ଆଶ୍ୱିନ ମାସରେ ମହାଳୟା ଅମାବାସ୍ୟାର ମହତ୍ୱ

ଆଶ୍ୱିନ ମାସରେ ମହାଳୟା ଅମାବାସ୍ୟାର ମହତ୍ୱ



  1. ପିତୃପକ୍ଷରେ ଶ୍ରାଦ୍ଧ ଦେବା ଦ୍ଵାରା ପିତୃପୁରୁଷଙ୍କ ଆତ୍ମାକୁ ତୃପ୍ତି ଓ ଶାନ୍ତି ମିଳିଥାଏ |  
  2. ବିଶ୍ୱାସ ରହିଛି, ପିତୃମାତୃକୂଳ କ୍ଷୁଧା, ତୃଷ୍ଣାରେ ଥାଆନ୍ତି | 
  3. ପିତୃପକ୍ଷରେ ତର୍ପଣ ଓ ମହାଳୟା ଶ୍ରାଦ୍ଧ ଅର୍ପଣ ଦ୍ୱାରା ସେମାନଙ୍କ କ୍ଷୁଧା ଓ ତୃଷ୍ଣା ନିବାରଣ ହୋଇଥାଏ | 
  4. ଏହାଦ୍ୱାରା ପିତୃମାତୃଗଣଙ୍କ ଆଶୀର୍ବାଦ ମିଳିବ ସହ ବିଭିନ୍ନ ପାପ ଏବଂ ସଙ୍କଟରୁ ପାର ମିଳିଥାଏ | 
  5. ଏହା ବ୍ୟତୀତ ପିତୃପକ୍ଷରେ  ଗଙ୍ଗା-ଗୟାରେ ପରଲୋକଗତ ଆତ୍ମୀୟଙ୍କ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କଲେ ସେମାନଙ୍କୁ  ମୋକ୍ଷପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଛି |
  6. ସେମାନଙ୍କ ତୃପ୍ତିରେ ସର୍ଵଦେଵତା ସନ୍ତୁଷ୍ଟ ହୋଇଥାଆନ୍ତି | ତେଣୁ ଶ୍ରାଦ୍ଧ ଅର୍ପଣ ଓ ତର୍ପଣ କରୁଥିବା ବ୍ୟକ୍ତିର ମନରେ ରହିବ ଉଚିତ .........

ମହାଳୟା ଶ୍ରାଦ୍ଧ କଣ  ?   

