ଆଶ୍ୱିନ ମାସରେ ମହାଳୟା ଅମାବାସ୍ୟାର ମହତ୍ୱ
- ପିତୃପକ୍ଷରେ ଶ୍ରାଦ୍ଧ ଦେବା ଦ୍ଵାରା ପିତୃପୁରୁଷଙ୍କ ଆତ୍ମାକୁ ତୃପ୍ତି ଓ ଶାନ୍ତି ମିଳିଥାଏ |
- ବିଶ୍ୱାସ ରହିଛି, ପିତୃମାତୃକୂଳ କ୍ଷୁଧା, ତୃଷ୍ଣାରେ ଥାଆନ୍ତି |
- ପିତୃପକ୍ଷରେ ତର୍ପଣ ଓ ମହାଳୟା ଶ୍ରାଦ୍ଧ ଅର୍ପଣ ଦ୍ୱାରା ସେମାନଙ୍କ କ୍ଷୁଧା ଓ ତୃଷ୍ଣା ନିବାରଣ ହୋଇଥାଏ |
- ଏହାଦ୍ୱାରା ପିତୃମାତୃଗଣଙ୍କ ଆଶୀର୍ବାଦ ମିଳିବ ସହ ବିଭିନ୍ନ ପାପ ଏବଂ ସଙ୍କଟରୁ ପାର ମିଳିଥାଏ |
- ଏହା ବ୍ୟତୀତ ପିତୃପକ୍ଷରେ ଗଙ୍ଗା-ଗୟାରେ ପରଲୋକଗତ ଆତ୍ମୀୟଙ୍କ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କଲେ ସେମାନଙ୍କୁ ମୋକ୍ଷପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି |
- ସେମାନଙ୍କ ତୃପ୍ତିରେ ସର୍ଵଦେଵତା ସନ୍ତୁଷ୍ଟ ହୋଇଥାଆନ୍ତି | ତେଣୁ ଶ୍ରାଦ୍ଧ ଅର୍ପଣ ଓ ତର୍ପଣ କରୁଥିବା ବ୍ୟକ୍ତିର ମନରେ ରହିବ ଉଚିତ .........
ମହାଳୟା ଶ୍ରାଦ୍ଧ କଣ ?
- ହିନ୍ଦୁ ଧର୍ମରେ ମାତା-ପିତା ସେବାକୁ ସବୁଠାରୁ ବଡ ପୂଜା ବୋଲି ମାନ୍ୟତା ରହିଛି |
- ଜନ୍ମଦାତା ମାତା-ପିତାକୁ ମୃତ୍ୟୁ ପରେ ପାଶୋରୀ ନ ଦେବା ପାଇଁ ତାଙ୍କୁ ଶ୍ରାଦ୍ଧ ଦେବାର ବିଶେଷ ବିଧି ବିଧାନ ରହିଛି |
- ପିତୃପୁରୁଷଙ୍କ ଆତ୍ମାର ତୃପ୍ତି ପାଇଁ ଶ୍ରଦ୍ଧା ପୂର୍ବକ ଯାହା ଅର୍ପଣ କରାଯାଏ ,ତାହାକୁ ଶ୍ରାଦ୍ଧ କୁହାଯାଏ |
- ପିତୃ ପକ୍ଷରେ ଶ୍ରାଦ୍ଧ ଦେଲେ ଅଧିକ ପୁଣ୍ୟମିଳେ ବୋଲି ବିଶ୍ଵାସ ରହିଛି ।
- ଭାଦ୍ରବପୂର୍ଣ୍ଣିମା ପର ପ୍ରତିପଦାଠାରୁ ଆଶ୍ଵିନ କୃଷ୍ଣପକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ଦିନ ଗୁଡିକୁ ପିତୃପକ୍ଷ କୁହାଯାଏ ।
- ଆଶ୍ଵିନ ଅମାବାସ୍ୟା ପିତୃପକ୍ଷର ଶେଷଦିନ । ଏହି ଦିନକୁ ମହାଳୟା ଅବା ସର୍ବପିତୃ ଅମାବାସ୍ୟା ବୋଲି କୁହାଯାଏ ।
