କାଢା ପିଇ ବିରକ୍ତ ହୋଇ ଗଲେଣି କି ତେବେ ଏହି ସବୁ ଜିନିଷ ପିଅନ୍ତୁ
ଦୈନଦିନ ଜୀବନରେ ଆୟୁର୍ବେଦକୁ ଆପଣାଇବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢି ଥାଏ ଯାହା କି ଶରୀରର ରୋଗ ସହିତ ଲଢିଥାଏ । ଆୟର୍ବେଦର ତିନୋଟି ସିଦ୍ଧାନ୍ତ ଅଛି ଆହାର, ନିଦ୍ରା ଏବଂ ବ୍ରହ୍ମଚର୍ଯ୍ୟ । ଏହି ତିନୋଟି ସିଦ୍ଧାନ୍ତକୁ ନିୟମିତ ପାଳନ କରୁଥିବା ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ରୋଗ ସହିତ ଲଢିବା ପାଇଁ ଶକ୍ତି ଦେଇଥାଏ ।
କରୋନା ସଂକ୍ରମଣ କାଳରେ ଶରୀରର ରୋଗପ୍ରତିରୋଧକ ଶକ୍ତି ସୁଦୃଢ ରଖିବା ସବୁଠାରୁ ଅଧିକ ଜରୁରୀ । ଏଥିପାଇଁ କାଢା ପ୍ରସ୍ତୁତ କରି ପିଇବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ତେବେ ବାରମ୍ବାର ଗୋଟିଏ ସ୍ବାଦର ପାନୀୟ ପିଇବାକୁ ଭଲ ଲାଗୁନଥାଇପାରେ। ଯଦି ଏପରି ଅନୁଭବ କରୁଥାନ୍ତି, କାଢା ପିଇବା ସହ ମଝିରେ ମଝିରେ ଏସବୁ ଖାଦ୍ୟର ସ୍ବାଦ ପରଖି ପାରନ୍ତି । ପୋଷକ ତତ୍ତ୍ବ ବିଶେଷଜ୍ଞଙ୍କ ମତରେ, ଏହା ସ୍ବାଦିଷ୍ଟ ହେବା ସହ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସହାୟକ ହୋଇଥାଏ।
ନିଜ ନିଜର ଘରେ ଥାଇ ପରିବାରର ସଦସ୍ୟଙ୍କ ମଧ୍ୟରେ ଆବଶ୍ୟକୀୟ ଦୂରତା ରଖି ସକାଳୁ ଉଠି ସୂର୍ଯ୍ୟଉଦୟ ସମୟରେ ପ୍ରାଣାୟମ ଏବଂ ହାଲୁକା ଯୋଗ କରିବା ନିହାତି ଆବଶ୍ୟକ । ନିୟମିତ ଭାବରେ ଅନୁଲୋମ ବିଲୋମ, ଭସ୍ତାରିକା, ପ୍ରଣବ ଏବଂ ସୂକ୍ଷ୍ମ ବ୍ୟାୟାମ ଆଦି କରିବା ନିହାତି ଦରକାର ।
ଏବେ ପାଣିପାଗରେ ହଠାକୁ ପରିବର୍ତ୍ତନ ଘଟୁଛି । ପ୍ରବଳ ଗରମକୁ ବର୍ଷା ଯୋଗୁ ପ୍ରାୟ ପ୍ରତ୍ୟେକ ପରିବାରରେ ସର୍ଦ୍ଦି, କାଶ ସମସ୍ୟା ଦେଖାଯାଉଛି । କରୋନା ସମୟରେ ଏଭଳି ଲକ୍ଷଣ ପାଇଁ ଭୟ ଲାଗିବା ସ୍ୱାଭାବିକ । ବିଶେଷଜ୍ଞଙ୍କ ମତରେ, ସର୍ଦ୍ଦି-କାଶର ଉପଚାର ଲାଗି ଏପରି କେତେକ ଖାଦ୍ୟ ନିଜ ତାଲିକାରେ ସାମିଲ କରିପାରିବେ ।
ନିଜ ଖାଦ୍ୟରେ କେତୋଟି ଦ୍ରବ୍ୟ ସାମିଲ କରିଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ
- ଜଳଖିଆରେ ଗଜାମୁଗକୁ ଛୁଙ୍କ କରି କିମ୍ବା ମୁଗ ଡାଲିର ସୁପ ଖାଆନ୍ତୁ ।
- ମଧ୍ୟାହ୍ନ ଭୋଜନରେ ଡାଲି ଏବଂ ପନିପରିବାର ସନ୍ତୁଳା ସହିତ ରୁଟି ଖାଆନ୍ତୁ |
- ସନ୍ଧ୍ୟା ସମୟରେ ଖେଚେଡି ସହିତ ତରକାରୀ ଖାଆନ୍ତୁ ।
