ତେ ଆପଣ ଧଳା ବା ସବୁଜ ରଙ୍ଗ ମଧ୍ୟ କରିପାରିବେ। କାରଣ ଆକାଶରୁ ଜଳ ସୃଷ୍ଟି। ଏଣୁ ଆକାଶ ତତ୍ୱର କଲର ଜଳ ତତ୍ୱର କରିପାରିବେ। ଜଳରୁ ବାୟୁ ସୃଷ୍ଟି। ତେଣୁ ଜଳ ତତ୍ୱରେ ବାୟୁ ତତ୍ୱର କଲର ମଧ୍ୟ କରିପାରିବେ।
ଆକାଶ ତତ୍ତ୍ୱ ବିଷୟରେ। ଏହାର ଶୁଭ ରଙ୍ଗ ହେଉଛି ଧଳା। ତେବେ ଘରର ଆକାଶ ଅଟେ। ଘରର ଛାତ ବା ସିଲିଂକୁ ଆକାଶ ତତ୍ତ୍ୱ ଧରାଯାଏ। ଏହି ସିଲିଂ ଆକାଶ ତତ୍ତ୍ୱ ହୋଇଥିବାରୁ ଏହି ସିଲିଂରେ ଧଳା ଏବଂ ଅଫ ଧଳା ଏବଂ ଲାଇଟ ବ୍ଲୁ କଲର ମଧ୍ୟ କରିପାରିବେ।
ଏହିପରି ଭାବରେ ଯଦି ସଠିକ ଦିଗରେ ସଠିକ ସ୍ଥାନରେ ସଠିକ କଲର କରାଯାଏ ତେବେ ଜୀବନରେ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।
```````````````
ମାଷ୍ଟର ବେଡ୍ରୁମ- ଏହା ଦକ୍ଷିଣ ପଶ୍ଚିମ ଦିଗରେ ରହିବା ଭଲ। ଆଉ ନୀଳ ରଙ୍ଗ ଦେବେ।
ଶୟନ କକ୍ଷ
ଶୋଇବା ଘର ନିମନ୍ତେ ହାଲୁକା ରଙ୍ଗର ଆବଶ୍ୟକତା ଥିବାରୁ ଏଠାରେ ଆପଣ ଗୋଲାପୀ, ନିଳ, ସବୁଜ, ଗ୍ରେ ଅଥବା ବାଇଗଣି ରଙ୍ଗ କରିପାରନ୍ତି। ଏହି ସବୁ ରଙ୍ଗ ପ୍ରେମ ଓ ଖୁସି ଦର୍ଶାଇଥାନ୍ତି ।
ଶୟନ କକ୍ଷରେ ସାମନ୍ୟ ନୀଳରଙ୍ଗ ଲଗାଯିବା ଦରକାର । କାରଣ ଏହା ରକ୍ତଚାପ କମ୍ କରିଥାଏ ଏବଂ ମସ୍ତିଷ୍କକୁ ଶାନ୍ତ ଦେଇଥାଏ । ଗୋଲାପୀ,ବାଇଗଣ ରଙ୍ଗ ମଧ୍ୟ ଲଗାଇ ପାରିବେ ।
ନିଜର ବଳ, ବିକ୍ରମ,ସାହାସ ଏବଂ ହଜମଶକ୍ତି ବଢାଇବା ଲାଗି ନାରଙ୍ଗୀ ରଙ୍ଗର ପ୍ରୟୋଗ କରିବା ଆବଶ୍ୟକ ।
ଏହାବ୍ୟତୀତ ଲାଲ ରଙ୍ଗ ଡାଇନିଂ ରୁମ୍ ପାଇଁ ଉପଯୁକ୍ତ । କାରଣ ଏହା ରୋମାନ୍ସ ଏବଂ ଭୋକକୁ ବୃଦ୍ଧି କରିଥାଏ ।
ଲାଲ ଗଙ୍ଗ ସହ ସବୁଜ ରଙ୍ଗ ମିଶାଇ ପ୍ରୟୋଗ କରାଗଲେ କୋଠରିରେ ସନ୍ତୁଳନ ଆସିବ ।
