ଦୀପାବଳି ପୂଜା ଓ କିଛି ସରଳ ଉପାୟ

ଦୀପାବଳି ପୂଜା ଓ କିଛି ସରଳ ଉପାୟ 

ଦୀପାବଳି ଦେଶସାରା ବହୁତ ଧୁମଧାମରେ ପାଳନ କରାଯାଏ  | ଦୀପାବଳି ପର୍ବରେ ମହା ଲକ୍ଷ୍ମୀଙ୍କର ବିଶେଷ ପୂଜା ପାଠ କରାଯାଇଥାଏ । ଏମିତି କୁହାଯାଏ କି ଯଦି ଏହି ଦିନରେ ସମସ୍ତ ବିଧି ବିଧାନ ସହ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଏ ତେବେ ଏହା ଦ୍ୱାରା  ଘରେ ସୁଖ ସମୃଦ୍ଧିର  ଆଗମନ ହୋଇଥାଏ |


ଏହି ଦିନରେ ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରି କୃପା ପ୍ରାପ୍ତ କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ଉପାୟ ବି ଆପଣାଇ ଥାନ୍ତି  । ଏମିତି କୁହାଯାଏ କି ମାତା ଲକ୍ଷ୍ମୀ ଯଦି କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଯାନ୍ତି ତେବେ ତାର ଜୀବନରେ କେବେବି ଧନ ସମ୍ବଦ୍ଧିତ ସମସ୍ୟା ଉତ୍ପନ୍ନ ହୋଇନଥାଏ |


କିନ୍ତୁ ଏହା ଛଡା କିଛି ଏମିତି ସରଳ ଉପାୟ ବି କରାଯାଇ ପାରିବ ଯାହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ | ଆଜି ଆମେ ଆପଣଙ୍କୁ ଦୀପାବଳିରେ କରାଯାଉଥିବା ସେହି ସବୁ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ ।

ପୂଜା

  •  ଦୀପାବଳି ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି, ପାଣିରେ ଅଳ୍ପ କଞ୍ଚା କ୍ଷୀର, ରାଶି ଓ ଗଙ୍ଗା ପାଣି ମିଶାଇ ସେହି ପାଣିରେ ସ୍ନାନ କରି ନିଅନ୍ତୁ । ସ୍ନାନ କରିବା ପରେ ଆପଣ ନୂଆ କପଡା ପରିଧାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରବା ସହ ଲାଲ ଫୁଲ ଅର୍ପଣ କରନ୍ତୁ  ।  

  • ଏହା ପରେ ଆପଣ ଅଶୋକ ଗଛର ପତ୍ରକୁ ଆଣି ମାଳ କରନ୍ତୁ ଓ ନିଜ ଘରର କବାଟରେ ଲଗାଇ ଦିଅନ୍ତୁ । ମୁଖ୍ୟଦ୍ୱାରର ଦୁଇ ପଟେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ |  

  • ଦୀପାବଳି ଦିନ ପୂଜା ସରିବା ପରେ ଘରର ସମସ୍ତ କକ୍ଷରେ ଶଙ୍ଖ ଓ ଘଣ୍ଟି ବଜାଇବା ଉଚିତ୍‌ । ଏହାଦ୍ୱାରା  ଘରେ ଥିବା ନକାରାତ୍ମକ ଶକ୍ତି ବାହାରକୁ ଚାଲିଯାଏ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ।

  •  ଆପଣ ଦୀପାବଳି ଦିନ ଓସ୍ତ ଗଛର ଏକ ପତ୍ର ନିଜ ଘରକୁ ନେଇ ଆସନ୍ତୁ । ଯେଉଁ ଓସ୍ତ ଗଛର ପତ୍ର ଆଣିବେ ତାହା କେଉଁଠାରୁ କଟା ନ ଥିବ କି ଫଟା ନ ଥିବ, ଏହି ପତ୍ରରେ “ଓଁ ମହାଲକ୍ଷ୍ମ୍ୟୟେ ନମଃ” ଲେଖି ପୂଜା ସ୍ଥଳରେ ରଖି ଦିଅନ୍ତୁ ।  



