କେବଳ ଗାଈ ନୁହଁ ଆମ ଶରୀର ପାଇଁ ମଧ୍ୟ ଦରକାର 'ପେଜ'
କେବଳ ଗାଈ ନୁହଁ ଆମ ଶରୀର ପାଇଁ ମଧ୍ୟ ଦରକାର 'ପେଜ'
ସାଧାରଣତ ଭାତ ରାନ୍ଧିବା ପରେ ଆମେ ଏଥିରୁ ପେଜକୁ ବାହାର କରିଦେଇଥାଉ । ଫଳରେ ଭାତ ଗୋଟା ଗୋଟା ଏବଂ ସୁନ୍ଦର ହୋଇଥାଏ । କିନ୍ତୁ ଆମେ ପରେ ଏହି ପେଜକୁ ଫୋପାଡ଼ିଦେଇଥାଉ ବା ଗାଈକୁ ଦେଇଦେଇଥାଉ । କିନ୍ତୁ କ'ଣ ଆପଣ ଜାଣିଛନ୍ତି କି ଏଥିରେ ସବୁଠାରୁ ଅଧିକ କ୍ୟାଲୋରି , ଭିଟାମିନ B, E,ଆଣ୍ଟି-ଅକ୍ସିଡେଣ୍ଟ ଏବଂ ପ୍ରୋଟିନ ରହିଥାଏ । ଯାହାକି ଆମ ଶରୀର ପାଇଁ ବହୁତ ଉପକାରୀ । ଚାଲନ୍ତୁ ଜାଣିବା ପେଜର ଉପକାରିତା ବିଷୟରେ ...
ପେଜର ବ୍ୟବହାର ପ୍ରଣାଳୀ
- ଭାତ ଗାଳିବା ସମୟରେ ଏହି ପେଜକୁ ଗୋଟିଏ ପାତ୍ରରେ ରଖିବେ।
- ଉଷୁମ ଥିବା ଅବସ୍ଥାରେ ଲେମ୍ଭୁ ଏବଂ ଲୁଣ ମିଶାଇ ସେହି ପେଜକୁ ପିଇବାକୁ ଦେବେ।
- ପେଜରେ ଲୁଣ ଓ ଜିରା ମିଶାଇ ଏନର୍ଜି ଡ୍ରିଙ୍କ୍ ପ୍ରସ୍ତୁତ କରାଯାଇଥାଏ । ଏହା ଖରାଦିନେ ଆମ ଶରୀରରେ ଗ୍ଲୁକୋଜ ଭଳି କାମ ଦିଏ ।
- ପେଜକୁ ଲୁଣ ଏବଂ ଗୋଲମରିଚ ସହ ମିଶାଇ ପିଇବା ଦ୍ୱାରା ବହୁ ଲାଭ ମିଳିଥାଏ ।
- ଆପଣ ଗରମ ଗରମ ପେଜରେ ଘିଅ ଓ ଲୁଣ ପକାଇ ପିଇ ପାରିବେ ।
- ୨ବର୍ଷରୁ ପିଲାଙ୍କଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ପେଜ ପିଇପାରିବେ ।
- ପେଜ ଶରୀରକୁ ଥଣ୍ଡା ରଖିଥାଏ । ତେଣୁ ଏହାକୁ ଖରାଦିନେ ପିଇବା ଲାଭଦାୟକ ହୋଇଥାଏ ।
- ଶରୀରରେ ପାଣି ଅଭାବରୁ ଡିହାଇଡ୍ରେସନ୍ ହୋଇଥାଏ । ଖାସ୍ କରି ଖରାଦିନେ ଏହି ସମସ୍ୟା ଅଧିକ ଦେଖାଦିଏ ।
- ଗରମ ଦିନରେ ପାଣିର ଅଭାବ ହେତୁ ମୁଣ୍ଡ ବୁଲାଇ ଥାଏ ଓ କେତେଥର ପେଟ ମଧ୍ୟ ଖରାପ ହୋଇଥାଏ । ଯଦି ଆପଣ ସବୁଦିନ ପେଜ ପିଉଛନ୍ତି ତେବେ ଡିହାଇଡ୍ରେସନର ଅସୁବିଧା ହୋଇନଥାଏ ବା ଶରୀରରେ ପାଣିର ଅଭାବ ଦୂର ହୋଇଥାଏ ।
