ବାଇଗଣ ସ୍ୱାସ୍ଥ୍ୟ ପାଇଁ କେତେ ହିତକର
ପନିପରିବା ଖାଇବା ସମସ୍ତଙ୍କ ପାଇଁ ଜରୁରୀ, ପ୍ରକୃତିଦତ୍ତ ଏଇ ପରିବାଗୁଡ଼ିକରେ ଥିବା ଭରପୁର ପୋଷକତତ୍ତ୍ଵ ଆମ ମଣିଷ ଶରୀରକୁ ଶକ୍ତି ଯୋଗାଇଥାଏ। ବାଇଗଣ ଏହି ପରିବାର ଆଦର ଦେଶରୁ ବିଦେଶରେ ଦେଖିବାକୁ ମିଳେ । ବିଶେଷଜ୍ଞଙ୍କ ମତରେ ବିଭିନ୍ନ ବ୍ୟଞ୍ଜନରେ ବାଇଗଣକୁ ସାମିଲ କରି ନିୟମିତ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ |
ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବାଇଗଣ ଅତ୍ୟନ୍ତ ଲାଭଦାୟକ ପନିପରିବା ଅଟେ | ବାଇଗଣ ଖାଇବାର ଉପକାର |ପୁଷ୍ଟିକର ଖାଦ୍ୟ ବାଇଗଣରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଅନ୍ୟ କୌଣସି ପନିପରିବାରେ ଉପଲବ୍ଧ ନୁହେଁ | ଆହୁରି ମଧ୍ୟ, ଏହା ଅତି ସହଜରେ ଯେକୌଣସି ଠାରେ ମିଳିପାରିବ |
ବାଇଗଣ ଏମିତି ଏକ ପରିବା ଅଟେ ଯାହାକି ବଜାରରେ ପ୍ରତିଟି ମୌସମରେ ମିଳିଥାଏ । ଏ ଦୁନିଆରେ ବହୁତ କିସମର ବାଇଗଣ ଦେଖିବାକୁ ମିଳିଥାଏ । ବାଇଗଣରେ ସେବନ ଆମ ଦେହ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । କାରଣ ବାଇଗଣରେ ଭରପୁର ମାତ୍ରାରେ ଆଇରନ ମିଳିଥାଏ । ବାଇଗଣର ପ୍ରକୃତି ଗରମ ଆଉ ଶୁଷ୍କ ମାନା ଯାଇଥାଏ ।
1. କୋଲେଷ୍ଟେରୋଲ୍ ସ୍ତରକୁ କମ୍ କରିଥାଏ
- ବାଇଗଣରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଅଧିକ, ଯେଉଁଥିପାଇଁ କୋଲେଷ୍ଟ୍ରଲ୍ ସ୍ତର ବଢିନଥାଏ |
- ଯଦି ଆପଣ ବାଇଗଣ ପତ୍ରକୁ ସେବନ କରିବେ, ତ ଏହା ଆପଣଙ୍କର ବଢ଼ି ଯାଇଥିବା କୋଲେଷ୍ଟେରୋଲ୍କୁ କମ୍ କରିବାରେ ସାହାଯ୍ୟ କରି ପାରିବ। ଯଦି କୋଲେଷ୍ଟେରୋଲ୍ କମ୍ ହେବ, ତ ଏଥିରେ ଆପଣଙ୍କ ଓଜନ କମ୍ ହେବାରେ ବି ସାହାଯ୍ୟ ମିଳି ପାରିବ।
2. ଓଜନ ହ୍ରାସ
- ବାଇଗଣର କୋଲେଷ୍ଟେରଲ କିମ୍ବା ଫ୍ୟାଟ ନଥାଏ ଏବଂ ସ୍ୱଳ୍ପ ପରିମାଣର କ୍ୟାଲୋରୀ ଥାଏ l
- କଳା ବିଲାତି ବାଇଗଣ ଖାଇଲେ ମୋଟାପା ମଧ୍ୟ ଦୂର ହୋଇଥାଏ ,ଓଜନ କମିଥାଏ।
- ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ପ୍ରତିଦିନ ବାଇଗଣ ଖାଇବା ଭଲ | ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ରୁଜୁତା ଦିୱେକର୍ଙ୍କ ମତରେ ପ୍ରତିଦିନ ବାଇଗଣ ଭଜା କିମ୍ବା ଭର୍ତ୍ତା ଖାଇଲେ ଆମ ପାଚନତନ୍ତ୍ର ଭଲ ହେବା ସହ ଓଜନ ମଧ୍ୟ ନିୟନ୍ତ୍ରଣରେ ରହେ ।
