ସୌଭାଗ୍ୟ ଆଣିବ ଦଶହରା

ସୌଭାଗ୍ୟ ଆଣିବ ଦଶହରା

ମା' ଦୁର୍ଗାଙ୍କ ଆରଧନାର ପର୍ବ ଦଶହରା | ଏହା ବିଜୟାଦଶମୀ ଭାବେ ମଧ୍ୟ ପରିଚିତ | ଏହିଦିନ କେତେକ ସାଧାରଣ କାର୍ଯ୍ୟ କରି ନିଜ ପାଇଁ ସୌଭାଗ୍ୟ ଆଣିପାରିବେ |

  1. ଦଶହରା ଦିନ ଶମୀବୃକ୍ଷକୁ ପୂଜା କରନ୍ତୁ | ଯଦି ନିଜ ଘରେ ଶମୀବୃକ୍ଷ ନାହିଁ, ତେବେ ଏହାକୁ ଲଗାଇ ନିୟମିତ ଏହାର ମୂଳରେ ଦୀପ ଲଗାଇବେ |
  2. କୁହାଯାଏ, ଦଶହରା ଦିନ ଧନାଧିପତି କୁବେର ରାଜା ରଘୁଙ୍କୁ ସ୍ୱର୍ଣ୍ଣମୁଦ୍ରା ଦେବା ଲାଗି ଶମୀପତ୍ରକୁ ସୁନାର ପତ୍ର କରିଦେଇଥିଲେ |  ଏହି କାରଣରୁ ଶମୀବୃକ୍ଷକୁ ପୂଜା କଲେ ଧନ-ଧାନ୍ୟର ଅଭାବ ରହେ ନାହିଁ |
  3. ଦଶହରା ଦିନ ସନ୍ଧ୍ୟା ବେଳେ ରାବଣ ପୋଡି ହେବା ପରେ କୌଣସି ମନ୍ଦିରରେ ଏକ ନୂଆ ଝାଡୁ ନେଇ ଏପରି ସ୍ଥାନରେ ରଖି ଆସନ୍ତୁ,ଯେଉଁଠାରେ ରଖିବା ବେଳେ କେହି ଆପଣଙ୍କୁ ଦେଖି ପାରିବେ ନାହିଁ | ଏପରି କଲେ ଧନ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଥାଏ |
  4. ରାବଣ ପୋଡି ହେବା ପରେ ଯଦି କିଛି ବଳକା କାଠ ମିଳିଯାଏ ତେବେ ଏହାକୁ ଆଣି ଘରେ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ |ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ |
  5. ଦଶହରା ଦିନ ହନୁମାନଙ୍କୁ ସକାଳେ ଗୁଡ଼-ଚଣା ଏବଂ ସନ୍ଧ୍ୟା ବେଳେ ଲଡୁ ଭୋଗ ଲଗାଇବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇ ପାରିବ |
  6. ଏହିଦିନ 'ଓଁ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ,ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମୋସ୍ତୁତେ' ମନ୍ତ୍ର ଜପ କଲେ ଆରୋଗ୍ୟ ଓ ସୁଖ ପ୍ରାପ୍ତ ହୁଏ |

କୁହାଯାଇଛି ମାଆ ମହାଗୌରୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ ଯେଉଁଭଳି କଠିନ ତପସ୍ୟା କରିଥିଲେ, ଠିକ ସେହିଭଳି ମହିଳା ମାନେ ନବରାତ୍ରିର ନଅ ଦିନରେମାଆ ଗୌରୀଙ୍କ ପୂଜା କରନ୍ତି ଏବଂ ମାଆ ମଧ୍ୟ ମହିଳାଙ୍କୁ ବିଶେଷ ବର ଦିଅନ୍ତି କିନ୍ତୁ ଏହା ମଧ୍ୟ ସତ୍ୟ ଅଟେ ଜଣାଅଜଣାରେ ଅନେକ ଥର ଭୁଲକୁ କରିବାରୁ ନିବୃତ ରହିବା ଉଚିତ୍‌ । 