ପେଜ ଦ୍ୱାରା ରୋଗ ନିବାରଣ
- ପେଜ ପିଇବା ଦ୍ୱାରା ଥଣ୍ଡା ରୋଗରୁ ରକ୍ଷା କରିବା ସହ ପେଜ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଏ ।
- ପେଜ ଆମ ଶରୀର ପାଇଁ ବହୁତ ଉପକାରୀ । ପୌଷ୍ଟିକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ।
- ଏହାକୁ ସକାଳ ସମୟରେ ପିଇବା ଶରୀର ପକ୍ଷେ ଭଲ । ସକାଳ ସମୟରେ ପେଜ ପିଇବା ଦ୍ୱାରା ଶରୀର ପୁରା ଫିଟ ରହିଥାଏ ।
- ଏଥିରେ ଥିବା କାର୍ବୋହାଇଦ୍ରାଟେ ଶରୀରରେ ଶକ୍ତି ଵୃଦ୍ଧି କରିଥାଏ ।
- ପେଜ ଦ୍ୱାରା କଫ ସମସ୍ୟା ଦୂର ହୋଇଥାଏ ।
- ପେଜ ପିଇବା ଦ୍ୱାରା ଶରୀରରେ କ୍ୟାନ୍ସର ପ୍ରତିରୋଧକ ଶକ୍ତି ବଢିଥାଏ ।
- ଯଦି ଆପଣଙ୍କ ଉଚ୍ଚ ରକ୍ତଚାପ ଅଛି, ତା’ହେଲେ ନିୟମିତ ପେଜ ପିଅନ୍ତୁ । ପେଜ ଆପଣଙ୍କ ଶରୀରରେ ବ୍ଲଡ୍ ସର୍କୁଲେସନକୁ ବୃଦ୍ଧି କରିଥାଏ। ଏଥିରେ ସୋଡିୟମ୍ର ମାତ୍ରା କମ୍ ଥିବାରୁ ଏହା ରକ୍ତଚାପକୁ ସାମାନ୍ୟ ରଖେ ବା ହାଇ ବ୍ଲଡ ପ୍ରେସର କଣ୍ଟ୍ରୋଲରେ ରହିଥାଏ ।
- ପେଜ ପିଇବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ଆସିଥାଏ ।ଏହାଦ୍ୱାରା ନିମ୍ନ ରକ୍ତଚାପର ସମସ୍ୟା ଦୂର ହୋଇଥାଏ। ପେଜରେ ଲୁଣ ମିଶାଇ ପିଇବା ଦ୍ୱାରା ଲାଭ ମିଳିଥାଏ।
- ହୃତପିଣ୍ଡକୁ ସୁସ୍ଥ ରଖିବାରେ ଏବଂ ଚର୍ବିକୁ ମଧ୍ୟ କମ କରିଥାଏ ।
- ଆଣ୍ଠୁଗଣ୍ଠି ସମସ୍ୟା ସମସ୍ୟା କୁ ଦୂର କରେ ପେଜ ।
- ଏହା ଦ୍ୱାରା ଶରୀରରୁ ପୋଷକ ତତ୍ତ୍ୱ ମିଳିଥାଏ । ଯାହା ଶୀଘ୍ର ସୁସ୍ଥ କରିବାରେ ସହାୟକ ହୋଇଥାଏ ।
ଡାଇରିଆ ସମସ୍ୟାରୁ ଆରାମ
- ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ହେଉଥିବା ଡାଇରିଆ ପେଜ ପିଇବା ଦ୍ୱାରା ଦୂର ହୋଇଥାଏ ।
- ଡାଇରିଆ ହେଲେ ଆପଣ ପେଜ ପିଅନ୍ତୁ । ଶରୀରରେ ପାଣିର ଅଭାବ ହେବ ନାହିଁ ।
