ଫିଟ୍ ରଖିବ ଉଷୁମ ପାଣି
ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଜଳ ଅନିବାର୍ଯ୍ୟ । ସୁସ୍ଥ ଶରୀର ପାଇଁ ଦିନକୁ ୩-୪ ଲିଟର ପାଣି ପିଇବା ଆବଶ୍ୟକ । ଏହା ସାଙ୍ଗକୁ ସକାଳୁ ଏକ ଲିଟର ଉଷୁମ ପାଣି ଶରୀରର ଯାବତୀୟ ସମସ୍ୟାକୁ ଦୂର କରି ଏକଦମ୍ ଫିଟ୍ ରଖିବାରେ ସହାୟକ ହୋଇଥାଏ । ଏଥିପାଇଁ କୌଣସି ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । କେବଳ ୨ ମିନିଟ୍ ପାଣି ଉଷୁମ କରି ପିଇବେ ଆଉ ସୁସ୍ଥ ରହିବେ ।
ଉଷୁମ ପାଣିରେ କି କି ସମସ୍ୟା ଦୂର ହୋଇପାରିବ ଆସନ୍ତୁ ଜାଣିବା...........
ପାଚନ କ୍ରିୟା ସୁଦୃଢ
ଯଦି ଖାଦ୍ୟ ହଜମ ହେଉନଥାଏ, ବଦହଜମି ହେଉଥିଲେ, ତାହାହେଲେ ଜାଣିବେ ଯେ ପାଚନ କ୍ରିୟା ସୂଚାରୁ ରୂପେ କାର୍ଯ୍ୟକାରୀ ହେଉନାହିଁ । ଏଥିପାଇଁ ବ୍ୟସ୍ତ ନହୋଇ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ । ପ୍ରତିଦିନ ସକାଳୁ ଉଷୁମ ପାଣି ପିଇଲେ ଏହା ପାଚନ କ୍ରିୟାର ଗ୍ରନ୍ଥିକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିଥାଏ । ଏହା ଖାଦ୍ୟ କୁ ନମନୀୟ କରିଦିଏ । ଫଳରେ ପାଚନ କ୍ରିୟା ଉପରେ ଅଧିକ ଚାପ ପଡେନାହିଁ । ପାଚନ ପଦ୍ଧତିର କମ୍ ଶକ୍ତି ପ୍ରୟୋଗ ରେ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ । ଏହାଦ୍ୱାରା ଛାତି ଜଳାପୋଡା ମଧ୍ୟ ଦୂର ହୋଇଥାଏ ।
କୋଷ୍ଠକାଠିନ୍ୟ ଦୂର
ପ୍ରତିଦିନ ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ ଅନ୍ତତନ୍ତ୍ର କାର୍ଯ୍ୟକାରୀ ହୋଇଥାଏ ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଯିବ । ଅଳ୍ପ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖାଯାଏ । ଗରମ ପାଣି ପିଇବା ଦ୍ୱାରା ପେଟରେ ଥିବା ମଇଳା ନମନୀୟ ହୋଇ ବାହାରିଯାଏ । ଉଷୁମ ପାଣି ରେ ଲେମ୍ବୁ ଚିପୁଡ଼ି ପିଇଲେ ବହୁତ ଭଲ ।
ଉତ୍ତମ ଶ୍ଵାସକ୍ରିୟା
