ରୁଦ୍ରାକ୍ଷର ଉତ୍ପତ୍ତି, ଆକୃତି ଓ ଆକାର
ରୁଦ୍ରାକ୍ଷ ଶବ୍ଦର ଉତ୍ପତ୍ତି - ରୁଦ୍ରାକ୍ଷ ଏହା ଯୁଗ୍ମ ଶବ୍ଦ ରେ ପରିଣତ ହୁଏ। ରୁଦ୍ର+ଅକ୍ଷ=ରୁଦ୍ରାକ୍ଷ
ରୁ-ରୁତମ (ଦୁଃଖମ) ଦ୍ର-ଦ୍ରବୟତି(ନାଶୟତି )ଇତି ରୁଦ୍ର8। ଅକ୍ଷ ବା ଅକ୍ସା ର ଅର୍ଥ ଆଖି ଲୁହ ଠୋପା । ଅର୍ଥାତ୍ ଯେ ଦୁଃଖର ସମୂଳ ନାଶ କରନ୍ତି ତାଙ୍କୁ ରୁଦ୍ର କୁହାଯାଏ। ରୁଦ୍ରାକ୍ଷ ଠିକ ସେହିପରି ବିଧି ମୁତାବକ ଧାରଣ କରିଥିବା ବ୍ୟକ୍ତି ର ସମସ୍ତ ଦୁଃଖ ନାଶ କରିଥାଏ।
"ରୁଦ୍ରାକ୍ଷ ସ୍ୟୋନ୍ନତଂ ପ୍ରୋକ୍ତମ୍ ମୁଖଂ ପୃଚ୍ଛମ୍ ତୁ ନିର୍ମଳମ୍।"(ସ୍ୱଚ୍ଛନ୍ଦ ମାହେଶ୍ୱର ତନ୍ତ୍ର)ଅନୁସାରେ ରୁଦ୍ରାକ୍ଷର ଉନ୍ନତ ଭାଗ ମୁଖ ଓ ପୃଚ୍ଛ(ପଛ)ନିର୍ମଳ ବା ସମାନ ହୋଇଥାଏ। ରୁଦ୍ରାକ୍ଷ ର ଉପରୁ ତଳ ପର୍ଯ୍ୟନ୍ତ ଯାଇଥିବା ରେଖାକୁ ମୁଖ କୁହାଯାଏ।
1. ଶିବଙ୍କ ଅଶୃରୁ ରୁଦ୍ରାକ୍ଷ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି। ପୌରାଣିକ କଥା ଅନୁସାରେ ଭଗବାନ ଶିବ ତ୍ରିପୁରାଶୁରକୁ ବଧ କରିବା ସମୟରେ ତାଙ୍କ ନେତ୍ରରୁ ଲୁହ ବାହାରି ଆସିଥିଲା, ଯାହାକି ଧରିତ୍ରୀ ଉପରେ ପଡ଼ି ରୁଦ୍ରାକ୍ଷର ଜନ୍ମ ହୋଇଥିଲା।
2. ପୁରାଣରେ ଉଲ୍ଲେଖ ରହିଛି ଯେ ସତୀଙ୍କ ଦେହ ତ୍ୟାଗରେ ଶିବ ଅତ୍ୟନ୍ତ ଦୁଖୀ ହୋଇଯାଇଥିଲେ | ଶିବଙ୍କ ଆଖିରୁ ଝରିଥିବା ଲୁହ ଯେଉଁଠାରେ ପଡିଥିଲା ସେଠାରେ ରୁଦ୍ରାକ୍ଷ ଉତ୍ପନ୍ନ ହୋଇଥିଲା | ଶିବଙ୍କ ଲୁହ ତଳେ ପଡ଼ିବା ମାତ୍ରକେ ରୁଦ୍ରାକ୍ଷ ଗଛରେ ପରିଣତ ହୋଇଯାଇଥିଲା।
ରୁଦ୍ରାକ୍ଷ :-
ଉଦ୍ଭିଦ ବିଜ୍ଞାନ ଅନୁଯାୟୀ ଏହା ଇଲିଓକାର୍ପସ ବୃକ୍ଷର ଫଳର ବୀଜ ।
ଏହି ଚିରହରିତ ବୃକ୍ଷ ଭାରତ, ନେପାଲ, ଚାଇନା, ଅଷ୍ଟ୍ରେଲିଆ, ଗୁଆମ, ହାୱାଇ ଆଦିରେ ଦେଖାଯାଏ ।
ମାନବ କଲ୍ୟାଣାର୍ଥ ତାହା କାଶୀ,ଅଯୋଧ୍ୟା,ମଥୁରା,ନେପାଳ ଓ ମଳୟପ୍ରଦେଶ ଆଦି ସ୍ଥାନ ମାନଙ୍କରେ ପତିତ ହେବାରୁ ସେଠାରେ ରୁଦ୍ରାକ୍ଷ ବୃକ୍ଷର ସୃଷ୍ଟି ହେଲା।
ବିଶ୍ୱରେ ପ୍ରାୟ ୩୦୦ ପ୍ରଜାତିର ଇଲିଓକାର୍ପସ ବୃକ୍ଷ ଦେଖିବାକୁ ମିଳେ ।