  1. ହିନ୍ଦୁ ଧର୍ମରେ ମାତା-ପିତା ସେବାକୁ ସବୁଠାରୁ ବଡ ପୂଜା ବୋଲି ମାନ୍ୟତା ରହିଛି |
  2.  ଜନ୍ମଦାତା ମାତା-ପିତାକୁ ମୃତ୍ୟୁ ପରେ ପାଶୋରୀ ନ ଦେବା ପାଇଁ ତାଙ୍କୁ ଶ୍ରାଦ୍ଧ ଦେବାର ବିଶେଷ ବିଧି ବିଧାନ ରହିଛି |
  3. ପିତୃପୁରୁଷଙ୍କ ଆତ୍ମାର ତୃପ୍ତି ପାଇଁ ଶ୍ରଦ୍ଧା ପୂର୍ବକ ଯାହା ଅର୍ପଣ କରାଯାଏ ,ତାହାକୁ ଶ୍ରାଦ୍ଧ କୁହାଯାଏ | 
  4. ପିତୃ ପକ୍ଷରେ ଶ୍ରାଦ୍ଧ ଦେଲେ ଅଧିକ  ପୁଣ୍ୟମିଳେ ବୋଲି ବିଶ୍ଵାସ ରହିଛି । 
  5. ଭାଦ୍ରବପୂର୍ଣ୍ଣିମା  ପର ପ୍ରତିପଦାଠାରୁ ଆଶ୍ଵିନ କୃଷ୍ଣପକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ଦିନ ଗୁଡିକୁ  ପିତୃପକ୍ଷ କୁହାଯାଏ ।
  6.  ଆଶ୍ଵିନ ଅମାବାସ୍ୟା ପିତୃପକ୍ଷର ଶେଷଦିନ । ଏହି ଦିନକୁ ମହାଳୟା ଅବା ସର୍ବପିତୃ  ଅମାବାସ୍ୟା ବୋଲି କୁହାଯାଏ । 
  7. ଏହି ଦିନରେ ଯେଉ ଶ୍ରାଦ୍ଧ ଦିଆଯାଏ ତାକୁ ମହାଳୟା ଶ୍ରାଦ୍ଧ କୁହାଯାଏ । 
  8. ପିତୃପୁରୁଷଙ୍କୁ ନିର୍ଦ୍ଦିଷ୍ଟ ତିଥିରେ ଶ୍ରାଦ୍ଧ ଦେବାର ବିଧି ରହିଛି । ହେଲେ ମହାଳୟା ଦିନ ଯେକୌଣସି ବ୍ୟକ୍ତି ତା'ର ପିତୃପୁରୁଷଙ୍କୁ ତିଥି , ବାର ନକ୍ଷତ୍ର ବିଚାର ନ କରି ଶ୍ରାଦ୍ଧ ଦେଇପାରିବେ ।
  9. ଯେଉଁମାନେ ଅଶୌଚ ହେତୁ କିମ୍ବା ଅନ୍ୟ କୌଣସି କାରଣରୁ ପିତୃ ପକ୍ଷରେ ଶ୍ରାଦ୍ଧ କର୍ମ ସମ୍ପାଦନ କରିପାରିନ୍ତି ନାହିଁ ,ସେମାନେ ଦୀପାବଳୀ ଅମାବାସ୍ୟା ତିଥିରେ ପ୍ରୟାଶ୍ରାଦ୍ଧ ଦେଇ ପୂର୍ଣ୍ଣ କରନ୍ତି |  
  10. ପିତୃପକ୍ଷର ପ୍ରତ୍ୟେକ ଦିନ ସକାଳେ ଘରର ମୁଖ୍ୟ ଦ୍ୱାରରେ ଜଳ ପ୍ରଦାନ କରନ୍ତୁ   ।
  11. ସନ୍ଧ୍ୟା ସମୟରେ ଦକ୍ଷିଣ ଦିଗରେ ଦୀପ ଲଗାନ୍ତୁ   ।
  12. ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଘରର ମୁଖ୍ୟ ଦ୍ୱାରକୁ ସବୁବେଳେ ସଫା ରଖନ୍ତୁ   ।

ପିତୃପକ୍ଷରେ ମାନିବାକୁ ପଡ଼େ 15 ଦିନ

  1. ପରିବାରର ଜ୍ୟେଷ୍ଠ ବ୍ୟକ୍ତି ହିଁ  ପିତୃପକ୍ଷରେ ତର୍ପଣ ଓ ଶ୍ରାଦ୍ଧ ଦେଇଥାଏ |
  2. ଏଥିପାଇଁ ତାଙ୍କୁ କିଛି ମାନି ରହିବାକୁ ପଡ଼େ | 
  3. ପିତୃପକ୍ଷ ଆରମ୍ଭ ଦିନୁ ସେ କ୍ଷୌର ହେବେ ନାହିଁ, ପିତୃପକ୍ଷରେ କେଶ ଏବଂ ନଖ କାଟନ୍ତୁ ନାହିଁ।
  4. ସ୍ୱାମୀ ଏବଂ ସ୍ତ୍ରୀ ସହବାସ କରିବେ ନାହିଁ, ତଳେ ଶୋଇବେ | 
  5. ଏହି ସମୟରେ ସନ୍ତାନ ଗର୍ଭରେ ରହିବା ଉଚିତ ନୁହେଁ |
  6. ଆମିଷ ଏବଂ ପିଆଜ, ରସୁଣ ଖାଇବେ ନାହିଁ |
  7. ବାସି ଖାଦ୍ୟ ଖାଇବେ ନାହିଁ | ଘରେ ବାସି ଖାଦ୍ୟ ରଖିବେ ନାହିଁ |
  8. ଯଦି ପିଆଜ ରସୁଣ ଛାଡି ପାରୁ ନାହାଁନ୍ତି ତେବେ ଯେଉଁ ତିଥିରେ ମାତୃ ଏବଂ ପିତୃଙ୍କ ମୃତ ହୋଇଥିଲା ସେହି ତିଥିରେ ଅରୁଆ ଖାଆନ୍ତୁ |
  9. ଅନ୍ୟ କିଏ ପ୍ରସ୍ତୁତ କରିଥିବା ଭୋଜନ, ହୋଟେଲରେ ତିଆରି ହୋଇଥିବା ଭୋଜନ ଗ୍ରହଣ କରିବେ ନାହିଁ |
  10. କେବଳ ମୁଗ ଡ଼ାଲି ହିଁ ଖାଆନ୍ତୁ |
  11. ସହଧର୍ମିଣୀ ହସ୍ତ ପ୍ରସ୍ତୁତ ଅର୍ଣ୍ଣ ବ୍ୟଞ୍ଜନାଦି ଗ୍ରହଣ କରିବେ । ନଚେତ୍‌ ନିଜେ ପ୍ରସ୍ତୁତ କରି ଭୋଜନ କରିବେ ।
  12. କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ପିତୃମାନଙ୍କ କୋପ ଦୃଷ୍ଟି ପଡ଼ିଥାଏ ବୋଲି ବିଶ୍ୱାସ ଅଛି । 
  13. ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରାହ୍ମଣଙ୍କ ଭୋଜନ କରାନ୍ତୁ   ।
  14. ପଶୁପକ୍ଷୀଙ୍କୁ ଅନ୍ନ ଜଳ ଦେଲେ ବିଶେଷ ଲାଭ ହୋଇଥାଏ । ଏହାଦ୍ୱାରା ପିତୃଗଣ ସନ୍ତୁଷ୍ଟ ହୋଇଥାନ୍ତି ।
  15. ଯଦି ଆପଣ କାଉ, କୁକୁର,ବ୍ରାହ୍ମଣ, ଗରୁଡ଼ ପକ୍ଷୀ ଏବଂ ହଂସକୁ ଖାଇବାକୁ ଦିଅନ୍ତି ତେବେ ଏହି ଖାଦ୍ୟ ପିତୃ ପୁରୁଷଙ୍କ ପାଖରେ ସିଧା ସଂଖ ପହଁଚେ 
  16. ଭଗବାନ ଭୁଲ କଲେ କ୍ଷମା ଦେଇଦିଅନ୍ତି | କିନ୍ତୁ ଏହି ସବୁ ଜିନିଷ ନ ମାନିଲେ ପିତୃ ପୁରୁଷ କେବେ କ୍ଷମା ଦେବେ ନାହିଁ |  