- ଏହି ଦିନରେ ଯେଉ ଶ୍ରାଦ୍ଧ ଦିଆଯାଏ ତାକୁ ମହାଳୟା ଶ୍ରାଦ୍ଧ କୁହାଯାଏ ।
- ପିତୃପୁରୁଷଙ୍କୁ ନିର୍ଦ୍ଦିଷ୍ଟ ତିଥିରେ ଶ୍ରାଦ୍ଧ ଦେବାର ବିଧି ରହିଛି । ହେଲେ ମହାଳୟା ଦିନ ଯେକୌଣସି ବ୍ୟକ୍ତି ତା'ର ପିତୃପୁରୁଷଙ୍କୁ ତିଥି , ବାର ନକ୍ଷତ୍ର ବିଚାର ନ କରି ଶ୍ରାଦ୍ଧ ଦେଇପାରିବେ ।
- ଯେଉଁମାନେ ଅଶୌଚ ହେତୁ କିମ୍ବା ଅନ୍ୟ କୌଣସି କାରଣରୁ ପିତୃ ପକ୍ଷରେ ଶ୍ରାଦ୍ଧ କର୍ମ ସମ୍ପାଦନ କରିପାରିନ୍ତି ନାହିଁ ,ସେମାନେ ଦୀପାବଳୀ ଅମାବାସ୍ୟା ତିଥିରେ ପ୍ରୟାଶ୍ରାଦ୍ଧ ଦେଇ ପୂର୍ଣ୍ଣ କରନ୍ତି |
- ପିତୃପକ୍ଷର ପ୍ରତ୍ୟେକ ଦିନ ସକାଳେ ଘରର ମୁଖ୍ୟ ଦ୍ୱାରରେ ଜଳ ପ୍ରଦାନ କରନ୍ତୁ ।
- ସନ୍ଧ୍ୟା ସମୟରେ ଦକ୍ଷିଣ ଦିଗରେ ଦୀପ ଲଗାନ୍ତୁ ।
- ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଘରର ମୁଖ୍ୟ ଦ୍ୱାରକୁ ସବୁବେଳେ ସଫା ରଖନ୍ତୁ ।
ପିତୃପକ୍ଷରେ ମାନିବାକୁ ପଡ଼େ 15 ଦିନ
- ପରିବାରର ଜ୍ୟେଷ୍ଠ ବ୍ୟକ୍ତି ହିଁ ପିତୃପକ୍ଷରେ ତର୍ପଣ ଓ ଶ୍ରାଦ୍ଧ ଦେଇଥାଏ |
- ଏଥିପାଇଁ ତାଙ୍କୁ କିଛି ମାନି ରହିବାକୁ ପଡ଼େ |
- ପିତୃପକ୍ଷ ଆରମ୍ଭ ଦିନୁ ସେ କ୍ଷୌର ହେବେ ନାହିଁ, ପିତୃପକ୍ଷରେ କେଶ ଏବଂ ନଖ କାଟନ୍ତୁ ନାହିଁ।
- ସ୍ୱାମୀ ଏବଂ ସ୍ତ୍ରୀ ସହବାସ କରିବେ ନାହିଁ, ତଳେ ଶୋଇବେ |
- ଏହି ସମୟରେ ସନ୍ତାନ ଗର୍ଭରେ ରହିବା ଉଚିତ ନୁହେଁ |
- ଆମିଷ ଏବଂ ପିଆଜ, ରସୁଣ ଖାଇବେ ନାହିଁ |
- ବାସି ଖାଦ୍ୟ ଖାଇବେ ନାହିଁ | ଘରେ ବାସି ଖାଦ୍ୟ ରଖିବେ ନାହିଁ |
- ଯଦି ପିଆଜ ରସୁଣ ଛାଡି ପାରୁ ନାହାଁନ୍ତି ତେବେ ଯେଉଁ ତିଥିରେ ମାତୃ ଏବଂ ପିତୃଙ୍କ ମୃତ ହୋଇଥିଲା ସେହି ତିଥିରେ ଅରୁଆ ଖାଆନ୍ତୁ |
- ଅନ୍ୟ କିଏ ପ୍ରସ୍ତୁତ କରିଥିବା ଭୋଜନ, ହୋଟେଲରେ ତିଆରି ହୋଇଥିବା ଭୋଜନ ଗ୍ରହଣ କରିବେ ନାହିଁ |
- କେବଳ ମୁଗ ଡ଼ାଲି ହିଁ ଖାଆନ୍ତୁ |