3. ପାଚନ କ୍ରିୟାକୁ ସୁଦୃଢ଼
ବାଇଗଣ ପାଚନ କ୍ରିୟାକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ |
4. ରୋଗ ପ୍ରତିରୋଧକ ଶକ୍ତି
ଭିଟାମିନ୍ ଏ ସି ବି-୨, ଲୌହ ଜିଙ୍କ ଭରପୂର ବାଇଗଣ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ | ଯାହା ସଂକ୍ରମଣରୁ ଦୂରେଇ ରହିବାରେ ପ୍ରଭାବଶାଳୀ, ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହା ବହୁତ ଲାଭଦାୟକ ଅଟେ |
5. ମଧୁମେହ ରୋଗୀ
- ବାଇଗଣରେ ଥିବା ଖାଦ୍ୟତନ୍ତୁ ପ୍ରଚୁର ପରିମାଣରେ ଥାଏ | ଟାଇପ-2 ମଧୁମେହ ରୋଗୀ ଏହାକୁ ନିୟମିତ ଖାଇଲେ ଶର୍କରା ନିୟନ୍ତ୍ରିତ ହୁଏ |
- ବାଇଗଣରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବରରେ ଭରପୂର ରହିଥାଏ, ଯହା ଫଳରେ କ୍ୟାଲୋରୀ ବହୁତ କମ୍ ଅଟେ । ବାଇଗଣରେ ପଲିଫେନୋଲ ନାମକ ଏକ ପ୍ରାକୃତିକ ଉଦ୍ଭିଦ କମ୍ପାଉଣ୍ଡର ରହିଥାଏ। ଯାହା ଗ୍ଲୁକୋଜ ଅବଶୋଷଣ କରି ଶରୀରରେ ଇନସୁଲିନର ପରିମାଣ ବଢାଇଥାଏ।
- ବାଇଗଣ ତନ୍ତୁରେ ସମୃଦ୍ଧ ଅଟେ ଏବଂ ଏଥିରେ ଦ୍ରବଣୀୟ କାର୍ବୋହାଇଡ୍ରେଟ ସ୍ୱଳ୍ପ ପରିମାଣରେ ଥାଏ l ଏହି କାରଣରୁ ବାଇଗଣକୁ ଡାଇବେଟିସ ପରିଚାଳନାରେ ଏକ ଉପାଦେୟ ପରିବା ଭାବରେ ବିବେଚନା କରାଯାଏ l
- ଯଦି ଆପଣ ମଧୁମେହ ସମସ୍ୟାରେ ପୀଡ଼ିତ, ତ ଆପଣଙ୍କୁ ଧଳା ବାଇଗଣ ପତ୍ର ଅବଶ୍ୟ ସେବନ କରିବା ଉଚିତ। ଏଥିରେ ଫାଇବର ଏବଂ ମ୍ୟାଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ରହିଛି, ଯାହାକି ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରିତ ରଖିଥାଏ।
6. ହୃଦରୋଗୀ
- ଆଣ୍ଟିଆକ୍ସିଡ଼ାଣ୍ଟ ଭରପୁର ବାଇଗଣ ଖାଇଲେ ହୃଦ୍ରୋଗ ହେବାର ଆଶଙ୍କା କମ୍ ଥାଏ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି।
- ଯଦି ଆପଣ ନିୟମିତଭାବେ କଳା ବିଲାତି ବାଇଗଣ ସେବନ କରନ୍ତି,ତେବେ ଆପଣଙ୍କୁ ହୃଦ୍ଜନିତ ରୋଗ ହେବାର ଆଶଙ୍କା ହ୍ରାସ ପାଇଥାଏ। ଏଥିରେ ଥିବା ଆନ୍ଥୋସାଇନିଜ୍ ଆପଣଙ୍କୁ ହୃଦ୍ଘାତରୁ ରକ୍ଷା କରିଥାଏ। ଖାଲିସେତିକି ନୁହେଁ ଏହା ହୃଦୟକୁ ମଧ୍ୟ ସୁରକ୍ଷା ଦେଇଥାଏ।
7. ରକ୍ତ ଅଭାବକୁ ଦୂର କରିଥାଏ