ଶ୍ଵାସକ୍ରିୟା ନଳୀକୁ ସଫା ରଖିବାରେ ଉଷୁମ ପାଣି ସହାୟକ ହୋଇଥାଏ । ଥଣ୍ଡାରୁ କଫ ଜମି ଶ୍ଵାସକ୍ରିୟାରେ ଅସୁବିଧା ହେଲେ ଉଷୁମ ପାଣି ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଉଷୁମ ପାଣି ବଦଳରେ ମଧ୍ୟ ଖାଡା କରି ପିଇ ପାରିବେ । ଉଷୁମ ପାଣିରେ ଲୁଣ ମିଶାଇ ଗାର୍ଗିଲିଂ କୁଲେ ଗଳା ସଂକ୍ରମଣରୁ ରକ୍ଷା ମିଳିଥାଏ । ରାତିରେ ଶୋଇବା ପୁର୍ବରୁ ଏପରି କଲେ ଶୋଇବା ସମୟରେ ଶ୍ୱାସକ୍ରିୟା ରେ ଅସୁବିଧା ହେବ ନାହିଁ ।
ନାକ ଖୋଲିଯାଏ
ଥଣ୍ଡା ହୋଇଥିଲେ ନାକ ବନ୍ଦ ହୋଇଯାଏ । ନିଶ୍ଵାସ ଏବଂ ପ୍ରଶ୍ଵାସ ଠିକ୍ ରେ ଯା ଆସ କରେ ନାହିଁ । ଥଣ୍ଡାରୁ ନାକରେ ପାଣି ଜମାଟ ବାନ୍ଧେ । ଏପରି ସ୍ଥଳେ ଉଷୁମ ପାଣି ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଉଷୁମ ପାଣି ପିଇବା ଦ୍ୱାରା ନାକରେ ଜମାଟ ବାନ୍ଧି ଥିବା ସିଙ୍ଗାଣି ଖୋଲିଯାଏ । ମଇଳା ମଧ୍ୟ ବାହାରିଯାଏ । ଏହା ଦ୍ୱାରା ନିଶ୍ଵାସ ପ୍ରଶ୍ଵାସ ଠିକ୍ ଭାବରେ ଚାଲିଥାଏ ।
ଓଜନ ହ୍ରାସ
ଉଷୁମ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ବୃଦ୍ଧି ପାଏ । ଏହା ମେଟାବୋଲିକ୍ 24% ସ୍ତରକୁ ବଢାଏ । ମେଟାବୋଲିକ୍ ସ୍ତର ବଢିବା ଦ୍ୱାରା ଶରୀରରୁ ଅଧିକ କ୍ୟାଲୋରୀ ହ୍ରାସ ପାଏ। ସକାଳୁ ଉଷୁମ ପାଣି ରେ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ଚର୍ବି ହ୍ରାସ ହୋଇଥାଏ।ଏକ୍ସରସାଇଜ୍ ଓ ଯୋଗ କରିବା ଦ୍ଵାରା ଓଜନ ହ୍ରାସ ପାଇଥାଏ ସତ ହେଲେ ଉଷୁମ ପାଣି ପିଇବା ଦ୍ୱାରା ଚର୍ବି ଶୀଘ୍ର ହ୍ରାସ ହୋଇ ଓଜନ କମିଯାଏ ।
ବିଷାକ୍ତ ଦ୍ରବ୍ୟ ଦୂର
ଉଷୁମ ପାଣି ପିଇବା ଦ୍ୱ|ରା ଶରୀରରେ ଥିବା ବିଷାକ୍ତ ଦ୍ରବ୍ୟ ପରିସ୍ରା ଦେଇ ବାହାରିଯାଏ | ଉଷୁମ ପାଣି ପିଇବା ଦ୍ୱରା ଶରୀରର ତାପମାତ୍ରା ବୃଦ୍ଧି ପାଏ | ଏହାଦ୍ୱାରା ଶରୀରରୁ ଝାଳ ବାହାରେ | ବିଷାକ୍ତ ଦ୍ରବ୍ୟ ଶରୀରରୁ ଝାଳ ଆକାରରେ ମଧ୍ୟ ବାହାରି ଯାଏ | ପ୍ରତିଦିନ ଉଷୁମ ପାଣି ପିଇବା ଦ୍ୱରା ଶୁଷ୍କ ତ୍ୱଚା କୋମଳ ହୋଇଯାଏ | ଉଷୁମ ପାଣିରେ ରକ୍ତ ସଞ୍ଚାଳନ ବୃଦ୍ଧି ହେତୁ ତ୍ୱଚାରେ ଚମକ ଆସେ | ବିଶେଷ କରି ତ୍ୱଚାରୁ ମୃତ କୋଷକୁ ଦୂର କରି ନୂତନ କୋଷ ତିଆରି କରେ | ଯାହା ତ୍ୱଚାରେ ବୟସର ଛାପ କୁ ପକାଇ ଦିଏନାହିଁ |







0 Comments
Do you have any doubts or suggestions? Ask them here in the comments!