- ସହଧର୍ମିଣୀ ହସ୍ତ ପ୍ରସ୍ତୁତ ଅର୍ଣ୍ଣ ବ୍ୟଞ୍ଜନାଦି ଗ୍ରହଣ କରିବେ । ନଚେତ୍ ନିଜେ ପ୍ରସ୍ତୁତ କରି ଭୋଜନ କରିବେ ।
- କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ପିତୃମାନଙ୍କ କୋପ ଦୃଷ୍ଟି ପଡ଼ିଥାଏ ବୋଲି ବିଶ୍ୱାସ ଅଛି ।
- ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରାହ୍ମଣଙ୍କ ଭୋଜନ କରାନ୍ତୁ ।
- ପଶୁପକ୍ଷୀଙ୍କୁ ଅନ୍ନ ଜଳ ଦେଲେ ବିଶେଷ ଲାଭ ହୋଇଥାଏ । ଏହାଦ୍ୱାରା ପିତୃଗଣ ସନ୍ତୁଷ୍ଟ ହୋଇଥାନ୍ତି ।
- ଯଦି ଆପଣ କାଉ, କୁକୁର,ବ୍ରାହ୍ମଣ, ଗରୁଡ଼ ପକ୍ଷୀ ଏବଂ ହଂସକୁ ଖାଇବାକୁ ଦିଅନ୍ତି ତେବେ ଏହି ଖାଦ୍ୟ ପିତୃ ପୁରୁଷଙ୍କ ପାଖରେ ସିଧା ସଂଖ ପହଁଚେ
- ଭଗବାନ ଭୁଲ କଲେ କ୍ଷମା ଦେଇଦିଅନ୍ତି | କିନ୍ତୁ ଏହି ସବୁ ଜିନିଷ ନ ମାନିଲେ ପିତୃ ପୁରୁଷ କେବେ କ୍ଷମା ଦେବେ ନାହିଁ |
- ପିତୃପକ୍ଷ( ଅପରପକ୍ଷ ) ପ୍ରତ୍ୟେକ ଦିନ ତର୍ପଣ କରିବାର ନିୟମ ରହିଛି |
- ବ୍ରାହ୍ମଣମାନେ ପିତୃପକ୍ଷ କର୍ମକୁ ଅତି ନିଷ୍ଠାପର ଭାବେ ପାଳନ କରନ୍ତି ।
- ଏହାଦ୍ଵାରା ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ ଏବଂ ବହୁ ବିପଦରୁ ରକ୍ଷା ମିଳେ ବୋଲି ବିଶ୍ୱାସ ରହିଛି ।
- ପିତୃପକ୍ଷର ପ୍ରତିଦିନ ରାତିରେ ପିତୃପୁରୁଷଙ୍କ ପାଇଁ ଦାନ୍ତକାଠି, ପାଣି ରଖାଯାଏ ।
- ପିତୃପୁରୁଷ ଆସି ଶାନ୍ତିରେ ଜଳଗ୍ରହଣ କରିବା ଉଦ୍ଦେଶ୍ୟରେ ରାତିରେ ବେଶି ପାଟିତୁଣ୍ଡ ନ କରି, ପରିବେଶକୁ ଶାନ୍ତ ରଖାଯାଏ ।
- ରାତିରେ ରଖାଯାଇଥିବା ପାଣି ଓ ଦାନ୍ତ କାଠିକୁ ସକାଳୁ ଫୋପାଡ଼ି ଦିଆଯାଏ। ପୁନଃ ରାତିରେ ରଖାଯାଏ ।
- ତର୍ପଣ ପାଇଁ ତୀର୍ଥକ୍ଷେତ୍ର, ନଦୀ ବା ଜଳାଶୟରେ ପ୍ରତିଦିନ ପ୍ରତ୍ୟୁଷରେ ସ୍ନାନ କରନ୍ତି ।
- ଜଳାଶୟ କୂଳରେ ପିତୃମାତୃଗଣଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି ।
