ଦୀପାବଳିରେ କ'ଣ ଦେଖିଲେ ଶୁଭ
ଦୀପାବଳି ପାଇଁ ସମସ୍ତେ ନିଜ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛନ୍ତି । କାରଣ ହିନ୍ଦୁ ମାନ୍ୟତା ଅନୁସାରେ ମାତା ଲକ୍ଷ୍ମୀ ସେହି ସ୍ଥାନକୁ ହିଁ ଯାଇଥାନ୍ତି ଯେଉଁ ସ୍ଥାନ ପରିଷ୍କାର ରହିଥାଏ ।
ଦୀପାବଳି ଅବସରରେ ମା' ଲକ୍ଷ୍ମୀଙ୍କ କୃପା ପାଇବା ଲାଗି ସମସ୍ତେ ପ୍ରାର୍ଥନା କରିଥାନ୍ତି । ଭକ୍ତିପୂର୍ଣ୍ଣ ମନରେ ମା'ଙ୍କୁ ପୂଜା କରିବା ସହ ଯଦି ଏମାନଙ୍କ ମଧ୍ୟରୁ କାହାକୁ ଦେଖାଯାଇଛି, ତେବେ ଜାଣିବେ ଦେବୀଙ୍କ କୃପା ଆପଣଙ୍କ ପ୍ରତି ରହିଛି । କାରଣ, ଏସବୁ ଜୀବ ଅନ୍ୟ ଦିନଗୁଡିକରେ ଦେଖାଯାଉଥିଲେ ବି ଦୀପାବଳି ଦିନ ଏମାନଙ୍କୁ ଦେଖିବା କଷ୍ଟକର ହୋଇଯାଏ।
ଏହା ଛଡା ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ସଂକେତ ବିଷୟରେ କୁହାଯାଇଛି ଯେଉଁଥିରେ ଜଣା ପଡିଯିବ କି ମାତା ଲକ୍ଷ୍ମୀଙ୍କର ଆଗମନ ଘରେ ହୋଇଛି ନା ନାହିଁ । ତେବେ ଆସନ୍ତୁ ଜାଣିବା ଦୀପାବଳି ରାତିରେ ଏମିତି କେଉଁ ଜୀବ ଅଛନ୍ତି, ଯାହାଙ୍କୁ ଦେଖିଲେ ଜାଣିବେ କି ଘରେ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଛି ।
- ପେଚାକୁ ନବରାତ୍ରି ସମୟରେ ଦେଖିବା ଶୁଭ ବୋଲି ବିଶ୍ବାସ ରହିଛି । ପେଚା ସାଧାରଣତଃ ରାତିରେ ବାହାରେ ।
- ଦୀପାବଳି ରାତିରେ ପେଚା ଦେଖିବା ବହୁତ ଶୁଭ ହୋଇଥାଏ । ଦୀପାବଳି ରାତିରେ କିନ୍ତୁ ଆଲୋକମାଳା ଏବଂ ବାଣର ଶବ୍ଦ ଭିତରେ ପେଚା ଦେଖିବା କଷ୍ଟ । ଏହା ସତ୍ତ୍ୱେ ଦେଖାଗଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତିର ସୂଚନା ଦିଏ ।
- ଦୀପାବଳି ରାତିରେ ମାତା ଲକ୍ଷ୍ମୀଙ୍କର ବାହନ ପେଚା କେଉଁଠି ବି ଆପଣଙ୍କୁ ଦେଖାଗଲେ ଆପଣ ଏହା ବୁଝି ନେବେକି ମାତା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ଆପଣଙ୍କ ଉପରେ ଅଛି । ଏହାର ଅର୍ଥ ଆସନ୍ତା ଦିନ ଗୁଡିକରେ ଧନବର୍ଷା ହେବାର ଅଛି ।
