ଦୀପାବଳିରେ ବାସ୍ତୁ ଅନୁସାରେ ଘରକୁ ସଜାନ୍ତୁ
ଦୀପାବଳିରେ ବାସ୍ତୁ ଅନୁସାରେ ଘରକୁ ସଜାନ୍ତୁ
ଦୀପାବଳିରେ କେହି ବି ନିଜର ଘରକୁ ସବୁଠୁ ସୁନ୍ଦର ସଜେଇବାକୁ ଚାହିଁଥାଏ। ତେବେ ଏହି ଥରକ ବାସ୍ତୁ ଅନୁସାରେ ଘରର ସାଜସଜା କରାଯାଉ। ବାସ୍ତବରେ,ସବୁ ଥରକ ଆମେ ଘରକୁ ସଜାଇଥାଉ କିନ୍ତୁ କେତେ ଥର ସ୍ଥିତି ବାସ୍ତୁର ବିପରୀତରେ ଥିବାରୁ ତାହାର ଶୁଭ ଓ ଅଶୁଭ ଫଳ ପ୍ରାପ୍ତି ହୋଇପାରେ ନାହିଁ । ଏଥିପାଇଁ ଏହି ଥରକ ବାସ୍ତୁର ନିୟମର ଧ୍ୟାନ ରଖି ଦୀପାବଳିର ସାଜସଜା କରନ୍ତୁ । ସଫାସଫି କେବଳ ଘର ଭିତରର କରିବା ଜରୁରୀ ନୁହେଁ ,ଵଂର ଘରର ସବୁ କୋଣ ସଫା ଜରୁରୀ ଅଟେ। ଖାସକରି ଛାତ ଉପର । ଯଦି ଘରର ଭିତରକୁ ଆପଣ ପୂରା ସଜେଇ ଦଉଛନ୍ତି ଏବଂ ଛାତ ଉପରେ ଅସନା ରହୁଛି ତେବେ ମା ଲକ୍ଷ୍ମୀଙ୍କର କୃପା ଆପଣ କେବେବି ପ୍ରାପ୍ତି କରିପାରିବେନାହିଁ । ଏଥିପାଇଁ ଏ ପର୍ଯ୍ୟନ୍ତ ଆପଣ ଆପଣଙ୍କର ଛାତକୁ ସଫା କରିନାହାନ୍ତି ତେବେ ଜଲ୍ଦି କରିନିଅନ୍ତୁ ।
1. ଘରର ମୁଖ୍ୟ କବାଟରେ ଲଗାନ୍ତୁ ଏହି 5ଟି ଜିନିଷ :-
ଏହି ଦୀପାବଳିରେ ଘରର କବାଟରେ ସୋରିଷ ତେଲରେ ସ୍ୱସ୍ତିକ ଚିହ୍ନ କରିବା ଦରକାର ଏବଂ ଶୁଭ-ଲାଭ ଲେଖିବା ଦରକାର ।
ଶୁଭ ଲାଭ ଘରର ଦ୍ଵାରର ଦୁଇ ପଟେ ଲେଖିବା ଦ୍ୱାରା ଭାଗ୍ୟ ବୃଦ୍ଧି ହୋଇଥାଏ । ଏହା ଦ୍ୱାରା ଘରେ ଖୁସି ଆସିଥାଏ । ଏହା ଏକ ପ୍ରକାରର ଶୁଭ ସଂକେତ ହୋଇଥାଏ |
ସ୍ଵସ୍ତିକ ଚିହ୍ନ ଏକ ପବିତ୍ର ଚିହ୍ନ୍ ହୋଇଥାଏ । ଏମିତି କୁହାଯାଏ କି ଏହାକୁ ଲଗାଇବା ଦ୍ୱାରା ଘରର ସବୁ ବାସ୍ତୁଦୋଷ ସମାପ୍ତ ହୋଇଯାଏ । ଘରେ ଯଦି ବାସ୍ତୁଦୋଷ ଅଛି ମାନେ ନକରାତ୍ମକ ଉର୍ଜା ଅଛି ତେବେ ମାତା ଲକ୍ଷ୍ମୀ ଘରେ ଆସିବାକୁ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ସ୍ଵସ୍ତିକ ଚିହ୍ନ କରି ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରନ୍ତୁ ।
ମୁଖ୍ୟତଃ ଆମ୍ବ କିମ୍ବା ଅଶୋକ ଗଛର ପତ୍ରକୁ ମିଶାଇ ତୋରଣ କରାଯାଇଥାଏ । ଯେତେବେଳେ ବି ଘରେ କୌଣସି ଶୁଭ କାର୍ଯ୍ୟ ହୋଇଥାଏ ତେବେ ଏହାକୁ ଲଗାଇବାର ପରମ୍ପର| ରହିଛି । ଏମିତି କୁହାଯାଏ କି ଏହା ଦ୍ୱାରା ଘରକୁ ସକରାତ୍ମକ ଉର୍ଜା ଆସିଥାଏ । ଏହି କାରଣରୁ ଦୀପାବଳି ଦିନ ଏହାକୁ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ଜଲଦି ପ୍ରବେଶ କରିଥାନ୍ତି ।
