ପବିତ୍ର ଜନ୍ମାଷ୍ଟମୀରେ ଘରକୁ ନେଇ ଆସନ୍ତୁ ଏହି ଜିନିଷ

ପବିତ୍ର ଜନ୍ମାଷ୍ଟମୀରେ ଘରକୁ ନେଇ ଆସନ୍ତୁ ଏହି  ଜିନିଷ

ଜନ୍ମାଷ୍ଟମୀ ପୂଜାକୁ ନିଷ୍ଟାର ସହ କରିବା ଦ୍ଵାରା ଭକ୍ତଙ୍କ ସମସ୍ତ ମନସ୍କାମନା ଭଗବାନ ଶ୍ରୀକୃଷ୍ଣ ପୂରଣ କରିଥାନ୍ତି । ଯେଉଁମାନେ ଜନ୍ମାଷ୍ଟମୀ ବ୍ରତ ରଖିବା ପାଇଁ ଚାହୁଁଛନ୍ତି, ଜନ୍ମାଷ୍ଟମୀ ଦିନ ଏପରି କିଛି ଜିନିଷ ଅଛି ଯାହାକୁ ଘରକୁ ଆଣିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣଙ୍କ କୌଣସି ପ୍ରକାରର ସମସ୍ୟା ଲାଗି ରହିଛି,ବିବାହ ହେଉ ନାହିଁ କିମ୍ବା ଚାକିରି ହେଉ ନାହିଁ ଇତ୍ୟାଦି ଇତ୍ୟାଦି ଅନ୍ୟ ଯେତେ ଗୁଡ଼ିଏ ସମସ୍ୟା ରହିଛି ତାହା ହୋଇଥାଏ ଏହି ଜିନିଷ ଗୁଡ଼ିକୁ ଘରକୁ ଆଣିବା ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇଥାଏ । ଏହି ଜିନିଷ ଭଗବାନ ଶ୍ରୀକୃଷ୍ଣଙ୍କର ପସନ୍ଦର ଅଟେ ।

ଜନ୍ମାଷ୍ଟମୀ ପର୍ବରେ ଘରକୁ ଆଣନ୍ତୁ ଏହି ସବୁ ସାମାନ

ଗାଈ ଓ ବାଛୁରି

  1. ଯଦି ଗାଈ ଓ ବାଛୁରି ରଖିବା ସମ୍ଭବ ଅଟେ । ଆପଣ ତାକୁ ଘରେ ରଖି ଜନ୍ମାଷ୍ଟମୀ ଦିନ ଭଗବାନଙ୍କ ନାମରେ ଅର୍ପଣ କରିଦେବେ ।
  2. ଯଦି ଏହା ସମ୍ଭବ ନୁହେଁ, ତେବେ ସୁନା, ରୂପାର କିମ୍ବା ମାଟିର ଗାଈ ଓ ବାଛୁରି କିଣି ଭଗବାନଙ୍କୁ ଜନ୍ମାଷ୍ଟମୀ ଦିନ ଉପହାର ସ୍ୱରୂପ ଦିଅନ୍ତୁ ।
  3. ଏବଂ ଠାକୁର ଘରେ ପୂଜାର୍ଚ୍ଚନା କରୁଥିବା ସ୍ଥାନରେ ହିଁ ସ୍ଥାପନ କରିବା ଉଚିତ ଏହା ଦ୍ୱାରା ଘରେ ସୁଖ ର ବାତାବରଣ ଖେଳି ଯାଏ ।
  4. ଏହା କରିବା ଦ୍ଵାରା ଆର୍ଥିକ ସମସ୍ୟା ଦୂର ହେବା ସହ ସନ୍ତାନ ପ୍ରାପ୍ତିର ଶୁଭ ଖବର ମିଳିପାରେ ।
ଚନ୍ଦନ