ଗେଷ୍ଟ ରୁମ୍/ଡ୍ରଇଂ ରୁମ୍-ଏହି ରୁମ୍ ଉତ୍ତର-ପଶ୍ଚିମ ଦିଗରେ ହେବା ଉଚିତ। ଆଉ ଧଳା ରଙ୍ଗ ଦେଲେ ଭଲ।
ଗୃହକୁ ପ୍ରବେଶ ବେଳେ ଆମକୁ ବୈଠକ ଘର ଦେଇ ଯିବାକୁ ହୁଏ। ତେଣୁ ଏହି ଘରର ରଙ୍ଗ ଏପରି ହେବା ଆବଶ୍ୟକ ଯେଉଁଥିରୁ ଆମକୁ ଏନର୍ଜିର ଅନୁଭବ ମିଳୁଥିବ। ବୈଠକ ଘର ପାଇଁ ସବୁଠୁ ଭଲ ରଙ୍ଗ ମଧ୍ୟରେ ଆପଣ ନିଳ, ସବୁଜ ଅଥବା ହଳଦିଆ ରଙ୍ଗକୁ ଚୟନ କରିପାରନ୍ତି। ତେବେ ବୈଠକ ଘରର ଗୋଟିଏ କାନ୍ଥକୁ ଯଦି ନାଲି ରଙ୍ଗରେ ରଙ୍ଗୀନ କରାଯାଏ ତେବେ କୌଣସି ଅସୁବିଧା ହେବ ନାହିଁ। ଏମିତିରେ ନାଲି ରଙ୍ଗରୁ ପ୍ରଚୁର ଏନର୍ଜି ବାହାରିଥାଏ।
ପିଲାଙ୍କ ରୁମ୍- ଉତ୍ତର-ପଶ୍ଚିମ ଦିଗ ଏହି ରୁମ୍ ପାଇଁ ଶ୍ରେୟସ୍କର। ଏହି ରୁମ୍କୁ ଧଳା ରଙ୍ଗ ଦେବା ଉଚିତ।
ପିଲାଙ୍କ ରୁମର ରଙ୍ଗ ଏପରି ହେବା ଆବଶ୍ୟକ ଯେପରି ପିଲାଙ୍କୁ ସଦା ସୁସ୍ଥତାର ଅନୁଭବ ଦେଉଥିବ। ଏଥିପାଇଁ ଆମେ ନାରଙ୍ଗୀ, ଗୋଲାପି, ନିଳ, ସବୁଜ ଅଥବା ଲାଭେଣ୍ଡର ରଙ୍ଗ ଲଗାଇପାରିବା। ସେହିପରି ଷ୍ଟଡି ରୁମ ପାଇଁ ସବୁଜ, ନିଳ, ଲାଭେଣ୍ଡର ଓ ଲାଇଟ୍ ପର୍ପଲ ଭଳି ରଙ୍ଗ ଉପଯୁକ୍ତ ହୋଇପାରେ। କାହିଁକି ନା ଏଠାରେ ପଜେଟିଭିଟି ଓ ଖୁସିର ମାହୋଲ ରହିବା ଦରକାର। ରୋଷେଇ ଘର ନିମନ୍ତେ ଧଳା, ହଳଦିଆ, ସବୁଜ, ଗୋଲାପି, ନାରଙ୍ଗୀ ଓ ଗୋଲାପୀ ରଙ୍ଗର ବି ବ୍ୟବହାର ହୋଇପାରେ।
ରୋଷେଇ ଘର- ଦକ୍ଷିଣ ପୂର୍ବ ଦିଗରେ ଏହି ରୁମ୍ କରିବା ଉଚିତ। ଆଉ ଏହି ରୁମ୍ର କାନ୍ଥ ରଙ୍ଗ କମଳା ଓ ଲାଲ କରନ୍ତୁ।