ଓଁ ର ଚିହ୍ନର ହିନ୍ଦୁ ଧର୍ମରେ ବହୁତ ମହତ୍ତ୍ୱ ରହିଛି । ଏଥିରେ ବହୁତ ପ୍ରକାରର ଦିବ୍ୟ ଶକ୍ତି ରହିଥାଏ ଯାହା ଆପଣଙ୍କ ପରିବାରର ରକ୍ଷା କରିଥାଏ । ଏହା ସହିତ ଏଥିରୁ ବାହାରୁଥିବା ଉର୍ଜା ଦେବୀ ଦେବତାଙ୍କୁ ଆକର୍ଷିତ କରିଥାଏ ।
କିଛି ଲୋକମାନେ ତ୍ରିଶୂଳକୁ ବି ଘରର ମୁଖ୍ୟ ଦ୍ୱାରରେ ଲଗାଇଥାନ୍ତି । ଏହା ଆପଣଙ୍କୁ ଲୋକମାନଙ୍କର ଖରାପ ନଜରରୁ ବଞ୍ଚାଇ ଥାଏ ।
2. ମୁଖ୍ୟ ଦରଜା ଠିକ :-
ଘରର ଦରଜା ଭାଙ୍ଗି ଥିଲେ ଶବ୍ଦ କରୁଥିଲେ ସଜାଡି ଦିଅନ୍ତୁ | ଏହା ନକରାତ୍ମକ ପରିବେଶ ସୃଷ୍ଟି କରେ |
3. ଘରୁ ବାହାର କରନ୍ତୁ ଅଯଥା ଜିନିଷ :-
- ସବୁଠାରୁ ପ୍ରଥମେ ଦୀପାବଳୀର ସାଜସଜା ପୂର୍ବରୁ ଘରରୁ ସବୁ ଫାଲତୁ ଜିନିଷକୁ ବାହାର କରିଦିଅ ଯାହା ଆପଣଙ୍କର କାମରେ ଆସୁନାହିଁ କିମ୍ବା ଖରାପ ହୋଇଯାଇଛି ।
- ଖାସକରି ପଡିଥିବା ଇଲେକ୍ଟ୍ରିକ୍ ଜିନିଷ ଯେପରି ଟିଭି,ଫ୍ରିଜ ଘରୁ ବାହାର କରିଦିଅନ୍ତୁ କିମ୍ବା ସଜାଡି ଦିଅନ୍ତୁ ।
- ଏହାଛଡା ଯଦି ନୂଆ ଟିଭି କିମ୍ବା ଫ୍ରିଜ ଘରକୁ ଆଣିବାକୁ ଭାବୁଛନ୍ତି ତାହାକୁ ଉତ୍ତର କିମ୍ବା ପୂର୍ବ ପଟରେ ଲଗାଇବା ଦରକାର ।
- ବାସ୍ତୁ ଅନୁଯାୟୀ ଘଣ୍ଟା ଆମ ପ୍ରଗତିର ସଂକେତ କିନ୍ତୁ ଯଦି ଘଣ୍ଟା ଖରାପ ଅଛି ତାହେଲେ ତାକୁ ସଜାଡନ୍ତୁ ନଚେତ ଫିଙ୍ଗି ଦିଅନ୍ତୁ, ଖରାପ ଘଣ୍ଟା ଆପଣଙ୍କ ଉନ୍ନତିରେ ବାଧା ହୋଇପାରେ |
- ଘରେ ଭଙ୍ଗା ଆଇନା ଏବଂ କାଚ ଜିନିଷ ଥିଲେ ଏହା ନକରାତ୍ମକ ଶକ୍ତିକୁ ଡାକି ଆଣେ | ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି କରେ ଏବଂ ଘର ଲୋକଙ୍କୁ ମାନସିକ ପୀଡା ହୋଇଥାଏ | ତେଣୁ ବାହାର କରିଦିଅନ୍ତୁ |
- ଘରେ ପୁରୁଣା ଜୋତା ଓ ଚପଲ ଯାହା ଆପଣ ବ୍ୟବହାର କରୁ ନାହାନ୍ତି ତାକୁ ଫିଙ୍ଗି ଦିଅନ୍ତୁ ଏହି ପୁରୁଣା ଜିନିଷ ଘରେ ନକାରାତ୍ମକ ଓ ଦୁର୍ଭାଗ୍ୟ ଆଣିଥାଏ ।
- କେବେ ବି ଭଙ୍ଗା ବାସନ ବ୍ୟବହାର କରିବା ଉଚିତ ନୁହେଁ, ଏହି ଦୀପାବଳି ଆଗରୁ ନିଜ ଘର ଭଙ୍ଗା ବାସନ ବାହାର କରି ଦିଅନ୍ତୁ ।
- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଭଙ୍ଗା ଫର୍ନୀଚର ରଖିବା ଅଶୁଭ ଅଟେ, ଭଙ୍ଗା ଫର୍ନୀଚର ଭାଗ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ ।
- ଘରେ କେବେ ବି ନିଜ ଲୋକଙ୍କ ବା ଅନ୍ୟ ଭଙ୍ଗା ଫଟୋ ରଖନ୍ତୁ ନାହିଁ ଏହା ଭଲ ସଂକେତ ନୁହେଁ ।
0 Comments
Do you have any doubts or suggestions? Ask them here in the comments!