ସୁଦଶା ବ୍ରତ ସହ ଜଡିତ କିଛି ନିୟମ

ସୁଦଶା ବ୍ରତ ସହ ଜଡିତ କିଛି ନିୟମ

ଆମ ଓଡିଆ ପରମ୍ପରା ଅନୁଯାୟୀ ପ୍ରତି ବର୍ଷ ସୁଦଶା ବ୍ରତ ପାଳନ କାରାଯାଏ । ଏହି ବ୍ରତକୁ ମହିଳା ମାନେ ମା ଲକ୍ଷ୍ମୀଙ୍କ ପୂଜା ଆରାଧାନା କରିବା ସହ ବ୍ରତ ରଖିଥାନ୍ତି । ମା ଲକ୍ଷ୍ମୀଙ୍କର ପୂଜା ହୋଇଥାଏ ସୁଦଶା ବ୍ରତ । ସୁଦଶା ବ୍ରତ ବିଷୟରେ କିଛି ଜରୁରୀ ସୂଚନା । ଯାହାକୁ ପ୍ରତେକ ମହିଳା ମାନେ ଜାଣିବା ନିହାତି ଜରୁରୀ ଅଟେ । ଜାଣନ୍ତୁ ସୁଦଶା ବ୍ରତ ସହ ଜଡିତ କିଛି ନିୟମ…

ସୁଦଶା ବ୍ରତ କିପରି ମାରା ହୁଏ କି ?

  1. ଛୁତିକିଆ ବା ଅଣଶୁଦ୍ଧିଆ ହେଲେ ବ୍ରତ ପିନ୍ଧିଥିଲେ ମାରା ହୁଏ |
  2. ଯଦି ଆପଣଙ୍କ ପରିବାରରେ କାହାର ମୃତ୍ୟୁ ହୋଇଛି ତେବେ ସୁଦଶା ବ୍ରତ ପିନ୍ଧିଥିଲେ ମାରା ହୁଏ |
  3. ଜଣେ ମହିଳା ଗୋଟେ ପିଲାକୁ ଜନ୍ମ ଦେଲେ ସେହି ସମୟରେ ମହିଳା ଏନ୍ତୁଳି ଛୁଆଁ ହୋଇଥାନ୍ତି । ସେହି ମହିଳାଙ୍କୁ ଛୁଇଁଲେ ମଧ୍ୟ ସୁଦଶା ବ୍ରତ ମାରା ହୋଇଥାଏ ।
  4. ଯେଉଁମାନେ ମେଡିକାଲ ଚାକିରି କରୁଛନ୍ତି ସେମାନେ ଶବକୁ ଛୁଇଁଲେ ସୁଦଶା ବ୍ରତ ପିନ୍ଧିଥିଲେ ମାରା ହୁଏ |

ଅଣଶୁଦ୍ଧିଆରେ ସୁଦଶା ବ୍ରତ ମାରା ହେଲେ କ'ଣ କରିବେ ?

  1. ଯଦି ଆପଣଙ୍କ ପରିବାରରେ କାହାର ମୃତ୍ୟୁ ହୋଇଛି ତେବେ ସୁଦଶା ବ୍ରତ ପିନ୍ଧିଥିଲେ ତାହାକୁ ବାହାର କରିବା ଉଚିତ । 
  2. ଏହା ସହ ଯେତେବେଳେ ୧୦ ବା ୧୧ ଦିନ କାମ ଚାଲିଥିବା ସେହି ସମୟରେ ନଖ କାଟିବା ସମୟରେ ସୁଦଶା ବ୍ରତ ରହିବା ଉଚିତ ନୁହେଁ ।
  3. ଯଦି କୌଣସି ମହିଳା ଶବକୁ ଛୁଇଁଥାନ୍ତି ତେବେ ସୁଦଶା ବ୍ରତ ପିନ୍ଧିଥିଲେ ତାକୁ ଜଳରେ ବିସର୍ଜନ କରିଦେବେ ।
  4. ଯଦି ଶବକୁ ଛୁଇଁ ନାହାନ୍ତି ଯେତେବେଳେ ଶୁଦ୍ଧିକ୍ରିୟା ସରିଯିବା ତା ପରେ ସୁଦଶା ବ୍ରତକୁ କଞ୍ଚା କ୍ଷୀରକୁ ଧୋଇ ହଳଦୀ ଲଗାଇ ପିନ୍ଧିପାରିବେ ।

ଛୁତିକିଆରେ ସୁଦଶା ବ୍ରତ ମାରା ହେଲେ କ'ଣ କରିବେ ?