ତନ୍ମଧ୍ୟରୁ ୩୫ ପ୍ରଜାତି ଭାରତରେ ଦେଖାଯାଏ ।
‘ଗୌରୀଶଙ୍କର’, ଗଣେଶ, ବେଦ, ଦ୍ୱୈତ ଆଦି ବିରଳ ପ୍ରଜାତିର ରୁଦ୍ରାକ୍ଷ । ରୁଦ୍ରାକ୍ଷ ଏକମୁଖୀରୁ ଆରମ୍ଭ କରି ଚତୁର୍ଦ୍ଧଶମୁଖୀ ପର୍ଯ୍ୟନ୍ତ ହୋଇପାରେ ।
ଆକାର ଅନୁସାରେ ରୁଦ୍ରାକ୍ଷକୁ ତିନି ଭାଗରେ ବିଭକ୍ତ କରାଯାଇଛି :-
ରୁଦ୍ରାକ୍ଷ ର ପ୍ରକାର ଭେଦ-
*ଶିବ ମହାପୁରାଣ ମତରେ କୈଳାଶ,ହିମାଳୟ ପାଦଦେଶ,ଉତ୍ତର ଭାରତ ଓ ନେପାଳରେ ଯେଉଁ ଫଳ ହୁଏ ତାହାକୁ ରୁଦ୍ରାକ୍ଷ ।
*ଦକ୍ଷିଣ ଭାରତରେ ଯେଉଁ ଚନ୍ଦ୍ରାକୃତି ଫଳ ହୁଏ ତାହାକୁ ଭଦ୍ରାକ୍ଷ ।
*ଇଣ୍ଡୋନେସିଆ ଓ ମାଲେସିଆ ରେ ଯେଉଁ ଫଳ ହୁଏ ତାହାକୁ ନିଲାକ୍ଷ କୁହାଯାଏ ।
*ମଧ୍ୟମ ଧରଣ ଓ ଅଁଳା ଆକାର ପରି ଦେଖାଯାଉଥିବା ରୁଦ୍ରାକ୍ଷକୁ ପିନ୍ଧିବା ସବୁଠାରୁ ଉତ୍ତମ ବା ଶୁଭ ବୋଲି କୁହାଯାଏ।
* ବର କୋଳି ଆକାରରେ ଦେଖାଯାଉଥିବା ରୁଦ୍ରାକ୍ଷ ମଧ୍ୟମ ଶୁଭଫଳ ଦେଇଥାଏ।
* ସବୁଠାରୁ ଛୋଟ ବା ଚଣାଭଳି ଦେଖାଯାଉଥିବା ରୁଦ୍ରାକ୍ଷକୁ ସବୁଠାରୁ କମ୍ ଶୁଭଫଳ ଦେଇଥାଏ।
ଶୁଭ ଓ ଅଶୁଭ :-
*ଯେଉଁ ରୁଦ୍ରାକ୍ଷ ଭାଙ୍ଗିଯାଇଥିବ କିମ୍ବା ଖରାପ ହୋଇଯାଇଥିବ ଏହି ରୁଦ୍ରାକ୍ଷ ଧାରଣ କରିବା ଉଚିତ ନୁହେଁ।
*ରୁଦ୍ରାକ୍ଷ ଆକାର ଗୋଲ ନଥିଲେ ଏହାକୁ ମଧ୍ୟ ପିନ୍ଧିବା ଶୁଭ ନୁହେଁ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି।
*ରୁଦ୍ରାକ୍ଷ ମଝିରେ ଆପେ ଆପେ ଛେଦ ହୋଇଗଲେ ଏହି ରୁଦ୍ରାକ୍ଷ ସବୁଠାରୁ ଶୁଭଫଳ ଦେଇଥାଏ।
*ଅସଲୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ହିଁ ବ୍ୟକ୍ତିର ସମସ୍ତ କାମ ସହଜ ହୋଇଥାଏ।
ବିଭିନ୍ନ ରଙ୍ଗର ରୁଦ୍ରାକ୍ଷ :-
ରୁଦ୍ରାକ୍ଷ ବିଭିନ୍ନ ପ୍ରକାର ରଙ୍ଗର ରହିଛି। ବାଦାମୀ, ଲାଲ୍ ହଳଦୀ ଏବଂ ଧୂସର ଆଦି ବିଭିନ୍ନ ରଙ୍ଗର ରୁଦ୍ରାକ୍ଷ ଆଜିକାଲି ବଜାରରେ ମିଳୁଛି।


0 Comments
Do you have any doubts or suggestions? Ask them here in the comments!