ସେହିପରି ଖାଇବା ଘର ବା ଡାଇନିଂ ରୁମ ପାଇଁ ଆପଣ ସବୁଜ, ହଳଦିଆ ଅଥବା ନିଳ ରଙ୍ଗର ବ୍ୟବହାର କରିପାରନ୍ତି। କାରଣ ଡାଇନିଂ ରୁମ ପାଇଁ ଶାନ୍ତି, ସମୃଦ୍ଧି ଓ ଖୁସି ସହ ଶାନ୍ତ ବାତାବରଣ ସୃଷ୍ଟି କରିପାରୁଥିବା ରଙ୍ଗର ଆବଶ୍ୟକତା ଥାଏ। ଏଣୁ ଏଭଳି ରଙ୍ଗ ବ୍ୟବହାର କଲେ କୌଣସି ଅସୁବିଧା ହୁଏନି।
ଘର ବାହାରର ରଙ୍ଗ- ହାଲୁକା ହଳଦିଆ, ଅଫ୍ ହ୍ବାଇଟ୍, ହାଲୁକା ଗୋଲାପୀ କମଳା ରଙ୍ଗ ସବୁ ରାଶି ପାଇଁ ଭଲ ା ତେଣୁ ଏହାକୁ ଦେଇପାରିବେ।
ଘରଥିଲେ ଅତିଥି ଆସିବା ଟା ତ ନିଶ୍ଟିତ। ଏଣୁ ଘରେ ଯଦି ଅତିଥି କକ୍ଷ ଥାଏ ଓ ଆପଣଙ୍କ ଅତିଥିଙ୍କ ରାଜକୀୟ ସତ୍କାର ନିମନ୍ତେ ଆଗ୍ରହୀ ତେବେ ତାଙ୍କ ରୁମର ସାଜ ସଜା ମଧ୍ୟ ସେହି ଅନୁରୂପ ହେବା ଆବଶ୍ୟକ। ଏଥି ପାଇଁ ଆପଣ ବଖରାକୁ ହାଲୁକା ହଳଦିଆ, ନାରଙ୍ଗୀ, ଲାଭେଣ୍ଡର, ନିଳ ଅଥବା ସବୁଜ ରଙ୍ଗ କରିପାରନ୍ତି। ଫଳରେ ଘର ପ୍ରତ୍ୟେକ ଭାଗ ଉର୍ଜାରେ ଭରି ରହିବା ସହ ସୁନ୍ଦରତା ମଧ୍ୟ ରହିବ। ତେବେ ଘରକୁ ଉର୍ଜାବାନ ଓ ପଜେଟିଭିଟିରେ ଭରିବାକୁ ଚାହୁଁଥିଲେ ପ୍ରତି କକ୍ଷ ଅନୁସାରେ ରଙ୍ଗର ନିଶ୍ଟିତ ଚୟନ କରନ୍ତୁ।
ବାହ୍ୟ କାନ୍ଥ ପାଇଁ ରଙ୍ଗ କିପରି ବାଛିବେ? (ଗୃହର ବାହ୍ୟ ଅଂଶ ପାଇଁ ରଙ୍ଗ)
ଆପଣଙ୍କ ଘରର ନିର୍ମାଣ ଯାତ୍ରାରେ ସବୁଠାରୁ ରୋମାଞ୍ଚକ ପର୍ଯ୍ୟାୟ ମଧ୍ୟରୁ ଗୋଟିଏ ହେଉଛି - ଆପଣଙ୍କ ଘର ପାଇଁ ରଙ୍ଗ ଚୟନ କରିବା । ଆପଣ ଚୟନ କରିଥିବା ରଙ୍ଗ ଅନେକ ମାତ୍ରାରେ ଆପଣଙ୍କ ଘରର ରୂପକୁ ନିର୍ଦ୍ଧାରିତ କରିବ । ଏବଂ ଏପରି ଅନେକ କାରକ ଅଛି, ଯାହା ବାହ୍ୟ ଘର ପେଣ୍ଟ୍ ରଙ୍ଗର ପସନ୍ଦ ଓ ଦୃଷ୍ଟିକୋଣକୁ ପ୍ରଭାବିତ କରିଥାଏ । ତେଣୁ ଆମେ ଆପଣଙ୍କ ପାଇଁ କେତୋଟି ଟିପ୍ସ ନେଇଆସିଛୁ, ଯାହାକୁ ଧ୍ୟାନରେ ରଖି ଆପଣ ସଠିକ୍ ରଙ୍ଗ ଚୟନ କରିପାରିବେ ।