  • ଦୀପାବଳି ରାତିରେ ମାତା ଲକ୍ଷ୍ମୀଙ୍କର ପୂଜା କରିବା ପୂର୍ବରୁ ଲବଙ୍ଗ ଓ ଗୁଜୁରାତିର ପେଶି ତାହାର ମିଶ୍ରଣ ତିଆରି କରନ୍ତୁ । ଏହା ପରେ ଏହି ମିଶ୍ରଣ ଦ୍ୱାରା ସବୁ ଦେବୀ ଦେବତାଙ୍କୁ ଟୀକା ଲଗାନ୍ତୁ , ଏହି ଉପାୟକୁ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ମିଳିଥାଏ ।

  • ଦୀପାବଳିରେ ମହାଲକ୍ଷ୍ମୀଙ୍କ ପୂଜା ସମୟରେ ମା'ଙ୍କ  ନିକଟରେ କଉଡ଼ି ରଖନ୍ତୁ, ମା' ଅଧିକ ପ୍ରସନ୍ନ  ହେବେ |

  • ମା ଲକ୍ଷ୍ମୀଙ୍କର ପୂଜା ସମୟରେ ପୂଜା ଥାଳିରେ ଗୋମତୀ ଚକ ରଖି  ପୂଜା କଲେ ଧନ ବୃଦ୍ଧି ହୋଇଥାଏ |

  • ଲକ୍ଷ୍ମୀଙ୍କ ପୂଜାରେ କଞ୍ଚା ହଳଦୀ ଖଣ୍ତ ମଧ୍ୟ  ପୂଜା ହୁଏ। ଏହାକୁ ପୂଜା ସରିବା ପରେ ସେହି ସ୍ଥାନରେ ରଖନ୍ତୁ ଯେଉଁଠି ଆପଣ ଟଙ୍କା ପଇସା ରଖୁଛନ୍ତି।
  •  ଆର୍ଥିକ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଦୀପାବଳୀ ରାତିରେ ନିଜ ଘରେ ଶ୍ରୀ ଯନ୍ତ୍ର ସ୍ଥାପନା କରନ୍ତୁ ଓ ରାତି ସମୟରେ କନକଧାରା ସ୍ତୋତର ପାଠ କରନ୍ତୁ ।
  • ସମ୍ଭବ ହେଲେ ଦୀପାବଳି ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରର ମୁଖ୍ୟଦ୍ଵାର ଖୋଲା ରଖନ୍ତୁ |
  • 5 ଦିନ ଘରେ ଶାନ୍ତି ବଜାୟ ରଖନ୍ତୁ |
  • ଏହି ଦିନ ଦୂବର 21ଟି ଗଣ୍ଠି ଗଣେଶଙ୍କୁ ଚଢାନ୍ତୁ |  

  • ଦୀପାବଳିରେ ମା' ଲକ୍ଷ୍ମୀଙ୍କ ପୂଜା ସହ ଦୋକାନ, କମ୍ପୁଟର କିମ୍ବା ଆପଣଙ୍କ ଆୟର ଉତ୍ସ(ଯାହା ଜରିଆରେ ଆପଣ ଉପାର୍ଜନ କରୁଛନ୍ତି) ସାମଗ୍ରୀର ମଧ୍ୟ ପୂଜା କରନ୍ତୁ ।
  • ଦୀପାବଳି ପୂଜନ ପରେ ହାତରେ କଳା ରାଶି ନେଇ ପରିବାର ସବୁ ସଦସ୍ୟଙ୍କ ଉପରେ ସାତଥର ବୁଲାଇ ଫିଙ୍ଗି ଦିଅନ୍ତୁ ଏହା କଲେ ମାନ କି ଧନହାନି ହୁଏ ନାହିଁ ।

ଦାନ 

  • ଯଦି ଆପଣ ଦୀପାବଳି ଦିନ କୌଣସି କିନ୍ନରକୁ ଦେଖୁଛନ୍ତି ତେବେ ଆପଣ ତାଙ୍କୁ ମିଠା କିମ୍ବା ଟଙ୍କା ଅବଶ୍ୟ ଦିଅନ୍ତୁ |

  • ଏଥର ଦୀପାବଳି ରବିବାର ଦିନ ପଡୁଛି | ଯଦି ଆପଣ ଏହି ଦିନ ଧଳା ରଙ୍ଗର ବସ୍ତ୍ର  ଗୁଡିକ ଦାନ କରିବେ ତେବେ ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ଆପଣଙ୍କୁ ମିଳିବ |