- ଦୀପାବଳିଠାରୁ ୫ଦିନ ମଧ୍ୟରେ ପେଚା ଦେଖିଲେ ମଧ୍ୟ ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ପଡ଼ିବ ବୋଲି ଜାଣନ୍ତୁ।
- ସାଧାରଣତଃ ଘରର କାନ୍ଥରେ ପାୟତଃ ପ୍ରତିଦିନ ଝିଟିପିଟି ଦେଖିବାକୁ ମିଳିଥାଏ | ହେଲେ, ଦୀପାବଳି ଦିନ ଏହାକୁ ଦେଖିବା କଷ୍ଟ ।
- କିନ୍ତୁ ଦୀପାବଳି ରାତିରେ ଯଦି ଝିଟିପିଟି ଘର କାନ୍ଥରେ ଚାଲୁଥିବାର ଦେଖିପାରନ୍ତିତେବେ ଏହା ଶୁଭ ସଂକେତ ହୋଇଥାଏ, କୁହାଯାଏ କି ଝିଟିପିଟି ଘରେ ଆସିବା ମାତା ଲକ୍ଷ୍ମୀଙ୍କର ଆସିବାର ସଂକେତ ବା ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଛି ବୋଲି ଜାଣିବେ ।
- ଯଦି ଉତ୍ତର ଦିଗରେ ଦୀପାବଳି ଦିନ ଝିଟିପିଟି ଦେଖାଯାଏ ତେବେ ବୁଝିଯିବେ ପୁରା ବର୍ଷ ଆପଣଙ୍କ ଘରେ ରହିବ ସୁଖ ଓ ସମୃଦ୍ଧି ।
- ପଶ୍ଚିମ ଦିଗରେ ଝିଟିପିଟି ଦୀପାବଳି ଦିନ ଦେଖାଯିବା ପୂର୍ଣ୍ଣ ବର୍ଷ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ଓ ଆପଣଙ୍କ ଉପରେ ଆଶୀର୍ବାଦ ବନି ରହିବ । ଘର ର ସବୁ ସଦସ୍ୟଙ୍କ ସ୍ଵାସ୍ଥ୍ୟ ଭଲ ରହିବ ।
- ଦକ୍ଷିଣ ଦିଗରେ ଦୀପାବଳି ଦିନ ଝିଟିପିଟି ଦେଖାଯିବାର ଅର୍ଥ ହେଲା ସମାଜ ପରିବାର ବ୍ୟାପାରରେ ବିଜୟୀ ହେବେ ।
ମୂଷା ଦେଖିବା
- ପ୍ରାୟତଃ ଏମିତି କୁହାଯାଏ କି ମୂଷା ସେହି ଘରେ ରହିଥାଏ ଯେଉଁଠି ଦାରିଦ୍ରତା ଥାଏ | କହିବାକୁ ଗଲେ ମୂଷା ପ୍ରାୟତଃ ଘରର ଜିନିଷକୁ ନଷ୍ଟ ଭ୍ରଷ୍ଟ କରିଥାଏ | କିନ୍ତୁ ଦୀପାବଳି ରାତିରେ ଯଦି ଘରେ ମୂଷା ଦେଖିବେ ତେବେ ବୁଝି ଯିବେ କି ଏହା ମାତା ଲକ୍ଷ୍ମୀଙ୍କର ରୂପନେଇ ଆସିଛି ।
- କିନ୍ତୁ ଏମିତି ମାନ୍ୟତା ଅଛି କି ଦୀପାବଳି ଦିନ ମୂଷା ଯେଉଁ ଘରେ ଦେଖାଯାଏ ସେହି ଘରର ବ୍ୟକ୍ତି ମାନଙ୍କୁ ହୋଇଥାଏ ଆକସ୍ମିକ ଧନଲାଭ । ଯେମିତିକି ପୁରୁଣା ସମତ୍ତି ମିଳିପାରେ ବା ଲଟେରୀ ମଧ୍ଯ ଲାଗିପାରେ |