  1. ଘରେ ଚନ୍ଦନ ହେବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ଏହାର ସୁଗନ୍ଧରେ ବାତାବରଣର ନକାରାତ୍ମକ ଉର୍ଜା ସମାପ୍ତ ହୋଇଯାଏ । ସମସ୍ତ ଦେବୀ ଦେବତାଙ୍କ ପୂଜନରେ ଚନ୍ଦନ ଲାଗିର ବିଶେଷ ମହତ୍ତ୍ୱ ରହିଥାଏ । 
  2. ଚନ୍ଦନ ତିଳକ ଲଗାଇବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ | କାରଣ ମଥାରେ ଯେଉଁ ଜାଗାରେ ଆମେ ତିଳକ ଲଗାଇ ଥାଉ, ସେଠାରେ ଆଜ୍ଞା ଚକ୍ର ରହିଥାଏ ।

ବୀଣା

  1. ଘରେ କୌଣସି ଶାନ୍ତ ସ୍ଥାନରେ ବୀଣା ରଖିବା ଉଚିତ। ବୀଣା ଘରେ ରଖିବା ଦ୍ୱାରା ମା ସରସ୍ୱତୀ କୃପା ବରଷି ଥାଏ । ଘରେ ସବୁ ସଦସ୍ୟଙ୍କ ବୁଦ୍ଧିର ବିକାଶ ହୋଇଥାଏ ।
  2. ଏହାକୁ ଘରକୁ ଆଣିବା ଦ୍ୱାରା ଘରର ସମସ୍ୟା ଆପେ ସୁଧାରି ହୋଇଯାଏ। ଘରେ ଧନର ଅଭାବ କେବେ ଦେଖା ଦିଏ ନାହିଁ |

ଗାଇ କ୍ଷୀରରୁ ପ୍ରସ୍ତୁତ ଘିଅ

  1. ଭଗବାନ ଶ୍ରୀକୃଷ୍ଣଙ୍କୁ ଗାଈ ଅତ୍ୟନ୍ତ ପ୍ରିୟ ଥିଲା । ଏଭଳି କୁହାଯାଏ କି ଘରେ ଗାଈ କ୍ଷୀରରୁ ପ୍ରସ୍ତୁତ ଶୁଦ୍ଧ ଘିଅ ରଖିବା ଆବଶ୍ୟକ ଏବଂ ନିୟମିତ ରୂପରେ ଏହାର ସେବନ କରିବା ଉଚିତ | 
  2. ଘିଅରୁ ଶକ୍ତି ମିଳିଥାଏ ଏବଂ ଶରୀର ସୁସ୍ଥ ରହେ। ଘରେ ସଂଜ ସମୟରେ ଘିଅର ଦୀପ ପ୍ରଜ୍ୱଳନ କରିବା ଉଚିତ | ପୂଜାପାଠରେ ଘିଅର ବିଶେଷ ମହତ୍ତ୍ୱ ରହିଥାଏ ।

ମହୁ

  1. ଯଦି ଆପଣଙ୍କ ଘରର ରୋଷେଇ ଘରେ ମହୁ ନାହିଁ, ତାହେଲେ ଏହି ଜନ୍ମାଷ୍ଟମୀରେ ନିଶ୍ଚିତ ଭାବରେ କିଣନ୍ତୁ । ଘରେ ମହୁ ରଖିବା ଦ୍ୱାରା ବାସ୍ତୁର‌ ଅନେକ ଦୋଷ ଶାନ୍ତ ହୋଇଥାଏ ।
  2. ଏହାସହିତ ପୂଜାପାଠ ସମୟରେ ମହୁ ଅତ୍ୟନ୍ତ ଜରୁରୀ ଅଟେ । ସମସ୍ତ ଦେବୀ ଦେବତା ମାନଙ୍କୁ ମହୁ ଅର୍ପଣ କରାଯାଏ । 
  3. ଯେଉଁ ଘରେ ମହୁ ପ୍ରତ୍ୟହ ପୂଜାରେ ଲାଗେ ଏବଂ ପୂଜାପାଠ ଉତ୍ତମ ରୂପରେ ସମ୍ପନ୍ନ ହୁଏ, ସେହି ଘରେ ଦେବୀ ଦେବତାଙ୍କ କୃପା ଦୃଷ୍ଟି ରହିଥାଏ ।