ସାଧାରଣତଃ ଘରର ଅଲଗା ଅଲଗା ସ୍ଥାନ ଅଲଗା ଅଲଗା ଗ୍ରହକୁ ନିୟନ୍ତ୍ରଣ କରିଥାଏ । ଏହାବ୍ୟତିତ ସେଠାରେ ଗ୍ରହର ସଠିକ୍ ରଙ୍ଗ ବ୍ୟବହାର କରିବା ଦ୍ୱାରା ଗ୍ରହ ମଜବୁତ ହୋଇଥାଏ । ସଠିକ୍ ସ୍ଥାନରେ ସଠିକ୍ ରଙ୍ଗ ବ୍ୟବହାର କରି ଦ୍ୱାରା ଗ୍ରହର ସନ୍ତୁଳନ ଏବଂ ସୁଖ ଶାନ୍ତି ବଳବତ୍ତର ରହିବ । କିନ୍ତୁ ଆପଣ ଜାଣିଛନ୍ତି କି ଘରେ ଭୁଲ ରଙ୍ଗ ବ୍ୟବହାର କରିବା ଦ୍ୱାରା ଗ୍ରହର ଓଲଟା ପ୍ରଭାବ ପଡିଥାଏ । ଏହାସହିତ ବିନା କାରଣରେ ଆପଣ ସମସ୍ୟାରେ ପଡିପାରନ୍ତି । ତେବେ ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ କେଉଁ ରଙ୍ଗ ବ୍ୟବହାର କରିବା ଉଚିତ୍ ।
ଘରର ମୁଖ୍ୟ ଦ୍ୱାର: ଘରର ମୁଖ୍ୟ ଦ୍ୱାରରେ ସୂର୍ଯ୍ୟଙ୍କ ସହ ସମ୍ବନ୍ଧ ରହିଛି । ଏହି ସ୍ଥାନର ରଙ୍ଗ ହଳଦିଆ ହେବା ଉଚିତ୍ । ଯଦି ଆପଣ ସ୍ଥାନରେ କଳାରଙ୍ଗ ବ୍ୟବହାର କରିବେ ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ।
ଘରର ଲିଭିଙ୍ଗ୍ ଏରିୟା: ଏହି ସ୍ଥାନରେ ଚନ୍ଦ୍ରମାଙ୍କର ସମ୍ବନ୍ଧ ରହିଛି । ଲିଭିଙ୍ଗ ଏରିୟାର ରଙ୍ଗ ଚମକଦାର ହେବା ଉଚିତ୍ । ସେଥିପାଇଁ ଏହି ସ୍ଥାନରେ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ । ସେହିପରି ଫିକା ହଳଦିଆ, ଗୋଲାପି ଏବଂ ବାଇଗଣି ରଙ୍ଗ ବି ଏହି ସ୍ଥାନ ପାଇଁ ଉପଯୁକ୍ତ । କିନ୍ତୁ ଲାଲ ଏବଂ ସବୁଜ ରଙ୍ଗ ଏହି ସ୍ଥାନରେ ବ୍ୟବହାର କରନ୍ତୁ ନାହିଁ ।
ରୋଷେଇ ଘର: ଏହି ସ୍ଥାନରେ ମଙ୍ଗଳ ଏବଂ କିଛି ଅର୍ଥରେ ସୂର୍ଯ୍ୟଙ୍କ ସହ ସମ୍ବନ୍ଧ ରହିଛି । ସେଥିପାଇଁ ଏହି ସ୍ଥାନରେ ହଳଦିଆ ଏବଂ ନାରଙ୍ଗୀ ରଙ୍ଗ ଶୁଭ । ଏହି ସ୍ଥାନରେ ବିଲକୁଲ୍ ଗାଢା ରଙ୍ଗ ବ୍ୟବହାର କରନ୍ତୁ ନାହିଁ ।