- ମୂଷା ଦେଖିବାର ଅର୍ଥ ଆପଣଙ୍କ ଘରେ ପୁରା ବର୍ଷ ସୁଖ - ଶାନ୍ତି ଓ ସମୃଦ୍ଧି ରହିବ | ଆସନ୍ତା ସମୟରେ ଧନର ସମସ୍ୟା ଦୂର ହୋଇଯିବ ।
ଚୁଚୁନ୍ଦ୍ରା ଦେଖିବା
- ଘରେ ଚୁଚୁନ୍ଦ୍ରା ଦେଖିବାକୁ ପ୍ରାୟତଃ ନାପସନ୍ଦ କରାଯାଏ । ହେଲେ, ଏମାନେ ଶୁଭ ବୋଲି ମାନ୍ୟତା ରହିଛି । ଦୀପାବଳି ଦିନ ଯଦି ଚୁଚୁନ୍ଦ୍ରା ଦେଖାଗଲେ ଏହା ଧନପ୍ରାପ୍ତିର ସୂଚନା କୁହାଯାଇଛି ।
- ଚୁଚୁନ୍ଦ୍ରା ମୂଷା ଭଳି ହିଁ ହୋଇଥାଏ । ଦୀପାବଳି ରାତିରେ ଯଦି ଚୁଚୁନ୍ଦ୍ରା ଦେଖାଯାଏ ତେବେ ଏହା ଆପଣଙ୍କ ଭାଗ୍ୟ ଉଦୟର ସଂକେତ ହୋଇଥାଏ | ଏହାକୁ ଦେଖିବା ପରେ ବୁଝି ଯିବେ କି ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ଓ ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ୟା ବି ଶେଷ ହୋଇଯିବ |
ବିଲେଇ
- କୌଣସି କାର୍ଯ୍ୟରେ ବାହାରିଥିବା ବେଳେ ଯଦି ବିଲେଇ ବାଟ କାଟିଦେଲା, ଏହାକୁ ଅଶୁଭ ସଙ୍କେତ ବୋଲି ଗ୍ରହଣ କରିଥାନ୍ତି। ସାଧାରଣ ଦିନରେ ବିଲେଇ ଘରେ ପଶି କ୍ଷୀର ପିଇଦେଲେ ତାକୁ ବାଡେଇ ବାହାର କରନ୍ତି । ହେଲେ ଦୀପାବଳି ଦିନ ଯଦି ବିଲେଇ ଘରେ ପଶି ରଖାଯାଇଥିବା କ୍ଷୀର ପିଇଦିଏ ଏହା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ବୋଲି ଗ୍ରହଣ କରିବେ।
- ଦୀପାବଳି ଦିନ ବିଲେଇ ଦେଖିବା ମା ଲକ୍ଷ୍ମୀ ଙ୍କର ସବୁଠାରୁ ଗୁପ୍ତ ସଙ୍କେତ ମନାଯାଏ । ଏହି ଗୁପ୍ତା ସଙ୍କେତ ଦର୍ଶାଇଥାଏ କି ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଦୀପାବଳି ଦିନ ବିଲେଇ ଦେଖିବା ଦ୍ବାରା ମା ଲକ୍ଷ୍ମୀ ପୁରା ବର୍ଷ ଆପଣଙ୍କ ଉପରେ ପ୍ରସନ୍ନ୍ ରହିବେ ।
ମା' ଲକ୍ଷ୍ମୀଙ୍କ ଆଗମନର ଆଉ କିଛି ସଙ୍କେତ
ଦୀପାବଳି ପରି ପାର୍ବଣରେ ମା' ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ବିଭିନ୍ନ ବର୍ଗର ଲୋକ ପୂଜାର୍ଚ୍ଚନା କରିଥାନ୍ତି । ତେବେ ଏଇ ସମୟରେ କେତୋଟି ସଙ୍କେତ ଦେଖାଗଲେ, ଘରେ ମା' ଲକ୍ଷ୍ମୀଙ୍କ ଆଗମନ ଶୀଘ୍ର ହେବ ବୋଲି ଜାଣିରଖନ୍ତୁ ।