ଶୀତଳ ଜଳ

  1. ଘରେ ସର୍ବଦା ସଫାସୁତୁରା ଜଳ ବ୍ୟବହାର କରିବା ଉଚିତ | ଘରକୁ ଆସୁଥିବା ଅତିଥିଙ୍କ ସ୍ଵାଗତ ଶୀତଳ ଜଳରେ କରିବା ଆବଶ୍ୟକ ।
  2. ଏହା କରିବା ଦ୍ୱାରା କୁଣ୍ଡଳୀରେ ଅନେକ ଦୋଷ ଦୂର ହୋଇଥାଏ । ମନୁଷ୍ୟ ଶରୀରରେ ସଙ୍କଟର ବୋଝ କମିଯାଏ ।

ବଇଁଶୀ

  1. ଘରକୁ ବଇଁଶି ଆଣନ୍ତୁ । ଜନ୍ମାଷ୍ଟମୀ ଦିନ ପୂଜା ସମୟରେ ପ୍ରଭୁଙ୍କୁ ସେହି ବଇଁଶି ଅର୍ପଣ କରନ୍ତୁ । ପୂଜା ପରେ ସେହି ବଇଁଶିକୁ ଘରର  ପୂର୍ବ ଦିଗର କାନ୍ଥରେ ଟଙ୍ଗାନ୍ତୁ  । 
  2. ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ବଇଁଶୀ ଯେଉଁ ଘରେ ରହିଥାଏ, ସେଠାରେ ଧନ ଏବଂ ପ୍ରେମର ଅଭାବ କେବେ ହୋଇ ନଥାଏ | 
  3. ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲେ ଏହି ବଇଁଶିକୁ ଶୋଇବା ଘରର କାନ୍ଥରେ ଲଗାଇ ଦିଅନ୍ତୁ ।
  4. ବାସ୍ତୁ ଅନୁସାରେ ଏହାକୁ ଘରେ ରଖିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ବାଉଁଶର ବଇଁଶୀ ଘରେ ରଖିବା ଦ୍ୱାରା ଘରର ସବୁ ବାସ୍ତୁ ସମସ୍ୟା ଦୂର ହୋଇଥାଏ ।

ବାଲ ଗୋପାଳ ଫୋଟ

  1. ଯଦି ଆପଣ ସନ୍ତାନ ସୁଖକୁ ନେଇ ଚିନ୍ତିତ ଅଛନ୍ତି, ତାହାରେ ଘରର କବାଟରେ ବାଲ ଗୋପାଳଙ୍କ ଫୋଟ ଲଗାଇ ପାରନ୍ତି | 
  2. ଘରର ଫାଟକରେ ଭଗବାନ ଗୋପାଳଙ୍କ ଫୋଟୋ ଚିତ୍ର ଲଗାଇବା ଦ୍ୱାରା ଆପଣଙ୍କର ମନସ୍କାମନା ଖୁବ୍‌ ଶୀଘ୍ର ପୂରଣ ହେବ ।

ବୈଜୟନ୍ତୀ ବା କଇଁଚ ମାଳା

  1. ବୈଜୟନ୍ତୀ ବା କଇଁଚ ମାଳ ଭଗବାନ କୃଷ୍ଣଙ୍କୁ ଅର୍ପଣ କରନ୍ତୁ । ପରେ ସେହି ମାଳକୁ ଆପଣ ଧାରଣ କରିପାରିବେ । 
  2. ନଚେତ ସେହି ମାଳର ଦାନାକୁ ହଳଦିଆ କିମ୍ବା ସବୁଜ କପଡାରେ ବାନ୍ଧି ନିଜ ଟଙ୍କା ରଖୁଥିବା ସ୍ଥାନରେ ରଖିପାରିବେ । 
  3. ପବିତ୍ର ଜନ୍ମାଷ୍ଟମୀ ରେ ଆପଣ ଶ୍ରୀକୃଷ୍ଣଙ୍କ ପାଖରେ ଏହି କଇଁଚ ମାଳ ଦେବା ଦ୍ୱାରା ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ ।
  4. ଏହା କରିବା ଦ୍ଵାରା ଆପଣ ଧନ ସମ୍ପତି ଓ ଟଙ୍କାକୁ ନିଜ ଆଡକୁ ଆକର୍ଷିତ କରିପାରିବେ ।