- ପ୍ରତିଦିନ ଏକ ଗ୍ଲାସ୍ ରେ କ୍ଷୀର ଅଧା ଚାମଚ୍ ହଳଦୀ ଗୁଣ୍ଡ ମିଶାଇ ଏହାକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ରେ ସେବନ କରନ୍ତୁ । ହଳଦୀ ରେ ଥିବା ଭିଟାମିନ ଶରୀର କୁ ଶକ୍ତି ଯୋଗାଇ ଥାଏ ଓ ହଳଦୀ ଶରୀର ରେ ରୋଗ ପ୍ରତଷେଧକ ଶକ୍ତି ବୃଦ୍ଧି କରିଥାଏ।
- ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ହଳଦୀ ପକାଇ ପିଅନ୍ତୁ ।
ଗୋଲ୍ଡେନ ୱାଟର
- ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ଅଳ୍ପ ହଳଦୀ ଗୁଣ୍ଡ ମିଶାଇ ଏହାକୁ ଦିନ ରେ ଦୁଇ ଥର ଗଗଲିଂ କରନ୍ତୁ ।
- ଏହି ଭାଇରସ ଟି ଆଖି ନାକ ପାଟି ଆଦି ଦେଇ ଆମ ଶରୀର କୁ ପ୍ରବେଶ କରିଥାଏ ଓ ଶରୀର କୁ ପ୍ରବେଶ କରିବା ପୂର୍ବରୁ ଏହା ଗଳା ରେ ଚାରିଦିନ ରହିଥାଏ ଯେଉଁଥି ପାଇଁ ଆମକୁ କାଶ ହୋଇଥାଏ ତେଣୁ ଏହି ପାଣି ଗଗଲିଂ କରିବା ଦ୍ୱାରା ଭାଇରସ ମରିଯିବାର ସମ୍ଭାବନା ଥାଏ ।
- ଏହାକୁ ଆପଣ ଦିନକୁ ଦୁଇ ଥର କରନ୍ତୁ ହଳଦୀ ରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଆମକୁ ସଂକ୍ରମଣରୁ ବଞ୍ଚାଇ ଥାଏ ।
1. ସୁପ୍
- ସନ୍ଧ୍ୟା ସମୟରେ ସୁପ୍ ପିଇବାର ଅଭ୍ୟାସ କରନ୍ତୁ । ଏହା ଗରମଗରମ ପିଆଯାଉଥିବାରୁ କଫରୁ ସୁରକ୍ଷା ଦିଏ।
- ସୁପ୍ ଶରୀରର ବିଭିନ୍ନ ଅଙ୍ଗର ଫୁଲା କମାଇବାରେ ସହାୟକ ହୋଇଥାଏ। ଏଥିରେ ଅଦା, ରସୁଣ, ହଳଦି ଆଦି ପକାଯିବା ଉଚିତ ।
- ସୁପ୍ ବ୍ୟତୀତ ହାଲ୍କା ଉଷୁମ ପାଣି ପିଇବା ମଧ୍ୟ ଉପକାର ଦେଇଥାଏ।
- ଗାଜର ଓ ଅଦା ସୁପ୍ ସ୍ଵାଦିଷ୍ଟ ହେବା ସହ ରୋଗପ୍ରତିରୋଧକ ଶକ୍ତି ବଢାଇବା କ୍ଷେତ୍ରରେ ଖୁବ୍ ଉପକାରୀ।
- ଅଦା, ରସୁଣ ଛେଚା ମିଶାଇ ପରିବା ସୁପ୍ ନଚେତ୍ ଚିକେନ୍ ସୁପ୍ ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ।
- ପ୍ଯାକେଟ୍ ସୁପ୍ ରେ ବିଭିନ୍ନ ପ୍ରକାର ରାସାୟନିକ ତତ୍ତ୍ବ ମିଶୁଥିବାରୁ ସେସବୁ ପିଇବା ଶରୀର ପାଇଁ ହିତକର ନୁହେଁ ବୋଲି ବିଶେଷଜ୍ଞଙ୍କ ମତ।
2. ବ୍ରୋକୋଲି, କମଳା ଏବଂ ଅମୃତଭଣ୍ଡା ସାଲାଡ
- କମଳାରେ ଥିବା ଭିଟାମିନ୍-ସି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ।
- ଏହା ସହିତ ବ୍ରୋକୋଲି ପରି ସବୁଜ ପରିବା ଏବଂ ଅମୃତଭଣ୍ଡା ସ୍ବାସ୍ଥ୍ୟ ପାଇଁ ଉପକାରୀ। ଏହି ସାଲାଡ ସ୍ବାସ୍ଥ୍ୟ ଓ ସ୍ବାଦ ଦୃଷ୍ଟିରୁ ଖୁବ୍ ଭଲ।
3. ଡାଲଚିନି ଓ ବାଦାମ
- ଭିଟାମିନ୍ ଇ' ବାଦାମରେ ରହିଛି ଯାହା ସ୍ଵାସ୍ଥ୍ୟ ପାଇଁ ଲାଭଦାୟକ ।
