ଆଷାଢ ଅମାବାସ୍ୟାରେ ରାଶି ଅନୁଯାୟୀ କରନ୍ତୁ ଦାନ

ଆଷାଢ ଅମାବାସ୍ୟାରେ ରାଶି ଅନୁଯାୟୀ ଦାନ କରନ୍ତୁ 

ଆଷାଢ ମାସର ଅମାବାସ୍ୟା ଏହି ତିଥି ବହୁତ ପବିତ୍ର ବୋଲି ଧରାଯାଏ । ଅମାବାସ୍ୟା ଦିନ ସ୍ନାନ,ଦାନ-ପୂଣ୍ୟ,ପିତ୍ରୁ କର୍ମ କରିବା ଦ୍ୱାରା ପୁଣ୍ୟ କାଳ ପ୍ରାପ୍ତି ହୋଇଥାଏ । ଏହି ଦିନ ବହୁତ ସୌଭାଗ୍ୟଶାଳୀ ହୋଇଥାଏ । କାଳସର୍ପ ଦୋଷ ଏବଂ ଶନି ଦୋଷ ନିବାରଣ ଅମାବାସ୍ୟାରେ ଯାଇପାରିଥାଏ । ଏହି ଦିନ ଜଗନ୍ନାଥଙ୍କ ନେତ୍ର ଉତ୍ସବ, ନବଯୌବନ ଦର୍ଶନ ।

ନବଯୌବନ ବେଶ ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । 

ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି । କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ । ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ । 

ନୀତି

  1. ସ୍ନାନଯାତ୍ରା ହେତୁ ରଥଯାତ୍ରାର ଚାରିଦିନ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁନଶ୍ଚ ରଞ୍ଜିବାର ଆବଶ୍ୟକତା ପଡ଼ିଥାଏ, ଏହାକୁ ଅଙ୍ଗରାଗ କୁହାଯାଏ । ଏହାପରେ ନବଯୌବନର ଦିନର ପ୍ରାତଃକାଳରେ ନେତ୍ରୋତ୍ସବ ପାଳନ କରାଯାଏ ।
  2. ଠାକୁରମାନଙ୍କୁ ଅର୍ଦ୍ଧ-ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବେ ଚିତ୍ରିତ କରାଯାଏ । ଏହି ସେବା ସରିବାପରେ ନେତ୍ରୋନ୍ମୀଲନ ନୀତି ପାଳିତ ହୁଏ । 
  3. ଏଥିରେ ପ୍ରତ୍ୟେକ ଠାକୁରଙ୍କ ଉଭୟ ଚକ୍ଷୁରେ ତୁଳସୀ ପତ୍ର ସାହାଯ୍ୟରେ ଔଷଧୀ ପ୍ରୟୋଗ କରାଯାଇଥାଏ । ଏତଦପରେ କଜ୍ୱଳ ଲାଗି କରାଯାଏ । 
  4. ନେତ୍ରୋନ୍ମୀଲନ ପରେ ଶ୍ରୀଜୀଉମାନଙ୍କର କ୍ଷୁଧା ଫେରିଥାଏ ଏବଂ ସ୍ନାନଯାତ୍ରା ପରେ ସେମାନେ ପ୍ରଥମଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି । 
  5. ଏହାପରେ ଜନସାଧାରଣ ନବଯୌବନ ବେଶ ସହ ନିଜ ଆରାଧ୍ୟଙ୍କ ପ୍ରଥମ ଦର୍ଶନ ଲାଭ କରିଥାନ୍ତି । ଏପରି ମନୋରମ ବେଶ ଦର୍ଶନ ଅଭିପ୍ରାୟେ ନେତ୍ରମାନଙ୍କର ସମାଗମ ତଥା ଉତ୍ସବ କାରଣରୁ ଏହି ନୀତିକୁ ନେତ୍ରୋତ୍ସବ କୁହାଯାଇଥାଏ ।