ତର୍ପଣ ବିଧି

ପିତୃପୁରୁଷଙ୍କୁ  ତୃପ୍ତି କରିବା ପାଇଁ ଶ୍ରଦ୍ଧାରେ ଯାହା ଅର୍ପଣ କରାଯାଏ, ତାହାକୁ ତର୍ପଣ କୁହାଯାଏ । 
  1. ପିତୃପକ୍ଷ( ଅପରପକ୍ଷ ) ପ୍ରତ୍ୟେକ ଦିନ ତର୍ପଣ କରିବାର ନିୟମ ରହିଛି |
  2. ବ୍ରାହ୍ମଣମାନେ ପିତୃପକ୍ଷ କର୍ମକୁ ଅତି ନିଷ୍ଠାପର ଭାବେ ପାଳନ କରନ୍ତି ।
  3. ଏହାଦ୍ଵାରା ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ ଏବଂ ବହୁ ବିପଦରୁ ରକ୍ଷା ମିଳେ ବୋଲି ବିଶ୍ୱାସ ରହିଛି । 
  4. ପିତୃପକ୍ଷର ପ୍ରତିଦିନ ରାତିରେ ପିତୃପୁରୁଷଙ୍କ ପାଇଁ ଦାନ୍ତକାଠି, ପାଣି ରଖାଯାଏ । 
  5. ପିତୃପୁରୁଷ ଆସି ଶାନ୍ତିରେ ଜଳଗ୍ରହଣ କରିବା ଉଦ୍ଦେଶ୍ୟରେ ରାତିରେ ବେଶି ପାଟିତୁଣ୍ଡ ନ କରି, ପରିବେଶକୁ ଶାନ୍ତ ରଖାଯାଏ । 
  6. ରାତିରେ ରଖାଯାଇଥିବା ପାଣି ଓ ଦାନ୍ତ କାଠିକୁ ସକାଳୁ ଫୋପାଡ଼ି ଦିଆଯାଏ। ପୁନଃ ରାତିରେ ରଖାଯାଏ ।
  7. ତର୍ପଣ ପାଇଁ ତୀର୍ଥକ୍ଷେତ୍ର, ନଦୀ ବା ଜଳାଶୟରେ ପ୍ରତିଦିନ ପ୍ରତ୍ୟୁଷରେ ସ୍ନାନ କରନ୍ତି ।
  8.  ଜଳାଶୟ କୂଳରେ ପିତୃମାତୃଗଣଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି ।
  9.  ତର୍ପଣ ସମୟରେ ଗନ୍ଧ  (ଚନ୍ଦନ), ପୁଷ, ଅକ୍ଷତ( ଅଭଙ୍ଗା ଅରୁଆ ଚାଉଳ), କୁଶ, ତିଳ (ରାଶି) ଓ ଜଳକୁ ତମ୍ବା ପାତ୍ରରେ ଧରି ପିତୃମାତୃ କୂଳର 3 ପିଢିଙ୍କ ନାମ ଓ ଗୋତ୍ରକୁ ସ୍ମରଣ କରି ଅର୍ପଣ କରାଯାଏ |
  10. ଯେମିତିକି ପ୍ରତିଦିନ ପରଲୋକଗତ ନିଜ ପିତା, ପିତାମହ, ପ୍ରପିତାମହ,ବୃଦ୍ଧପ୍ରପିତାମହ ଏବଂ ଯଦି ମାତାଙ୍କ ଦେହାନ୍ତ ହୋଇସାରିଥାଏ  |
  11. ତେବେ ମାତା, ମାତାମହୀ, ପ୍ରମାତାମହୀ,ବୃଦ୍ଧ ପ୍ରମାତାମହୀଙ୍କ ଉଦ୍ଧେଶ୍ୟରେ ତିଳ ତର୍ପଣ କରନ୍ତି |
  12.  ସ୍ନାନ ପରେ ଗୃହକୁ ଫେରି କର୍ତ୍ତା ରୋଷେଇ ଘରେ ପୂଜା ବୈଶ୍ଵଦେବ କରିବେ ଏବଂ ତାପରେ ନିଜେ ଭୋଜନ କରିବେ | 
  13. ସ୍ୱୟଂ ବିଷ୍ଣୁ ବୈଶ୍ଵଦେବ ରୂପେ ପୂଜିତ ହୁଅନ୍ତି |
  14. ଯେଉଁଠାରେ ନଦୀ ବା ଜଳାଶୟ ନାହିଁ, ସ୍ନାନ ପରେ ଘର ବାହାରେ ପାଣି ରଖି ତର୍ପଣ କରାଯାଇପାରେ |
  15. ମହାଳୟା ଅମାବାସ୍ୟାରେ ତର୍ପଣ ଶେଷ ହୁଏ | ଏହି ପକ୍ଷରେ ଆମିଷ ଭୋଜନ ନିଷେଧ ।

