ଜାଣନ୍ତୁ ଶିବରାତ୍ରିରେ ଏହି ମନ୍ତ୍ରର କ'ଣ ରହିଛି ମହତ୍ତ୍ୱ

ଜାଣନ୍ତୁ ଶିବରାତ୍ରିରେ ଏହି ମନ୍ତ୍ରର କ'ଣ ରହିଛି ମହତ୍ତ୍ୱ 


ଶିବ ପୁରାଣର କୋଟିରୁଦ୍ର ସହିଂତାରେ କୁହା ଯାଇଛି କି ଶିବରାତ୍ରି ବ୍ରତ କଲେ ମୋକ୍ଷ ପ୍ରାପ୍ତି ହୁଏ। ବ୍ରହ୍ମା, ବିଷ୍ଣୁ, ତଥା ପାର୍ବତୀ ପଚାରିବାରୁ ଭଗବାନ ସଦାଶିବ କହିଲେକି ଶିବରାତ୍ରି ବ୍ରତ କଲେ ମହାନ୍ ପୂଣ୍ୟ ମିଳିଥାଏ। ମୋକ୍ଷ  ପ୍ରାପ୍ତି କରିବା ପାଇଁ ଏଇ ୪ ଟି ସଂକଳ୍ପ ନିୟମ ପୂର୍ବକ ପାଳନ କରିବା ଆବଶ୍ୟକ।

ଏହି ୪ଟି ସଂକଳ୍ପ ହେଉଛି-

  1. ଶିବରାତ୍ରି ରେ ଭଗବାନ ଶିବଙ୍କର ପୂଜା, 
  2. ରୁଦ୍ରମନ୍ତ୍ରର ଜପ,
  3. ଶିବମନ୍ଦିର ରେ ଉପବାସ ବା 
  4. କାଶୀରେ ଦେହତ୍ୟାଗ। 

ଶିବ ପୁରାଣରେ ମୋକ୍ଷ ର ୪ଟି ସନାତନ ମାର୍ଗ ଦିଆଯାଇଛି। ଏହି ୪ଟି ମଧ୍ୟରେ ଶିବରାତ୍ରି ବ୍ରତ ବିଶେଷ ମହତ୍ତ୍ଵ ଅଛି।  ଏହାକୁ ଅବଶ୍ୟ କରିବା ଉଚିତ୍। ଏହା ସମସ୍ତଙ୍କ ପାଇଁ ଧର୍ମର ଉତ୍ତମ ସାଧନ ଅଟେ।

ସମସ୍ତ ମନୁଷ୍ୟ, ବର୍ଣ୍ଣ, ସ୍ତ୍ରୀ, ବାଳକ ତଥା ଦେବତା ମାନଙ୍କ ପାଇଁ ଏହି ବ୍ରତ ପରମ ହିତକାରୀ ବୋଲି ମନାଯାଏ। ପ୍ରତ୍ୟେକ ମାସ ଶିବରାତ୍ରି ବ୍ରତରେ ଓ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ହେଇଥିବା ମହାଶିବରାତ୍ରୀ ବ୍ରତର ଶିବ ପୁରାଣରେ ବିଶେଷ ମହତ୍ତ୍ଵ ଅଛି। ଭଗବାନ ଶିବଙ୍କର ପୂଜା ଅର୍ଚ୍ଚନା କରିବା ପାଇଁ ପ୍ରତ୍ୟେକ ମାସର ଚତୁର୍ଦ୍ଦଶୀ ତିଥିକୁ ମାସିକ ଶିବରାତ୍ରୀ ରୂପେ ପାଳନ କରାଯାଏ। କିନ୍ତୁ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିକୁ ମହାଶିବରାତ୍ରୀ ରୂପେ ପାଳନ କରାଯାଏ। କାରଣ ଏହିଦିନ ଶିବଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ ବୋଲି ପୂରାଣ ବର୍ଣ୍ଣିତ ହୋଇଛି।  

ମହାଶିବରାତ୍ରୀ ପୂଜା ବିଧି ମନ୍ତ୍ର

ଶିବ ପୁରାଣ ଅନୁସାରେ ବ୍ରତ କରିଥିବା ବ୍ୟକ୍ତି ସକାଳୁ ଉଠି ନିତ୍ୟକର୍ମ ସାରି ମସ୍ତକରେ ଭସ୍ମର ତିଳକ ଲଗାଇ ଗଳାରେ ରୁଦ୍ରାକ୍ଷ ପକାଇ ଶିବ ମନ୍ଦିରରେ ଯାଇ ବିଧିପୂର୍ବକ ପୂଜା କରିବା ଆବଶ୍ୟକ।