ଦକ୍ଷିଣାବର୍ତ୍ତୀ ଶଙ୍ଖ

  1. ଘରକୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ଆଣନ୍ତୁ । ଜନ୍ମାଷ୍ଟମୀ ଦିନ ସେହି ଶଙ୍ଖରେ କ୍ଷୀର ଆଣି ପ୍ରଭୁ କୃଷ୍ଣଙ୍କର ଅଭିଷେକ କରନ୍ତୁ । 
  2. ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଘରେ ବିଧି ବିଧାନ ସହ ସ୍ଥାପନ କଲେ । ଋଣ, ରୋଗ ଓ ଦରିଦ୍ରଦା ସବୁ ଦୂର ହୋଇଯାଇଥାଏ । 
  3. ଏହାକୁ ବିଧିପୂର୍ବକ ଘରେ ସ୍ଥାପିତ କରିବା ଦ୍ଵାରା ଭୂତପ୍ରେତ ଏବଂ ନକରାତ୍ମକ ଶକ୍ତିର ପ୍ରବେଶ ହୁଏ ନାହିଁ ।
  4. ଏବଂ ସକରାତ୍ମକ ଉର୍ଜା ରହିବ, ମାତାଲକ୍ଷ୍ମୀ ମଧ୍ୟ ସେହି ଘର ଛାଡ଼ି କୁଆଡେ ଯାଆନ୍ତି ନାହିଁ ।

ଗୋମତୀ ଚକ୍ର

  1. ଗୋମତୀ ଚକ୍ର ଘରକୁ ଆଣନ୍ତୁ । ଜ୍ୟୋତିଷଙ୍କ ଦ୍ଵାରା ତିଆରି ହୋଇଥିବା ଅସଲି ଗୋମତୀ ଚକ୍ର ୧୧ଟି ଆଣି ବାଲ ଗୋପାଳଙ୍କୁ ଅର୍ପଣ କରନ୍ତୁ   । 
  2. ଏହାପରେ ଏକ ହଳଦିଆ କପଡାରେ ଏହାକୁ ବାନ୍ଧି ଘରେ କିମ୍ବା ଅଫିସରେ ଝୁଲାଇ ଦିଅନ୍ତୁ । 
  3. ତେବେ ଆପଣଙ୍କ ଚାକିରି ତଥା ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । 

ମୟୂର ଚୂଳ

  1. ମୟୂର ଚୂଳ ଏହା ପ୍ରଭୁଙ୍କୁ ବହୁତ ପସନ୍ଦ ହୋଇଥାଏ । ତେଣୁ ଏହି ଦିନ ଘରକୁ ମୟୂର ଚୂଳ ଆଣି ପ୍ରଭୁଙ୍କ ନିକଟରେ ପୂଜା କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।
  2. ଆପଣଙ୍କ ଘରେ ସର୍ବଦା ଅଶାନ୍ତି ଲାଗି ରହୁଥିଲେ  ଜନ୍ମାଷ୍ଟମୀ ଦିନ ଘରକୁ ମୟୂର ପଙ୍ଖ ଆଣି ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ଏବଂ ଏହାପରେ ବେଡରୁମରେ ଏହାକୁ ଲଗାଇ ଦିଅନ୍ତୁ  ।
  3. ଏହାଦ୍ଵାରା ଘରେ ଶାନ୍ତି ବଜାୟ ରହିବା ସହ ସୁଖ, ସମୃଦ୍ଧି ବୃଦ୍ଧି ପାଇବ ।
  4. ଘରର ଶୋଇବା ଘରେ ଦୁଇଟି ମୟୂର ଚନ୍ଦ୍ରିକା ଏବଂ ଅନ୍ୟ ଘର ମାନଙ୍କରେ ଗୋଟିଏ ଗୋଟିଏ ମୟୂର ଚନ୍ଦ୍ରିକା ନିଶ୍ଚୟ ଲଗାନ୍ତୁ । 

Post a Comment

0 Comments