ଶ୍ରାଦ୍ଧରେ ସମର୍ପଣ

  1. ଶ୍ରାଦ୍ଧରେ ଅରୁଆ ଚାଉଳ, ଗହମ ଛତୁଆ, ଅଟା ଆଦି ଅର୍ପଣ କରାଯାଏ |
  2. ଏଥିରେ ପଞ୍ଚାମୃତ, ଫଳମୂଳ ପ୍ରଭୁତି ପକାଇ ପିଣ୍ଡ ଅର୍ଣ୍ଣ ପ୍ରସ୍ତୁତ  କରାଯାଏ । 
  3. ଅରୁଆ ଚାଉଳ ରେ ପିଣ୍ଡ ଦାନ ପରେ, ପୁରୋହିତଙ୍କୁ ଚାଉଳ, ଡାଲି , ପାରିବ ପ୍ରଭୁତି ଭୋଗ୍ୟ ପଦାର୍ଥ ଅର୍ପଣ କରନ୍ତି |
  4. ସ୍ୱତନ୍ତ୍ରଭାବେ ହବିଷ୍ୟ ଅର୍ଣ୍ଣ ପ୍ରସ୍ତୁତ କରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ପରେ ପରିବାରବର୍ଗଙ୍କ ସହିତ ଭୋଜନ କରନ୍ତି |

ପିତୃ ଦୋଷ ଲାଗିଲେ କ'ଣ ଅସୁବିଧା ହୁଏ

  1. ପିତୃ ଦୋଷ ଲାଗିଲେ ବଂଶ ନାଶ ହୁଏ | 
  2. ଘରେ ସନ୍ତାନ ଜନ୍ମ ହୁଏ ନାହିଁ | 
  3. ସ୍ତ୍ରୀ ମାନେ ଗର୍ଭ ଧାରଣ କରି ପାରନ୍ତି ନାହିଁ | 
  4. ଘରେ କଳି,ଝଗଡା,ଅଶାନ୍ତି,ରୋଗ,ଅଭାବ ଦେଖା ଦେଇଥାଏ | 

Post a Comment

0 Comments