ପାଚନର ତନ୍ତ୍ରକୁ ସୁଦୃଢ
- ପେଜ ଫାଇବରରେ ଭରପୁର ହୋଇଥାଏ ଓ ଆପଣଙ୍କ ମେଟାବୋଲିଜ୍ମକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।
- ଏହା ବ୍ୟତୀତ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଭଲ କରି ଗୁଡ ବ୍ୟାକ୍ଟେରିଆକୁ ସକ୍ରିୟ କରିଥାଏ । ଏହା ପାଚନର ତନ୍ତ୍ରକୁ ସୁଦୃଢ କରିଥାଏ ।
- ପେଜରେ ଥିବା ଫାଇବର ହଜମ ପ୍ରକ୍ରିୟାକୁ ମଧ୍ୟ ଭଲ ରଖେ।
- ଏହି ପେଜରେ ପୋଦିନା ଓ କଳା ଲୁଣ ମିଶାଇ ସୁପ୍ ବି ପ୍ରସ୍ତୁତ କରାଯାଇ ପାରିବ। ଏହାକୁ ପିଇବା ଦ୍ୱାରା ଶରୀରକୁ ଭିଟାମିନ୍ ମିଳିବା ସହିତ ପାଟିକୁ ସ୍ୱାଦିଷ୍ଟ ବି ଲାଗିଥାଏ। ଏହା ବ୍ୟତୀତ ଏହି ସୁପ୍ କୋଷ୍ଟକାଠିନ୍ୟରୁ ବି ଆରାମ ଦେଇଥାଏ।
ଜ୍ୱରରୁ ଆରମ ମିଳେ
- ପେଜରେ ଭିଟାମିନ୍ ବି, ସି ଏବଂ ଇ ପ୍ରଚୁର ପରିମାଣରେ ଥାଏ ।ଏହି ସମସ୍ତ ଜିନିଷ ଥକ୍କାପଣ ଦୂର କରେ ଏବଂ ଆପଣଙ୍କୁ ଶକ୍ତି ପ୍ରଦାନ କରିଥାଏ। ପେଜ ଭାଇରାଲ୍ ଜ୍ୱର ପାଇଁ ଏକ ଔଷଧ ଭାବରେ କାମ କରେ ।
- ଭାଇରଲ ଇନଫେକ୍ସନ ଓ ଜ୍ୱର ହେଲେ ଯଦି ଆପଣ ପେଜର ସେବନ କରୁଛନ୍ତି, ତେବେ ଶରୀରରେ ପାଣିର ଅଭାବ ରହିବ ନାହିଁ , ତା ସହିତ ଆପଣଙ୍କ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ଵ ବି ମିଳିବ ଯାହା ଆପଣଙ୍କୁ ଜଲ୍ଦୀ ଠିକ୍ କରିବାରେ ସାହାଯ୍ୟ କରିଥାଏ ।
- ପେଜ ପିଇବା ଦ୍ଵାରା ଶରୀରର ତାପମାନ କମ ହୋଇଯାଏ , ତା ସହିତ୍ ଶରୀରରେ ଜ୍ୱର କାରଣରୁ ହେଇଥିବା କମଜୋରି ପଣ ମଧ୍ୟ ଦୁର ହୋଇଥାଏ । ଯେଉଁ ବ୍ୟକ୍ତିକୁ ଜ୍ୱର ହେଉଛି ସେହି ବ୍ୟକ୍ତି ଦୁଇ ଦିନ ଯାଏ ଏକ ଗ୍ଲାସ ଲେଖାଏଁ ପେଜ ପିଅନ୍ତୁ ଆରାମ ମିଳିବ ।
0 Comments
Do you have any doubts or suggestions? Ask them here in the comments!