- ଶରୀରରେ ରକ୍ତହୀନତା ରୋଗର ଲକ୍ଷଣ ଦେଖାଦେଲେ ବାଇଗଣକୁ ଭୋଜନରେ ଗ୍ରହଣ କରି ଏହାକୁ ସନ୍ତୁଳନ କରାଯାଇପାରେ l
- ବାଇଗଣ ପତ୍ର ଏନିମିଆରେ ପୀଡ଼ିତ ଲୋକଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ। ଏହି ପତ୍ରକୁ ସେବନ କଲେ ଏହା ଶରୀରରେ ରକ୍ତ ଅଭାବଜନିତ ସମସ୍ୟାକୁ ଦୂର କରି ଦେଇଥାଏ ।
- କଳା ବିଲାତି ବାଇଗଣ ଆଣ୍ଟି ଅକ୍ସିଡେଣ୍ଟ , ମିନେରାଲ୍ସ ଯଥା ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ମିଳିଥାଏ। ଏହା ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତତ୍ତର କରିଥାଏ। ଏହା ଦ୍ୱାରା ରକ୍ତଚାପଜନିତ ସମସ୍ୟା ମଧ୍ୟ ଦୂରୀଭୂତ ହୋଇଥାଏ।
- ସକାଳ ଜଳଖିଆରେ ବାଇଗଣ ଭର୍ତ୍ତାରେ ଅଳ୍ପ ଚିନି ମିଶାଇ ଖାଇଲେ ରକ୍ତଜନିତ ରୋଗର ଆଶଙ୍କା କମ୍ ହୁଏ।
8. ଲୋହିତ ରକ୍ତ କଣିକା ବୃଦ୍ଧି
- ବାଇଗଣରେ ପ୍ରଚୁର ପରିମାଣରେ ଲୌହସାର ଥାଏ, ଏହା ସହିତ ବାଇଗଣରେ ତମ୍ବାର ଅଂଶ ରହିଥାଏ l ଏହି କାରଣରୁ ବାଇଗଣ ଶରୀରରେ ଲୋହିତ ରକ୍ତ କଣିକା ବୃଦ୍ଧି କରିବାରେ ସହାୟକ ହୁଏ l
- ଗର୍ଭବତୀ ମହିଳାଙ୍କ ଭୋଜନରେ ବାଇଗଣକୁ ଅନ୍ତର୍ଭୁକ୍ତ କରିବା ଜରୁରୀ ଅଟେ l
- ଏହା ଦ୍ୱାରା ଗର୍ଭବତୀ ମହିଳାଙ୍କ ଫଲିକ୍ ଏସିଡର ଆବଶ୍ୟକତା ଭରଣା ହୋଇପାରିଥାଏ l
9. କର୍କଟ ପ୍ରତିରୋଧୀ
- ବାଇଗଣ ପରିବାରେ କର୍କଟ ପ୍ରତିରୋଧୀ ତତ୍ତ୍ୱ ଥିବାରୁ କର୍କଟରୋଗୀଙ୍କ ଶକ୍ତି ବଢ଼ାଇବା ନିମନ୍ତେ ଏହା ଦୈନିକ ଖାଇବା ଭଲ ।
- କଳା ବିଲାତି ବାଇଗଣରେ ଫ୍ରି ରେଡିକାଲ୍ସ ସହିତ ଲଢ଼ିବାର କ୍ଷମତା ଥାଏ। ଫ୍ରି ରେଡିକାଲ୍ସ ଥିଲେ ସୁସ୍ଥ କୋଷଗୁଡିକର କ୍ଷତି କରିଥାଏ।
10. ଦୃଷ୍ଟିଶକ୍ତି
- ଲ୍ୟୁଟିନ୍, ଜେକ୍ସାଥିନ ତତ୍ତ୍ୱ ଥିବା ବାଇଗଣ ଖାଇଲେ ଦୃଷ୍ଟିଶକ୍ତି ମଧ୍ୟ ବଢ଼େ |
- ଏହି ବିଲାତି ବାଇଗଣ ଆଖିପାଇଁ ଲାଭଦାୟକ।ଏହା ଶରୀରର ଭିଟାମିନ୍ ଏ ଓ ଭିଟାମିନ୍ ସି ର ଆବଶ୍ୟକତାକୁ ପୂରଣ କରିଥାଏ। ଭିଟାମିନ୍ ଏ ଆଖିପାଇଁ ଖୁବ୍ ଲାଭଜନକ।
11. କିଡ୍ନୀକୁ ସଫା ରଖିଥାଏ
- ବାଇଗଣ ପତ୍ର କିଡ୍ନୀ ପାଇଁ ଡିଟକ୍ସିଫାୟରର କାମ କରିଥାଏ। ଏହା ନ୍ୟାଚୁରାଲ ଉପାୟରେ କିଡ୍ନୀକୁ ସଫା କରିବାରେ ସାହାଯ୍ୟ କରିଥାଏ।
- ଆପଣ ଅଳ୍ପ ପାଣିରେ ୫-୬ଟି ବାଇଗଣ ପତ୍ର ସିଝାଇ ତାହାକୁ ସେବନ କରି ପାରିବେ। ଅତି କମ୍ରେ ଦିନକୁ ୩ ଥର ଏହାକୁ ସେବନ କଲେ ଲାଭ ମିଳିପାରିବ।