ଦାନ

ହିନ୍ଦୁ ପଚାଂଗ ଅନୁଯାୟୀ ଆଷାଢ ମାସ ଅମବାସ୍ୟାର ବିଶେଷ ମହତ୍ତ୍ୱ ରହିଥାଏ କାରଣ ଏହି ଅମବାସ୍ୟା ପରେ ବର୍ଷା ଋତୁ ଆସିଥାଏ । ଆଷାଢ ଅମାବାସ୍ୟା ପୂର୍ବଜଙ୍କ ଆତ୍ମା ଶାନ୍ତି ପାଇଁ ଗଙ୍ଗା ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି ।

ଶାସ୍ତ୍ର ଅନୁଯାୟୀ ଆଷାଢ/ହଲହାରିଣୀ ଅମବାସ୍ୟାରେ ପିତୃ-ପୁରୁଷଙ୍କ ଶାନ୍ତି ପାଇଁ କରାଯାଇଥିବା କାମ ଶୁଭ ହୋଇଥାଏ ।  ତେବେ ଆସନ୍ତୁ ଜାଣିବା ଆସନ୍ତା କାଲି ଆଷାଢ ଅମବାସ୍ୟା ରେ ଆପଣଙ୍କ ରାଶି ଅନୁଯାୟୀ କେଉଁ ଜିନିଷ ଦାନ ଦେବା ଶୁଭ ହେବ ।

  1. ମେଷ-  ଚାଦର ଏବଂ ରାଶି ଦାନ କରିବା ଦ୍ୱାରା ବହୁତ ଜଲଦି ଆପଣଙ୍କ ମନସ୍କାମନା ପୂରଣ ହୋଇପାରେ ।
  2. ବୃଷ-  ବସ୍ତ୍ର ଏବଂ ରାଶି ଦାନ କରିବା ଶୁଭ ହୋଇଥାଏ ।
  3. ମିଥୁନ-  ଚାଦର ଏବଂ ଛତା ଦାନ କରିବା ବହୁତ ଲାଭଦାୟକ ହୋଇଥାଏ ।
  4. କର୍କଟ-  ଶାଗୁ ଦାନା, ଚାଉଳ ଏବଂ ବସ୍ତ୍ର ଦାନ କରିବା ଦ୍ୱାରା ମଧ୍ୟ ଶୁଭ ଫଳ ପାଇପାରିବେ ।
  5. ସିଂହ-  କମ୍ବଳ ଏବଂ ଚାଦର ଦାନ କରିବା ଅତି ଲାଭଦାୟକ ରହିବ ।
  6. କନ୍ୟା-  ତେଲ ଏବଂ ବିରି ଡାଲି ଦାନ କରନ୍ତୁ    ।
  7. ତୁଳା-  ବସ୍ତ୍ର, ସୂତାର ପୋଷାକ ଏବଂ ଚାଦର ଆଦି ଦାନ କରନ୍ତୁ    । 
  8. ବିଛା-  ଖେଚେଡି ସହ ନିଜର ସକ୍ଷମ ଅନୁଯାୟୀ କମ୍ବଳ ଦାନ କରନ୍ତୁ   । ଏପରି କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ।
  9. ଧନୁ-  ଚଣା ଡାଲି ଦାନ କରିବାର ବିଶେଷ ଲାଭ ହେବାର ସମ୍ଭାବନା ରହିଛି ।
  10. ମକର-  କମ୍ବଳ ଏବଂ ପୁସ୍ତକ ଦାନ କରିବା ଦ୍ୱାରା ପ୍ରତ୍ୟେକ ମନୋସ୍କାମନା ପୂରଣ ହେବ ।
  11. କୁମ୍ଭ-  ସାବୁନ, ବସ୍ତ୍ର, ପାନିଆ ଏବଂ ଅନ୍ଯ ଜିନିଷ ଦାନ କରନ୍ତୁ   ।
  12. ମୀନ- ଶାଗୁଦାନା, କମ୍ବଳ, ସୂତା ବସ୍ତ୍ର ଏବଂ ଚାଦର ଦାନ କରନ୍ତୁ   ।

Post a Comment

0 Comments