- ଦୀପାବଳି ଠାରୁ ୫ଦିନ ମଧ୍ୟରେ ଆପଣ ଘରୁ ବାହାରୁଥିବା ସମୟରେ ଅନ୍ୟ କେହି ଝାଡ଼ୁ କରୁଥିବାର ଦେଖିଲେ, ଏହା ଏକ ଶୁଭ ସଙ୍କେତ ବୋଲି ଜାଣନ୍ତୁ । ଆଗାମୀ କିଛିଦିନ ମଧ୍ୟରେ କେଉଁଠି ନା କେଉଁଠୁ ଆପଣଙ୍କୁ ଶୁଭ ସମ୍ବାଦ ମିଳିବା ନିଶ୍ଚିତ ବୋଲି ଜ୍ୟୋତିଷଙ୍କ ମତ ।
- ଆପଣଙ୍କ ଘର ବାଲକୋନି ହେଉ କିମ୍ବା ଛାତ ଉପର ଅବା ସାମ୍ନା ଗଛ, ଏସବୁ କୌଣସି ସ୍ଥାନରେ ଚଢ଼େଇଟେ ବସା ଏଇ ଦୀପାବଳି ସମୟରେ କରିବା ବେଶ୍ ଶୁଭଙ୍କର ବୋଲି ଗ୍ରହଣ କରାଯାଇଥାଏ ।
- ଦୀପାବଳି ସମୟରେ ଆପଣ ଘରର କୌଣସି କକ୍ଷରେ ଟଙ୍କା କିମ୍ବା ଚାଉଳ ମୁଠାଏ ପାଇଲେ ମଧ୍ୟ ତାହା ଶୁଭସୂଚନା ଶୀଘ୍ର ଦେବ ବୋଲି ଜାଣିରଖନ୍ତୁ ।
- ଘରର କୌଣସି ପ୍ରାନ୍ତରେ କଳା ପିମ୍ପୁଡ଼ିଙ୍କ ଧାର ଦେଖାଗଲେ, ତାହା ମଧ୍ୟ ଶୁଭସଙ୍କେତ |
ଦୀପାବଳିରେ ବିଶେଷ କାମ
- ତେବେ ଚାଲନ୍ତୁ ଜାଣିବା ସେହି ବିଶେଷ କାମ ବିଷୟରେ ଯାହାକୁ ଦୀପାବଳି ଦିନ ଏହି ସବୁ ଜନ୍ତୁଙ୍କୁ ଦେଖିବା ପରେ ନିଶ୍ଚିତ କରିନେବା ଦରକାର ।
- ଯଦି ଦୀପାବଳି ଦିନ ଘରେ କିମ୍ବା ଦୋକାନରେ ଏହି 4 ଜନ୍ତୁଙ୍କ ମଧ୍ଯରୁ ଯଦି ଗୋଟିଏ ଦେଖାଯାଏ ତେବେ ବ୍ୟକ୍ତି ପ୍ରସନ୍ନ ହୋଇଯାଏ କିନ୍ତୁ ଶାସ୍ତ୍ରରେ କୁହାଯାଇଛି କି ଦୀପାବଳି ଦିନ ଏମାନଙ୍କ ମଧ୍ଯରୁ କୌଣସି ଜନ୍ତୁ ଦେଖାଗଲେ ହାତ ଯୋଡି ପ୍ରଣାମ କରିବା ଦରକାର ।
- ତା ସହିତ ମନୋସ୍କାମନା ମାଗିବା ଦ୍ବାରା ବି ତାହା ପୂର୍ଣ୍ଣ ହୋଇଥାଏ । ଯଦି ଦୀପାବଳି ଦିନ ଏମାନଙ୍କ ମଧ୍ଯରୁ କୌଣସି ଜନ୍ତୁ ଦେଖାଯାଏ ତେବେ ତା ଉପରେ ଚାଉଳ ପକେଇ ପ୍ରଣାମ କରନ୍ତୁ । ଆପଣଙ୍କ ଘରେ ମା ଲକ୍ଷ୍ମୀ ପୁରା ବର୍ଷ ବାସ କରିବେ ଓ ଆପଣଙ୍କ ଜୀବନରେ ହେବ ଧନର ଆଗମନ |






0 Comments
Do you have any doubts or suggestions? Ask them here in the comments!