ବିବାହିତ ଦମ୍ପତ୍ତିଙ୍କ ଜୀବନରେ ସମସ୍ୟା ଥିଲେ ଏହି ଦେବତାଙ୍କୁ ପୂଜା କରନ୍ତୁ

ବିବାହିତ ଦମ୍ପତ୍ତିଙ୍କ ଜୀବନରେ ସମସ୍ୟା ଥିଲେ ଏହି ଦେବତାଙ୍କୁ  ପୂଜା କରନ୍ତୁ


ବିବାହିତ ଜୀବନ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ରହିବା ଅତି ଆବଶ୍ୟକ ଅଟେ । ଯଦିଓ ପ୍ରତ୍ୟେକ ବିବାହିତ ଲୋକଙ୍କ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ । ଯଦି ଆପଣ ମଧ୍ୟ ସେଥି ମଧ୍ୟରୁ ଜଣେ ଅଟନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ ବିଷୟରେ କହିବୁ, ଯାହା ଆପଣଙ୍କ ବୈବାହିକ ଜୀବନରେ ଅଶାନ୍ତି ଥିଲେ ରକ୍ଷା କରିବ ।

ଶିବ ପାର୍ବତୀଙ୍କ ପୂଜା

ଶିବ ପାର୍ବତୀଙ୍କ ଯୋଡି ଏତେ ଭଲ ଯେ, ଲୋକେ ତାଙ୍କର ଉଦାହରଣ ଆଜି ପର୍ଯ୍ୟନ୍ତ ଦେଉଛନ୍ତି । ଏମିତିରେ ଆପଣ ମଧ୍ୟ ନିଜ ଜୀବନସାଥୀ ସହିତ ଗୋଟିଏ ଭଲ ବୈବାହିକ ଜୀବନ ବିତେଇବାକୁ ଚାହୁଁଛନ୍ତି; ତେବେ ଶିବ ପାର୍ବତୀଙ୍କ ପୂଜା ନିଶ୍ଚୟ କରନ୍ତୁ । 

  1. ଶିବଙ୍କ ସହ ମାତା ପାର୍ବତୀଙ୍କର ମଧ୍ୟ ପୂଜା କରନ୍ତୁ। ମାତା ପାର୍ବତୀଙ୍କର ପୂଜା ବିଶେଷ ଭାବେ ଝିଅମାନଙ୍କୁ ହିଁ କରିବା ଆବଶ୍ୟକ । ପୂଜାରେ ମା ପାର୍ବତୀଙ୍କୁ ସଧବା ମାନଙ୍କର ଜିନିଷ ଅର୍ପଣ କରନ୍ତୁ । ଏହା ଦ୍ଵାରା ବିବାହ ସହ ଜଡିତ ବାଧା ଦୂର ହେବ ।
  2. ଏଥିପାଇଁ ବିବାହିତ ଦମ୍ପତି ମିଶି କରି ପୂଜାରେ ବସିବା ଆବଶ୍ୟକ । 
  3. ଆପଣ ଦୁହେଁ ସକାଳୁ ସ୍ନାନ କରି ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । 
  4. ଏହାପରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପ୍ରତିମା ସମ୍ମୁଖରେ ଦୁଇଟି ଘିଅ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ ଏବଂ ଦୁଇଜଣଙ୍କର ଅଲଗା ଅଲଗା ଆଳତୀ କରନ୍ତୁ । 
  5. ଏହି ସମୟରେ ସ୍ୱାମୀ-ସ୍ତ୍ରୀ ଦୁଇଜଣ ମିଶିକରି ଆଳତୀ ଧରିବାକୁ ହେବ ଓ ପରେ ଦୁହେଁ ହାତ ଯୋଡି ଭଗବାନଙ୍କ ପାଖରେ ମୁଣ୍ଡିଆ ମାରନ୍ତୁ ଏବଂ ତାଙ୍କ ପାଖରେ ନିଜ ସମସ୍ୟାର ସମାଧାନ ପାଇଁ ପ୍ରାର୍ଥନା କରନ୍ତୁ । 
  6. ଯେଉଁ ଦିନ ଆପଣ ଏହି ଉପାୟ କରିବେ, ସେହି ଦିନ ଆପଣ ଦୁଇଜଣ ଉପବାସ ରଖନ୍ତୁ ।