- ତର୍ପଣ ସମୟରେ ଗନ୍ଧ (ଚନ୍ଦନ), ପୁଷ, ଅକ୍ଷତ( ଅଭଙ୍ଗା ଅରୁଆ ଚାଉଳ), କୁଶ, ତିଳ (ରାଶି) ଓ ଜଳକୁ ତମ୍ବା ପାତ୍ରରେ ଧରି ପିତୃମାତୃ କୂଳର 3 ପିଢିଙ୍କ ନାମ ଓ ଗୋତ୍ରକୁ ସ୍ମରଣ କରି ଅର୍ପଣ କରାଯାଏ |
- ଯେମିତିକି ପ୍ରତିଦିନ ପରଲୋକଗତ ନିଜ ପିତା, ପିତାମହ, ପ୍ରପିତାମହ,ବୃଦ୍ଧପ୍ରପିତାମହ ଏବଂ ଯଦି ମାତାଙ୍କ ଦେହାନ୍ତ ହୋଇସାରିଥାଏ |
- ତେବେ ମାତା, ମାତାମହୀ, ପ୍ରମାତାମହୀ,ବୃଦ୍ଧ ପ୍ରମାତାମହୀଙ୍କ ଉଦ୍ଧେଶ୍ୟରେ ତିଳ ତର୍ପଣ କରନ୍ତି |
- ସ୍ନାନ ପରେ ଗୃହକୁ ଫେରି କର୍ତ୍ତା ରୋଷେଇ ଘରେ ପୂଜା ବୈଶ୍ଵଦେବ କରିବେ ଏବଂ ତାପରେ ନିଜେ ଭୋଜନ କରିବେ |
- ସ୍ୱୟଂ ବିଷ୍ଣୁ ବୈଶ୍ଵଦେବ ରୂପେ ପୂଜିତ ହୁଅନ୍ତି |
- ଯେଉଁଠାରେ ନଦୀ ବା ଜଳାଶୟ ନାହିଁ, ସ୍ନାନ ପରେ ଘର ବାହାରେ ପାଣି ରଖି ତର୍ପଣ କରାଯାଇପାରେ |
- ମହାଳୟା ଅମାବାସ୍ୟାରେ ତର୍ପଣ ଶେଷ ହୁଏ | ଏହି ପକ୍ଷରେ ଆମିଷ ଭୋଜନ ନିଷେଧ ।
ଶ୍ରାଦ୍ଧରେ ସମର୍ପଣ
- ଶ୍ରାଦ୍ଧରେ ଅରୁଆ ଚାଉଳ, ଗହମ ଛତୁଆ, ଅଟା ଆଦି ଅର୍ପଣ କରାଯାଏ |
- ଏଥିରେ ପଞ୍ଚାମୃତ, ଫଳମୂଳ ପ୍ରଭୁତି ପକାଇ ପିଣ୍ଡ ଅର୍ଣ୍ଣ ପ୍ରସ୍ତୁତ କରାଯାଏ ।
- ଅରୁଆ ଚାଉଳ ରେ ପିଣ୍ଡ ଦାନ ପରେ, ପୁରୋହିତଙ୍କୁ ଚାଉଳ, ଡାଲି , ପାରିବ ପ୍ରଭୁତି ଭୋଗ୍ୟ ପଦାର୍ଥ ଅର୍ପଣ କରନ୍ତି |
- ସ୍ୱତନ୍ତ୍ରଭାବେ ହବିଷ୍ୟ ଅର୍ଣ୍ଣ ପ୍ରସ୍ତୁତ କରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ପରେ ପରିବାରବର୍ଗଙ୍କ ସହିତ ଭୋଜନ କରନ୍ତି |
ପିତୃ ଦୋଷ ଲାଗିଲେ କ'ଣ ଅସୁବିଧା ହୁଏ
- ପିତୃ ଦୋଷ ଲାଗିଲେ ବଂଶ ନାଶ ହୁଏ |
- ଘରେ ସନ୍ତାନ ଜନ୍ମ ହୁଏ ନାହିଁ |
- ସ୍ତ୍ରୀ ମାନେ ଗର୍ଭ ଧାରଣ କରି ପାରନ୍ତି ନାହିଁ |
- ଘରେ କଳି,ଝଗଡା,ଅଶାନ୍ତି,ରୋଗ,ଅଭାବ ଦେଖା ଦେଇଥାଏ |

.jpg)
.jpg)
0 Comments
Do you have any doubts or suggestions? Ask them here in the comments!