ଯଦି କୌଣସି ମହିଳା ଏନ୍ତୁଳିରେ ରହିଥାନ୍ତି ତେବେ ସୁଦଶା ବ୍ରତ ପିନ୍ଧିଥିଲେ ତାକୁ ଜଳରେ ବିସର୍ଜନ କରାଯାଏ ।

ବାହାରେ ରହୁଛନ୍ତି ବା ମେଡିକାଲ ଚାକିରି କରୁଛନ୍ତି ତେବେ ସୁଦଶା ବ୍ରତକୁ କ'ଣ କରିବେ ?

  1. ଯଦି ଆପଣ ବାହାରେ ରହୁଛନ୍ତି ତେବେ ଛୁତିକିଆ ବା ଅଣଶୁଧିଆ ହେଲେ ବ୍ରତ ପିନ୍ଧିଥିଲେ ମାରା ହେବ ନାହିଁ ।
  2. ଯଦି ଆପଣଙ୍କର ବ୍ରତ ମାରା ହୁଏ ବୋଲି ଭାବୁଛନ୍ତି ତେବେ ମନକୁ ବୁଝାଇବା ପାଇଁ କଞ୍ଚା କ୍ଷୀରରେ ଧୋଇକି ପିନ୍ଧି ପାରିବେ । 
  3. ଯେଉଁମାନେ ମେଡିକାଲ ଚାକିରି କରୁଛନ୍ତି ସେମାନେ ଶବକୁ ଛୁଇଁ ସୁଦଶା ବ୍ରତ ପିନ୍ଧିଥିଲେ ତୁଳସୀ ପତ୍ରକୁ ନିଜ ଶରୀରରେ ବାନ୍ଧିକୁ ରଖିବା ଉଚିତ । 
  4. ନ ହେଲେ  ସୁଦଶା ବ୍ରତକୁ ସବୁ ଦିନ ନ ପିନ୍ଧି ଛୁଟି ଦିନରେ ପିନ୍ଧିପାରିବେ ।
  5. ଯଦି ତୁଳସୀ ମାଳ ଧାରଣ କରିବେ ତେବେ ଆମିଷ ଖାଇବା ଅନୁଚିତ ।

ବ୍ରତ ଛିଡି ଗଲେ ଓ ହଜିଗଲେ କ'ଣ କରିବେ ?

  1. କେବେ ବି ଖାଲି ହାତ ମହିଳା ମାନେ ରହିବା ଅନୁଚିତ ।
  2. କୌଣସି ଏକ ପିତଳ ବାକ୍ସରେ ସୁଦଶା ବ୍ରତ ସାଇତି ରଖିବା ଉଚିତ । 
  3. ଯଦି ବ୍ରତ ଛିଡି ଯାଇଥାଏ ତେବେ କୌଣସି ଏକ ଜାଗାରେ ରଖିବା ଉଚିତ । ଜଳରେ ବିସର୍ଜନ କରିଦେବେ |
  4. ବ୍ରତକୁ କେବେ ହଜାଇବା ବା କାହାକୁ ଦେବା ଉଚିତ ନୁହେଁ । 

ବ୍ରତ କେଉଁଠି ପିନ୍ଧିବେ ?

  1. ହାତର ବାହୁରେ ସୁଦଶା ବ୍ରତ ପିନ୍ଧିବା ଉଚିତ । 
  2. ସୁଦଶା ବ୍ରତ ଡାହାଣ ହାତରେ ପିନ୍ଧିବା ଉଚିତ । 
  3. ଯେଉଁ ଜାଗାରେ ଚୁଡି ପିନ୍ଧୁଛନ୍ତି ସେଠାରେ ସୁଦଶା ବ୍ରତ ପିନ୍ଧିବା ଅନୁଚିତ ।

ସୁଦଶା ବ୍ରତକୁ କେବେ ବଦଳାଇବେ 

  1. ଗୁରୁବାର ବା ଆମବାସ୍ୟା ବା ସଂକ୍ରାନ୍ତି  ଦିନ ସୁଦଶା ବ୍ରତ ଓହ୍ଲାଇବା ଉଚିତ ନୁହେଁ । 
  2. ଏହା ସହ ରବିବାର ବା କୌଣସି ବାର ପାଳନ କରୁଥିଲେ ବ୍ରତ ଓହ୍ଲାଇବା ଉଚିତ ନୁହେଁ ।

ବ୍ରତ ପାଇଲେ କ'ଣ କରିବେ ?

  1. ଯଦି ଆପଣ ଯେ କୌଣସି ବ୍ରତ ପାଇଛନ୍ତି ତେବେ ରଖିବା ବା ପୂଜା ନ କରି ବିସର୍ଜନ କରିବା ଜରୁରୀ ।
  2. ଯଦି ଅନନ୍ତ ବ୍ରତ ପାଇଛନ୍ତି ତେବେ ଏହାକୁ ବିସର୍ଜନ ନ କରି ଏହାକୁ ପୂଜା କରି ରଖିବା ଉଚିତ । 

Post a Comment

0 Comments