ତତ୍ପରେ ଶ୍ରଦ୍ଧାପୂର୍ବକ ବ୍ରତର ଏହି ଭଳି ସଂକଳ୍ପ ନେବା ଆବଶ୍ୟକ- ଶିବରାତ୍ରୀ ବ୍ରତଂ ହ୍ୱୋତତ୍ କରିଷ୍ଯେ ଅହଂ ମହାଫଳମ୍ ନିର୍ବିଘ୍ନ ମସ୍ତୁ ସେ ଚାତ୍ର ତ୍ଵତ୍ ପ୍ରସାଦା ଜ୍ଜଗତ୍ପତେ।  

ଏହା କହି ହାତରେ ଥିବା ପୁଷ୍ପ ଜଳ ଆଦିକୁ ସମର୍ପଣ କରି ଏହି ଶ୍ଳୋକ ପଢ଼ିବା ଆବଶ୍ୟକ-

ଦେବଦେବ ମହାଦେବ ନୀଳକଣ୍ଠ ନମୋସ୍ତୁତେ

         କର୍ତ୍ତୁ ମିଛାମ୍ୟାହଂଦେବ ଶିବରାତ୍ରି ବ୍ରତଂ ତବ।

              ତବ ପ୍ରସାଦା ଦେବେଶ ନିର୍ବିଘ୍ନେନ ଭବେଦିତି

             କାମାସଃ ସତ୍ରବୋ ମାଂ ବୈ ପୀଡାଂ କୁର୍ବନ୍ତୁ ନୈବ ହି।।

ହେ ଦେବଦେବ, ହେ ମହାଦେବ, ହେ ନୀଳକଣ୍ଠ ଆପଣଙ୍କ ଚରଣରେ ପ୍ରଣାମ କରୁଛି। ହେ ଦେବ ମୁଁ ଆପଣଙ୍କର ଶିବରାତ୍ରି ବ୍ରତ ପାଳନ କରିବାକୁ ଚାହୁଁଛି। ହେ ଦେବ ଆପଣଙ୍କ କୃପାରୁ ଏହି ବ୍ରତ ନିର୍ବିଘ୍ନ ରେ ପୂର୍ଣ୍ଣ ହେଉ ଏବଂ କାମ, କ୍ରୋଧ, ଲୋଭ ଆଦି ଶତ୍ରୁଠୁ ଦୂରେଇ ରଖନ୍ତୁ।