ଶୟନକକ୍ଷ: ଏହି ସ୍ଥାନରେ ଶୁକ୍ର ଏବଂ ଶନିଙ୍କ ସମ୍ବନ୍ଧ ରହିଛି । ସେଥିପାଇଁ ଏହି ସ୍ଥାନରେ ଥଣ୍ଡା ରଙ୍ଗ ପ୍ରୟୋଗ କରିବା ଲାଭକାରୀ ହେବ । ଯେପରିକି ଗୋଲାପି, ହାଲୁକା ସବୁଜ ଏବଂ କ୍ରିମ ରଙ୍ଗ ଶୁଭ ହୋଇଥାଏ । ଏଠାରେ ଲାଲ ଏବଂ ନୀଳ ରଙ୍ଗ ବ୍ୟବହାର କରନ୍ତୁ ନାହିଁ ।
ବାଥରୁମ୍: ଏହି ସ୍ଥାନରେ ରାହୁ ଏବଂ କେତୁର ସମ୍ବନ୍ଧ ରହିଛି । ସେଥିପାଇଁ ଏହି ସ୍ଥାନରେ ଧଳା ଏବଂ ନୀଳ ରଙ୍ଗ ବ୍ୟବହାର କରିବା ଶୁଭ ହୋଇଥାଏ ।
```````````````````````
ହଳଦିଆ ରଙ୍ଗ ମନକୁ ଶାନ୍ତି ରଖିଥାଏ। ଘରର ଡ୍ରଇଂ ରୁମ, ଅଫିସ ଆଦି କାନ୍ଥକୁ ହଳଦିଆ ରଙ୍ଗ ପେଣ୍ଟ କରାଇଲେ ଶୁଭ ହୋଇଥାଏ।
୨. ଯଦି ଆପଣ ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରିବାକୁ ଚାହାଁନ୍ତି, ତା’ହେଲେ ଉତ୍ତର କାନ୍ଥରେ ସବୁଜ ରଙ୍ଗ ରଙ୍ଗେଇବା ଉଚିତ। ଘରର ଉତ୍ତର ଦିଗ ଆର୍ଥିକ ସମ୍ପନ୍ନତାର ପ୍ରତୀକ ହୋଇଥାଏ।
୩. ଘରର କବାଟ, ଝରକା ଆଦିରେ ଗାଢ଼ ରଙ୍ଗ ଦେବା ଉଚିତ। ଡାର୍କ ବ୍ରାଉନ ସବୁଠାରୁ ଭଲ ବିକଳ୍ପ।
୪. ଘରେ ଅଧିକତର ହାଲୁକା ରଙ୍ଗ ଦେବା ଉଚିତ। ଗାଢ଼ ରଙ୍ଗ ସମସ୍ତଙ୍କୁ ସୁଟ କରି ନ ଥାଏ।
ଡ୍ରଇଂ ରୁମରେ ଆକାଶୀ, ହାଲୁକା ସବୁଜ କିମ୍ବା ଗୋଲାପୀ ରଙ୍ଗ କରାଇବା ଉଚିତ। ରୋଷେଇ ଘରେ ଧଳା ରଙ୍ଗ କରିବା ବହୁତ ଶୁଭ ହୋଇଥାଏ। ବେଡରୁମରେ ହାଲୁକା ସବୁଜ, ଆକାଶୀ, ଗୋଲାପୀ ଭଳି ରଙ୍ଗ ବ୍ୟବହାର କରିପାରିବେ। ଡାଇନିଂ ରୁମରେ ଗୋଲାପୀ, ଧଳା ଏବଂ କ୍ରିମ ରଙ୍ଗ ସବୁଠାରୁ ଭଲ ମାନିଥାଏ।


0 Comments
Do you have any doubts or suggestions? Ask them here in the comments!