ଆସନ୍ତୁ ଜାଣିବେ ନବରାତ୍ରିର ଦିନରେ ମହିଳାଙ୍କୁ କେଉଁ କେଉଁ ସାବଧାନତା ରଖିବା ଉଚିତ୍‌ :-

  1. ସର୍ବପ୍ରଥମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ନବରାତ୍ରୀ ସମୟରେ ବ୍ୟକ୍ତିଙ୍କୁ ପ୍ରତିଦିନ ମାତାଙ୍କ ମନ୍ଦିର ଯାଇ ତାଙ୍କର ଧ୍ୟାନ  କରିବା ଉଚିତ୍‌ ଏବଂ ନିଜର ଓ ପରିବାରର ଖୁସି ପାଇଁ ପ୍ରାର୍ଥନା କରିବା ଉଚିତ୍‌ । 
  2. ଏହା ମଧ୍ୟ  କୁହାଯାଇଛି; ଯଦି କୌଣସି ସଧବା ମହିଳା ଏହି ୯ ଦିନ ମଧ୍ୟ  ମାତାଙ୍କ ପୂଜା ଠିକ ରୂପରେ କରନ୍ତି ; ତେବେ ବିଶେଷ ରୂପରେ ଫଳ ମିଳିଥାଏ । କେବଳ ଏତିକି ନୁହେଁ; ସେହି ମହିଳାଙ୍କ ସମସ୍ତ ମନୋସ୍କ।ମାନ ପୂର୍ତ୍ତି  ହୋଇଥାଏ । 
  3. ମାତାଙ୍କ ଅଷ୍ଟମ ଦିନ, ମାତାଙ୍କ ବିଶେଷ ପୂଜାର ଆୟୋଜନ କରାଯାଇଥାଏ | ଏହି ପୂଜା ପାଇଁ ଯଦି କୌଣସି ବ୍ରାହ୍ମଣର ସାହାଯ୍ୟ ନେଇ ପୂଜା କରିବା ଉଚିତ୍‌ ଅଟେ |

ଆସନ୍ତୁ ଜାଣିବା  ନବରାତ୍ରିର ଏହି ୯ ଦିନରେ କଣ କରିବା ଅନୁଚିତ ଅଟେ :-

  • ନବରାତ୍ରିର ଏହି ୯ ଦିନରେ ବ୍ୟକ୍ତି ଦାଢ଼ି, ନଖ, କେଶ କାଟିବା ଉଚିତ୍‌ ନୁହେଁ | ଶାସ୍ତ୍ରରେ  ଏହି କାମରୁ ନିବୃତ ରହିବା ପାଇଁ କୁହାଯାଇଛି ।
  • ଧ୍ୟାନ ରଖନ୍ତୁ: ଏହି ୯ ଦିନରେ ଆପଣଙ୍କ ଘରେ ରସୁଣ ପିଆଜର ପ୍ରୟୋଗ କରନ୍ତୁ ନାହିଁ ।
  • ଆପଣଙ୍କୁ ଏହା ମଧ୍ୟ  କହିବା ପାଇଁ ଚାହୁଁଛୁ; ନବରାତ୍ରିର ଏହି ନଅ ଦିନରେ ପୁରୁଷଙ୍କୁ ମାଂସ ଭକ୍ଷଣ କରିବା ଅନୁଚିତ ଅଟେ |
  • ଧ୍ୟାନ ରଖନ୍ତୁ; ଏହି ୯ ଦିନ ଯଦି ଆପଣ ବ୍ରତରେ ଅଛନ୍ତି କିମ୍ବା ବ୍ରତ ପାଳନ କରୁ ନାହାଁନ୍ତି: ତେବେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଉଚିତ୍‌ | ଏହାଦ୍ୱାରା ମାତାଙ୍କ ଅପାର କୃପା ଲାଭ ହେବ |

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ଦଶହରା ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ | 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ

Post a Comment

0 Comments