  1. ଶିବ ପୁରାଣ ଅନୁସାରେ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ନିରାହାର ରହିବା ଉଚିତ୍। 
  2. ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କ ମୂର୍ତ୍ତିକୁ ପଞ୍ଚାମୃତରେ ସ୍ନାନ କରାଇ” ଓଁ ନମଃ ଶିବାୟ” ମନ୍ତ୍ର ଦ୍ୱାରା ପୂଜା କରିବା ଆବଶ୍ୟକ। 
  3. ଏହି ଦିନ ମହାନିଶିଥକାଳରେ ବା ମଧ୍ୟ ରାତ୍ରରେ ମହମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ଵାରା ରୋଗରୁ ଉପଶମ ମିଳିଥାଏ। କୌଣସି ବ୍ରତକୁ ଶ୍ରଦ୍ଧାପୂର୍ଣ୍ଣ କରିବା ଦ୍ୱାରା ସଫଳତା ପ୍ରାପ୍ତି ହୋଇଥାଏ।
  4. ମହାଶିବରାତ୍ରୀ ର ସିଦ୍ଧ ମୁହୂର୍ତ୍ତରେ ଶିବଲିଙ୍ଗକୁ ପ୍ରାଣ ପ୍ରତିଷ୍ଠା କରି ସ୍ଥାପିତ କରିବା ଦ୍ଵାରା ବ୍ୟବସାୟରେ ବୃଦ୍ଧି ଓ ଚାକିରୀରେ ପଦୋନ୍ନତି ମିଳିଥାଏ। ଆଠ ଆଙ୍ଗୁଳର ଶିବଲିଙ୍ଗ ଗୃହରେ ସ୍ଥାପନ କରିବେ।
  5. ଶିବରାତ୍ରୀର ପ୍ରଦୋଷ କାଳରେ ସ୍ପଟିକ ଶିବଲିଙ୍ଗଙ୍କୁ ଶୁଦ୍ଧ ଗଙ୍ଗାଜଳ, ଦୁଧ, ଦହି,  ଘିଅ,  ମହୁ ଓ ଆଖୁରସ ଦ୍ଵାରା ସ୍ନାନ କରାଇ ଧୂପ-ଦିପ ଜଳାଇ ବା ମନ୍ତ୍ର ଜପ କରିବାଦ୍ଵାରା ସମସ୍ତ ବାଧାର ସମାପ୍ତି ଘଟିଥାଏ।
  6. ରୋଗରେ ବିଚଳିତ ହେଉ ଥିବା ବ୍ୟକ୍ତିର ପ୍ରାଣ ରକ୍ଷା ନିମନ୍ତେ ମହାମୃତ୍ୟୁଞ୍ଜୟ ଜପ ରୁଦ୍ରାକ୍ଷ ମାଳିରେ କରିବେ। ମନ୍ତ୍ର ଦେଖିବାକୁ ବହୁତ୍ ଛୋଟ ହୋଇଥାଏ ହେଲେ ଏହାର ପ୍ରଭାବ ବହୁତ୍ ଚମତ୍କାର ହୋଇଥାଏ।
  7. ଶିବରାତ୍ରୀର ପ୍ରଦୋଷ କାଳରେ ମହିଳାମାନଙ୍କର ସୁଖ ସୌଭାଗ୍ୟ ନିମନ୍ତେ ଭଗବାନ ଶିବଙ୍କ ପୂଜା କରି କ୍ଷୀର ଦ୍ଵାରା ଅଭିଷେକ କରି ଏହି ମନ୍ତ୍ର ଉଚ୍ଚାରଣ କରିବେ। ମନ୍ତ୍ର –"ଓଁ ହ୍ରିଁ ନମଃ ଶିବାୟ ହିଁ ଓଁ "
  8. ଲକ୍ଷ୍ମୀ ନିଜର ଶ୍ରୀ ସ୍ଵରୂପ କେବଳ ଭଗବାନ ଶିବଙ୍କ କୃପାରେ ପ୍ରକଟ ହୋଇଥାନ୍ତି । ଅଖଣ୍ଡଲକ୍ଷ୍ମୀଙ୍କୁ ପ୍ରାପ୍ତି ନିମନ୍ତେ ଶିବରାତ୍ରୀର ପ୍ରଦୋଷ କାଳରେ ଉକ୍ତ ମନ୍ତ୍ରକୁ ଦଶମାଳ ଜପ କରିବେ। ମନ୍ତ୍ର  – "ଓଁ ଶ୍ରୀ ଏଁ ଓଁ"
  9. ବିବାହରେ ଆସୁଥିବା ବାଧାକୁ ଦୁରକରିବା ନିମନ୍ତେ ଶିବରାତ୍ରୀର ପ୍ରଦୋଷ କାଳରେ ତିନି ମୁଖୀଦୀପ ଜାଳି ନିମ୍ନୋକ୍ତ ମନ୍ତ୍ର ସହିତ ଶିବଙ୍କୁ ଭକ୍ତିରସହ ପୂଜା କରିବା ଓ ନିକଟରେ ବାସ କରିବା ଆବଶ୍ୟକ। ମନ୍ତ୍ର – “ହେ ଗୌରୀ ସଙ୍କରାର୍ଦ୍ଧ।ଙ୍ଗିନି ଯଥା ତ୍ଵଂ ଶଙ୍କରପ୍ରିୟା। ତଥା ମାଂ କୁରୁ କଲ୍ୟାଣୀ କାନ୍ତକାନ୍ତା ସୁଦୂର୍ଲଭାମ୍।”

ରାତ୍ରି ପୂଜାର ମନ୍ତ୍ର ବିଧାନ

  1. ଦିନସାରା ଶିବ ମନ୍ତ୍ରର ଯଥା ଶକ୍ତି ଜପ କରିବା ଆବଶ୍ୟକ। 
  2. ଅର୍ଥାତ୍ ଯେଉଁ ମାନେ ବ୍ରାହ୍ମଣ ବା ଯେଉଁମାନେ ବ୍ରତ ହେଇଛନ୍ତି ସେମାନେ “ଓଁ ନମଃ ଶିବାୟ” ମନ୍ତ୍ର ଜପ କରିବ |
  3. କିନ୍ତୁ ବାକି ସମସ୍ତେ କେବଳ “ଶିବାୟେ ନମଃ” ମନ୍ତ୍ର ଜପ କରିବା ଉଚିତ୍। 
  4. ରୋଗୀ, ଅସହାୟ ଏବଂ ବୃଦ୍ଧ ବ୍ୟକ୍ତି ମାନେ ଫଳ ଆହାର ଗ୍ରହଣ କରି ରାତ୍ରି ପୂଜା କରିପାରିବେ। 
  5. ସୁସ୍ଥ ବ୍ୟକ୍ତି ମାନେ ବିନା ଫଳ ଆହାର ଗ୍ରହଣ କରି ରାତ୍ରି ପୂଜା କରିବା ଉଚିତ୍।

Post a Comment

0 Comments