ମାଆ ଲକ୍ଷ୍ମୀଙ୍କ ପୂଜା

ଗୋଟିଏ ସୁଖୀ ବୈବାହିକ ଜୀବନ ପାଇଁ ଆପଣ ଆର୍ଥିକ ପରିସ୍ଥିତି ମଧ୍ୟ ସୁଦୃଢ ରହିବା ଆବଶ୍ୟକ । ଅନେକଥର ଟଙ୍କା ଯୋଗୁଁ ହିଁ ଦମ୍ପତିଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଯାଏ । ଏମିତିରେ ଆପଣ ଯଦି ନିଜର ଆର୍ଥିକ ପରିସ୍ଥିତି ସୁଦୃଢ କରିବାକୁ ଚାହୁଁଛନ୍ତି; ତେବେ ନିଜ ଜୀବନସାଥୀଙ୍କ ସହ ମିଶି ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ ।

  1. ଭଗବାନ ବିଷ୍ଣୁ  ଏବଂ ମା ଲକ୍ଷ୍ମୀଙ୍କର ପୂଜା ଏକା ସହ କରନ୍ତୁ । ବିବାହ ସମ୍ବନ୍ଧୀୟ ମନୋକାମନା ଥିଲେ ଏମାନଙ୍କ ପୂଜା ଗୁରୁବାର ଦିନ ନିଶ୍ଚୟ କରନ୍ତୁ।
  2. ସେଥିପାଇଁ ଦୁହେଁ ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରନ୍ତୁ ।
  3. ବର୍ତ୍ତମାନ ମା'ଙ୍କ ସମ୍ମୁଖରେ ଦୀପ ଓ ଧୂପକାଠି ପ୍ରଜ୍ଜ୍ଵଳନ କରନ୍ତୁ ।
  4. ଏହାପରେ ସ୍ଵାମୀ ନିଜର ଡାହାଣ ହାତର ପାପୁଲି ସ୍ତ୍ରୀର ଡାହାଣ ହାତ ପାପୁଲି ଉପରେ ରଖନ୍ତୁ ।
  5.  ବର୍ତ୍ତମାନ ଏହି ହାତ ଉପରେ ଗୋଟିଏ ପାନପତ୍ର ରଖନ୍ତୁ ଓ ଏହି ପତ୍ର ଉପରେ ଗୋଟିଏ ରୂପା ମୁଦ୍ରା ରଖି ନିଅନ୍ତୁ ଏବଂ ଦୁହେଁ ଏକା ସହିତ ଏହି ମନ୍ତ୍ର ପଢନ୍ତୁ - "ଓଁ ଶ୍ରିଂ ହ୍ରିଂ କ୍ଲିଂ ତ୍ରିଭୁବନ ମହାଲକ୍ଷ୍ମୈ ଅସ୍ମାକମ୍ ଦାରିଦ୍ର୍ୟ ନାଶାୟ ପ୍ରଚୁର ଧନଂ ଦେହୀ ଦେହୀ କ୍ଲିଂ ହ୍ରିଂ ଶ୍ରିଂ ଓଁ" । 
  6. ଏହି ମନ୍ତ୍ରର ଜପ କଲାପରେ ମାତା ଲକ୍ଷ୍ମୀଙ୍କ ପାଖରେ ହାତ ଯୋଡି, ମୁଣ୍ଡିଆ ମାରନ୍ତୁ ଓ ନିଜର ଧନ ସମ୍ବନ୍ଧିତ ସମସ୍ୟା ଜଣାନ୍ତୁ ।
  7.  ଆପଣ ରୂପାର ଯେଉଁ ମୁଦ୍ରା ପୂଜାରେ ବ୍ୟବହାର କରିଥିଲେ, ତାକୁ ଆଲମାରୀରେ ରଖିଦିଅନ୍ତୁ । ଏହାଦ୍ଵାରା ସୁଖ ଆସିବ ।