  • ଦୀପାବଳି ଦିନ କୌଣସି ବି ମନ୍ଦିରକୁ 3ଟି ଝାଡ଼ୁ ଦାନ କରନ୍ତୁ । ଯଦି ମହାଲକ୍ଷ୍ମୀଙ୍କ ମନ୍ଦିର ଯାଉଛନ୍ତି, ତେବେ ଗୋଲାପ ବାସ୍ନାଯୁକ୍ତ  ଧୂପକାଠି ଦାନ କରନ୍ତୁ ।

ଉପାୟ

  • ଆଖୁ ଗଛର ଚେରରେ ନାଲି କପଡାରେ ଘୋଡାଇ ସିନ୍ଦୁର ଓ ନାଲି ଚନ୍ଦନ ଲଗାଇ ଧନ ବକ୍ସ ରେ ରଖିଲେ ଧନ ବୃଦ୍ଧି ହୋଇଥାଏ । 

  • ଦୀପାବଳି ଦିନ ପେଚା ଚିତ୍ର ନିଜ ତିଜୋରି ରେ ଲଗାନ୍ତୁ, କୁହାଯାଏ କି ପେଚା ସବୁ ପୂର୍ଣ୍ଣିମା ରେ ଓସ୍ତ ଗଛ ଚାରି ଆଡେ ବୁଲେ କାହିଁକି ନା ଓସ୍ତ ଗଛ ରେ ମା ଲକ୍ଷ୍ମୀ ବିରାଜନ୍ତି ଏବଂ ପେଚା ମାଙ୍କ ପାଇଁ ବହୁତ ଭଲ ସଂକେତ ।
  •  ଏହା ଛଡା ଆପଣ ବରଗଛର ପତ୍ରରେ ହଳଦୀ ରେ ସ୍ୱସ୍ତିକର ଚିହ୍ନ ଆଙ୍କି ଏହାକୁ ନିଜ ତିଜୋରିରେ ରଖି ଦିଅନ୍ତୁ । ଏହା ଦ୍ୱାରା ବି ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି  ପ୍ରାପ୍ତ ହୋଇଥାଏ |


  • ଯଦି ଆପଣ ଚାହୁଁଛନ୍ତି  କି ଆପଣଙ୍କ ଜଲଦି ଧନ ଲାଭ ହେଉ ତେବେ ଆପଣ ଦୀପାବଳି ଦିନ ସନ୍ଧ୍ୟା ସମୟରେ ବରଗଛର ଓହଳରେ ଗଣ୍ଠି ଲଗେଇ ଦିଅନ୍ତୁ ଏବଂ ଧନ ଲାଭ ପରେ ତାକୁ ଖୋଲି ଦିଅନ୍ତୁ ।

  • ଆପଣ କିନ୍ନର ଠାରୁ ୧ଟଙ୍କାର ମୁଦ୍ରା ମାଗି ନିଅନ୍ତୁ  । ଏହି ମୁଦ୍ର|କୁ ଆପଣ ନିଜ ତିଜୋରିରେ ଯତ୍ନର ସହ ରଖନ୍ତୁ । ଏହି ଉପାୟକୁ କରିବା ଦ୍ୱାରା ନିର୍ଧନତା ଦୂର ହୋଇଥାଏ | ଏହି ଉପାୟ ବହୁତ ଉପଯୋଗୀ ଅଟେ |



ମା' ଲକ୍ଷ୍ମୀଙ୍କ ପୂଜା ସହ ଉପରୋକ୍ତ ଉପାୟଗୁଡ଼ିକ କଲେ, ଆପଣଙ୍କର ଆର୍ଥିକ ଅନାଟନ ସମସ୍ୟା ସବୁଦିନ ପାଇଁ ଶେଷ ହେବ ଓ ମହାଲକ୍ଷ୍ମୀ ଆପଣଙ୍କ ଉପରେ ସବୁବେଳେ ପ୍ରସନ୍ନ  ରହିବେ।


 ଧନ୍ୟବାଦ 

Post a Comment

1 Comments

Do you have any doubts or suggestions? Ask them here in the comments!