12. ବର୍ଜ୍ୟବସ୍ତୁ ବାହାର କରିବା
- ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ଏହା ସାହାଯ୍ୟ କରେ l
- ଗବେଷକଙ୍କ ମତରେ, ବିଷାକ୍ତ ଛତୁ ଖାଇଦେଲେ, ଗୋଟା ବାଇଗଣକୁ ଚକଟି ତୁରନ୍ତ ଖାଇଲେ ବିଷ କ୍ରିୟା ପ୍ରଭାବହୀନ ହୋଇଥାଏ |
13. ମସ୍ତିଷ୍କ
- ବାଇଗଣରେ ପୋଟାସିୟମ୍ ମହଜୁଦ ରହିଥାଏ, ଏହା ମସ୍ତିଷ୍କ ସ୍ୱାସ୍ଥ୍ୟ ପ୍ରତି ଉପଯୋଗୀ ଅଟେ l
- ବିଶେଷଣଜ୍ଞ ମତରେ ବାଇଗଣ ନିୟମିତ ଖାଇଲେ ଆମ ସ୍ମୃତି ଶକ୍ତି ମଧ୍ୟ ବଢ଼େ |
14. ଦାନ୍ତ ଯନ୍ତ୍ରଣା
ଏହାର ରସର ବ୍ୟବହାର ଦାନ୍ତରେ ଯନ୍ତ୍ରଣା ଉପଶମକାରୀ ଭାବରେ କାର୍ଯ୍ୟ କରିଥାଏ | ଏହାର ରସ ଦାନ୍ତରେ ଯନ୍ତ୍ରଣା ଦୂର କରିଥାଏ | ଆଜ୍ମା ରୋକିବାରେ ଏହାର ମୂଳ ମଧ୍ୟ ବ୍ୟବହୃତ ହୁଏ |
15. ଗୋଡ଼ହାତ ଫୁଲାକୁ କମ୍ କରିଥାଏ
- ହାଡ଼, ଗୋଡ଼ ସମସ୍ୟା ହେଉଥିଲେ କ୍ୟାଲସିୟମ, ପୋଟାସିୟମ୍ ଯୁକ୍ତ ବାଇଗଣ ପରିବାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।
- କେତେକ ଲୋକ କ୍ୟାନସର ଯୋଗୁ ଗୋଡ଼ହାତ ଫୁଲା ସମସ୍ୟାରେ ପୀଡ଼ିତ ଥାଆନ୍ତି। ଯଦି ଆପଣ ବାଇଗଣ ପତ୍ର ସେବନ କରିବେ, ତ ଏଥିରୁ ଆରାମ ପାଇପାରିବେ।
- କାହିଁକିନା, ଏହି ପତ୍ରରେ ଫାଇଟୋକେମିକାଲ୍ସ ମହଜୁଦ ରହିଥାଏ, ଯାହାକି ଫୁଲା ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରିଥାଏ।
16
- ଅଷ୍ଟିଓପୋରୋସିସ ରୋଗରେ ପ୍ରାରମ୍ଭିକ ସମୟରେ ଅସ୍ଥିର ସ୍ୱାସ୍ଥ୍ୟକୁ ଉପଯୁକ୍ତ ରଖିବାରେ ବାଇଗଣ ପ୍ରମୁଖ ଭୂମିକା ଗ୍ରହଣ କରେ l
- ବାଇଗଣ ଭିତରେ ଥିବା ଭିଟାମିନସ୍ ଓ ମିନରଲସ ଆମ ଚେହେରାକୁ ଚମକେଇବାରେ ସାହାଯ୍ୟ କରିଥାଏ । ଏହା ଖାଇଲେ ଆପଣଙ୍କର ତ୍ବଚା କୋମଳ ହୋଇଥାଏ |
- ବାଇଗଣ ଭର୍ତ୍ତାରେ ଛୋଟ ଚାମଚରେ ଏକ ଚାମଟ ମହୁ ମିଶାଇ ଖାଇଲେ ନିଦ ଭଲ ହୋଇଥାଏ। ରାତିରେ ଏହା ଖାଇବା ଅଧିକ ଲାଭପ୍ରଦ ।
- ବାଇଗଣ ସୁପ୍ରେ ହେଙ୍ଗୁ ଓ ରସୁଣ ସମପରିମାଣରେ ମିଶାଇ ପିଇଲେ, ଅମ୍ଳ ରୋଗରୁ ରକ୍ଷା ମିଳେ।
- ଆଫ୍ରିକୀୟ ଆଦିବାସୀଙ୍କ ମତରେ ବାଇଗଣ ପୋଡ଼ାକୁ ଗୋଟା ଖାଇଲେ କାଶ ସମସ୍ୟାରୁ ମୁକ୍ତି ମିଳେ।

0 Comments
Do you have any doubts or suggestions? Ask them here in the comments!