ଡାଳିମ୍ବ ର ଉପକାରିତା
ଡାଳିମ୍ବ ଏକ ସ୍ୱାଦିଷ୍ଟ ଫଳ |ଏହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ | ଏହାର ଫୁଲ, ଫଳ ଓ ପତ୍ର ଏପରିକି ଚୋପାରେ ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି |
- ଡାଳିମ୍ବ ଦାନା ହାଡ଼କୁ ମଜଭୁତ କରେ |
- ରସ ମଧୁମେୟ ଓ ହୃଦରୋଗକୁ ନିୟନ୍ତ୍ରଣ କରେ |
- ଚୋପା ମୁଖ ଦୃର୍ଗନ୍ଧ ଦୂର କରେ |
- କର୍କଟ ରୋଗକୁ ପ୍ରତିରୋଧ କରିବାର କ୍ଷମତା ଡାଳିମ୍ବର ରହିଛି |
- ପାଚନକ୍ରିୟାକୁ ସରଳ କରିବା ସହ ଏହା କାମଳ ରୋଗର ମଧ୍ୟ ପ୍ରତିରୋଧକ |
ଡାଳିମ୍ବ ରସ --->
- ପ୍ରତିଦିନ 100 ଗ୍ରାମ ଡାଳିମ୍ବ ରସ ପିଇଲେ ହୃଦଯନ୍ତ୍ର,ଆମାଶୟ,ଯକୃତ ଓ ଅନ୍ତନାଡି ସୁସ୍ଥ ରୁହେ |
- 200 ଗ୍ରାମ ଡାଳିମ୍ବ ରସ ସହ 300ଗ୍ରାମ ଚିନି ମିଶାଇ ତାକୁ ଅଳ୍ପ ଆଞ୍ଚରେ ଫୁଟାଇ ତା'ର ଶିରା ପ୍ରସ୍ତୁତ କରନ୍ତୁ | ସେଥିରୁ 25 ରୁ 30 ଗ୍ରାମ ନେଇ ସର୍ବତ କରନ୍ତୁ ଏବଂ ତାକୁ ନେଇ କାମଳ ରୋଗୀଙ୍କୁ ଦିଅନ୍ତୁ | ଉପଶମ ମିଳିବ |
- 100ଗ୍ରାମ ଡାଳିମ୍ବ ରସ ସହ ଅଳ୍ପ ପରିମାଣର ସୈନ୍ଧବ ଲୁଣ ମିଶାଇ ପିଇଲେ ଅରୁଚି ଦୂର ହେବ ଏବଂ ପାକକ୍ରିୟା ସ୍ୱାଭାବିକ ହେବ |ଖାଦ୍ୟ ସହଜରେ ହଜମ ହେବ |
- ଛୋଟ ଛୁଆଙ୍କୁ କାଶ ହେଉଥିଲେ ଡାଳିମ୍ବ ଦାନାରେ ଛେଳିକ୍ଷୀର ମିଶାଇ ବାଟି ଦିଅନ୍ତୁ ଏବଂ ତାକୁ ଛୁଆକୁ ଛାତି ଦିଅନ୍ତୁ | କାଶ କମିଯିବ ଏବଂ ଆରାମ ମିଳିବ |
- ଗର୍ଭାବସ୍ଥାରେ ବାନ୍ତି ହେଲେ ଡାଳିମ୍ବ ଖାଆନ୍ତୁ |
- ମୁହଁରୁ ଦୁର୍ଗନ୍ଧ ବାହାରୁଥିଲେ ଡାଳିମ୍ବ ଚୋପାକୁ ଶିଝେଇ ତାକୁ ଭଲ ଭାବେ ଛାଣନ୍ତୁ ଏବଂ କିଛି ଦିନ କୁଳି କରନ୍ତୁ | ଦୁର୍ଗନ୍ଧ ଦୂର ହୋଇଯିବ |
- ଚୋପା ଓ ଦାନକୁ ବାଟି ମୁହଁରେ ନିୟମିତ ଲଗାଇଲେ ବ୍ରଣ ହେବ ନାହିଁ ଏବଂ ମୁହଁରେ ବୟସଭାଙ୍ଗ ଦୂର ହେବ |
- 100ଗ୍ରାମ ଡାଳିମ୍ବ ଚୋପା ଓ 50ଗ୍ରାମ ସୈନ୍ଧବ ଲବଣକୁ ହେମଦସ୍ତ|ରେ ଭଲଭାବେ ଗୁଣ୍ଡ କରି ସେଥିରେ ଛୋଟଛୋଟ ଗୁଳା କରନ୍ତୁ ଏବଂ ତାକୁ ଏକ ପରିଷ୍କାର ବୋତଲରେ ରଖନ୍ତୁ | କାଶ ହେଲେ ତାକୁ ପାଟିରେ ପକାଇ ଚକୋଲେଟପରି ଖାଆନ୍ତୁ
- କାହାକୁ ମହୁମାଛି ବା ବିଛା କାମୁଡ଼ିଲେ ଡାଳିମ୍ବ ପତ୍ର ବାଟି ଲଗାଇଲେ ଯନ୍ତ୍ରଣାରୁ ମୁକ୍ତି ମିଳିବ |
- ଅନେକ ଲୋକଙ୍କ ଦାନ୍ତରୁ ବିନା କୌଣସି କ୍ଷତରେ ରକ୍ତ ଝରେ | ଡାଳିମ୍ବ ଫୁଲକୁ ଛାଇରେ ଶୁଖାଇ ତାକୁ ଭଲଭାବେ ଗୁଣ୍ଡ କରି ଦିଅନ୍ତୁ | ସେଥିରେ ବ୍ରଶ କଲେ ରକ୍ତ ଜାରିବା ବାଣ୍ଡ ହୋଇଯିବ |


0 Comments
Do you have any doubts or suggestions? Ask them here in the comments!