ହେଲଦି ଆଣ୍ଡ ଫ୍ରେଶ୍
ଯଦି ଆପଣ ସର୍ବଦା ଫିଟ୍ ଆଣ୍ଡ ଫ୍ରେଶ୍ ରହିବାକୁ ଚାହୁଁଛନ୍ତି, ତା' ହେଲେ ନିମ୍ନରେ ଦିଆଯାଇଥିବା କେତୋଟି ଗୁରୁତ୍ବପୂର୍ଣ୍ଣ ଟିପ୍ସକୁ ଆପଣାନ୍ତ ନା, ଦେଖିବେ ଏହାର ସୁଫଳ ଖୁବ୍ ଶୀଘ୍ର ଆପଣ ପାଇଯିବେ..............
ଶୀଘ୍ର ଉଠନ୍ତୁ ଓ ଶୀଘ୍ର ଶୁଅନ୍ତୁ
ଯୋଗ କରନ୍ତୁ ଫିଟ୍ ରୁହନ୍ତୁ
ସକାଳୁ ଉଠି ଅତି କମ୍ ରେ ୧୦ ମିନିଟ୍ ଯୋଗ କଲେ ପୁରା ଦିନ ଭଲରେ କଟିବ । ଯଦି ପ୍ରତିଦିନ ଏହି ଅଭ୍ୟାସ କରାଯାଏ ତା'ହେଲେ ବ୍ଲଡ଼୍ ପ୍ରେସର, ସୁଗାର ତଥା ଅନ୍ୟ କେତେକ ରୋଗ ଆପଣଙ୍କ ପାଖ ଆଦୌ ମାଡିବ ନାହିଁ ।
ଥଣ୍ଡା ପାଣି ରେ ଗାଧୋଇବେ
ଅନେକେ କୁହନ୍ତି , ଗରମପାଣିରେ ଗାଧୋଇ ସାରିଲା ପରେ ନିଦ ଭଲରେ ହୋଇଥାଏ କିନ୍ତୁ ଯଦି ଆପଣ ଅଫିସ୍ କୁ ଯିବା ପାଇଁ ପ୍ରସ୍ତୁତ ହେଉଥାନ୍ତି, ତା'ହେଲେ ଗରମ ପାଣି ନୁହଁ ବରଂ ଥଣ୍ଡା ପାଣିରେ ଗାଧାନ୍ତୁ । ଥଣ୍ଡା ପାଣିରେ ଗାଧୋଇଲେ ଶରୀରରେ ବ୍ଲଡ୍ ସର୍କୁଲେଶନ୍ ଭଲରେ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହା ସହିତ ଅନେକ ସମୟ ପର୍ଯ୍ୟନ୍ତ ଆପଣ ପ୍ରେଂଶ୍ ଅନୁଭବ କରିଥାନ୍ତି । ତେଣୁ ଏବେଠାରୁ ପ୍ରତିଦିନ ଥଣ୍ଡା ପାଣିରେ ଗାଧୋଇବାକୁ ଅଭ୍ୟାସ କରନ୍ତୁ ନା ।ଖାଦ୍ୟରେ ଦହି ସାମିଲ କରିବେ
ଡେଲି ଡାଏଟ୍ ରେ ଦହି ସାମିଲ କରିବାଦ୍ବାରା କେବଳ ଚେହେରା ଉଜ୍ଜ୍ବଳ ଦେଖାଯାଏ ନାହିଁ, ଏଥିସହିତ ଆପଣ ଅନେକ ରୋଗ ଯେମିତିକି--ଗ୍ୟାସ୍, ଲୋ ବ୍ଲଡ଼୍ ପ୍ରେସର, କୋଲେଷ୍ଟେରଲ୍ ଆଦିରୁ ସହଜରେ ମୁକ୍ତି ପାଇପାରିବେ ।
ଅଧିକ ସମୟ ବସନ୍ତୁ ନାହିଁ
ଯଦି ଆପଣଙ୍କୁ ଅଫିସ୍ ରେ ବହୁତ ସମୟ ପର୍ଯ୍ୟନ୍ତ କେବଳ ବସିକି କାମ କରିବାକୁ ପଡୁଛି, ତା' ହେଲେ ଏହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ନିଶ୍ଚୟ ପକାଇବ । ତେଣୁ ମଝିରେ ମଝିରେ ସିଟ୍ ରୁ ଉଠିକି ଅଫିସ୍ ଭିତରେ ଟିକେ ଚଲାବୁଲା କରନ୍ତୁ ନା, ଦେଖିବେ ଆପଣଙ୍କୁ ଖୁବ୍ ରିଲାକ୍ସ ଲାଗିବ ।








0 Comments
Do you have any doubts or suggestions? Ask them here in the comments!