ଗଣେଶ ପୂଜା

ଏହି ଉପାୟ ସେମାନଙ୍କ ପାଇଁ ଯେଉଁମାନଙ୍କର ନିଜ ସ୍ୱାମୀ କିମ୍ବା ସ୍ତ୍ରୀ ସହିତ ବଡ଼ ଧରଣର ଝଗଡା ହୋଇଥିବ ଓ ସେ ଦୁଇଜଣ ପୁଣିଥରେ ସେମାନଙ୍କ ସମ୍ପର୍କରେ ସୁଧାର ଆଣିବାକୁ ଚାହୁଁଛନ୍ତି । ଯଦି ଉଭୟଙ୍କ ମଧ୍ୟରେ ଝଗଡା ହୁଏ, ତେବେ ଦୁହେଁ ଏକାଠି ଏହି ଉପାୟ କରିପାରିବେ ନାହିଁ । ତେଣୁ ଏହା ଆପଣ ଏକା ହିଁ ନିଜ ସାଥୀଙ୍କ ସହିତ ସମ୍ପର୍କ ମଜବୁତ କରିବା ପାଇଁ କରିପାରିବେ । 

  1. ସବୁଦିନ ସକାଳେ ଗଣେଶ ଏବଂ ରିଦ୍ଧି-ସିଦ୍ଧି ଙ୍କର ପୂଜା କରନ୍ତୁ । ଗଣେଶ ଭଗବାନ ପରିବାରର ଦେବତା । ତାଙ୍କର ପୂଜା କଲେ ଘର ପରିବାର ସହ ଜଡିତ ସମସ୍ତ ଇଚ୍ଛା ପୂର୍ଣ୍ଣ ହୋଇପାରେ ।
  2. ଏହି ଉପାୟ ସହିତ ଆପଣ ବୁଧୁବାର ଦିନ ପିପ୍ପଳ ପତ୍ରରେ ନିଜ ସାଥିର ନାମ ଲେଖାବାକୁ ପଡିବ । ଏହା ଆପଣ ସିନ୍ଦୂରରେ ଲେଖନ୍ତୁ । 
  3. ଏହାପରେ ଗଣେଶ ଭଗବାନଙ୍କ ସମ୍ମୁଖରେ ଏହାକୁ ରଖି ପୂଜା କରନ୍ତୁ ।
  4. ପୂଜା ସମାପ୍ତ ହେବା ପରେ ନିଜର ସମସ୍ୟା ଭଗବାନଙ୍କୁ ଜାଣନ୍ତୁ ।
  5. ବର୍ତ୍ତମାନ ଏହି ନାମ ଲେଖା ହୋଇଥିବା ପିପ୍ପଳ ପତ୍ରକୁ ବରଗଛ ପାଖରେ ଭୂମିରେ ପୋତି ଦିଅନ୍ତୁ । 
  6. ଏହାକୁ ଆପଣ ପିପ୍ପଳ ଗଛ ତଳେ ମଧ୍ୟ ପୋତି ପାରିବେ ।

ବିବାହରେ ଗୁରୁ, ମଙ୍ଗଳ ଏବଂ ଶନିଙ୍କ କାରଣରୁ ବିଶେଷ ବାଧା ଦେଖାଦିଏ । ସେଥିପାଇଁ ଏହି ସବୁ ଗ୍ରହଙ୍କର ଉପାୟ କରିବା ଆବଶ୍ୟକ ।

Post a Comment

0 Comments