- ଡାଲଚିନି ଓ ବାଦାମର ମିଶ୍ରଣ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ।
4. ବ୍ଲୁବେରୀ-କୋକନଟ୍ ବେକ୍
- ଏହାକୁ ମିଷ୍ଟାନ୍ନ ଭାବେ ବ୍ୟବହାର କରିପାରିବେ ।
- ବ୍ଲୁବେରୀରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି' ରୋଗପ୍ରତିରୋଧକ ଶକ୍ତି ବଢାଏ ।
5. କାକୁଡି ରାଇତା
- ଏହା ଖୁବ୍ ସ୍ଵାଦିଷ୍ଟ । ଏଥିରେ ପ୍ରୋବାୟୋଟିକ୍ ଥିବାରୁ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ।
- ରୋଗପ୍ରତିରୋଧକ ଶକ୍ତି ବଢାଇବା ସହ ବିଭିନ୍ନ ଋତୁକାଳୀନ ସ୍ବାସ୍ଥ୍ୟ ସମସ୍ୟା ଏବଂ ସଂକ୍ରମଣରୁ ସୁରକ୍ଷିତ ରଖେ।
6. ଭିଟାମିନ୍ ସି
- ଏହି ଭିଟାମିନ୍ ଥିବା ଫଳ ଏବଂ ପନିପରିବା କାଶ, ସର୍ଦ୍ଦିର ଉପଚାରରେ ଲାଭଦାୟକ ହୋଇଥାଏ ତଥା ବିଭିନ୍ନ ସଂକ୍ରମଣରୁ
- ଶରୀରକୁ ସୁରକ୍ଷା ଦିଏ ।
- ତେଣୁ ଭିଟାମିନ୍-ସି'ର ଉପକାର ପାଇବା ଲାଗି ଖାଦ୍ୟରେ ଟମାଟୋ, କମଳା, ଅମୃତଭଣ୍ଡା ଆଦି ସାମିଲ କରନ୍ତୁ ।
- ସକାଳବେଳା ଲେମ୍ବୁ ପାଣି କିମ୍ବା କମଳା ରସ ପିଇବାର ଅଭ୍ୟାସ କରିବା ଉଚିତ। ଭିଟାମିନ୍ ସି'ଯୁକ୍ତ ଏଇ ପାନୀୟ ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡା,ସର୍ଦ୍ଦିରୁ ରକ୍ଷା ମିଳେ।
7. କେମୋମାଇଲ୍ ଚା'
- ଏହି ଚା'ରେ ଜୀବାଣୁ ପ୍ରତିରୋଧକ ଗୁଣ ରହିଛି ଏବଂ ଏହା ଭଲ ନିଦ ପାଇବାରେ ସହାୟକ ହୋଇଥାଏ।
- ବଜାରରେ ଓ ଅନ୍-ଲାଇନ୍ରେ ଏକପ୍ରକାର କେମୋମାଇଲ ଟି' ମିଳୁଛି। ପୋଷକତତ୍ତ୍ୱ ଭରପୂର ଏହି ଚା’ ପିଇଲେ କାଶ, ଛିଙ୍କ ହେଉନଥିବା ଅନୁଧ୍ୟାନରୁ ପ୍ରକାଶ।
- ତେଣୁ ଶୋଇବାକୁ ଯିବା ପୂର୍ବରୁ ଏହି ଚା' କପେ ପିଇଲେ କାଶ ଓ ସର୍ଦ୍ଦିରୁ ସୁରକ୍ଷା ମିଳିବା ସହ ଆରାମରେ ନିଦ ପାଇପାରିବେ ।
8. କଦଳୀ
- ଅନେକଙ୍କର ଧାରଣା, କଦଳୀ ଖାଇଲେ ଥଣ୍ଡା, କାଶ ହେବ । ତେବେ ଏଥିରେ ଥିବା ପଟାସିୟମ କାଶ ଓ ସର୍ଦ୍ଦି ସମସ୍ୟାରେ ଖୁବ୍ ଭଲ କାମ କରେ । କଦଳୀରେ ଥିବା ଏକ ବିଶେଷପ୍ରକାର ପ୍ରୋଟିନ୍ ଲେକ୍ଟିନ ମଧ୍ୟ ସର୍ଦ୍ଦିରୁ ଦୂରେଇ ରଖିବାରେ ସହାୟକ ।
- ସକାଳ ଜଳଖିଆରେ ଗୋଟିଏ ପାଚିଲା କଦଳୀ ଖାଇବାର ଅଭ୍ୟାସ କରିବା ଉଚିତ। ପୋଟାସିୟମ୍ ଭରପୂର କଦଳୀ ଖାଇଲେ ଆମ ପାଚନ ଶକ୍ତି ଭଲ ହେବା ସହ ଶରୀରକୁ ଭିଟାମିନ୍ ସି' ମଧ୍ୟ ମିଳେ ।
- ଇଚ୍ଛା କଲେ ପାଚିଲା କଦଳୀକୁ ଲୁଣ ଲଗାଇ ଖାଇପାରନ୍ତି । ତେବେ ଅଧିକ କଦଳା ଖାଇବା କ୍ଷତିକାରକ ।
9. ୟୁକ୍ଲିପଟାସ୍ ତେଲ
- ଏଥିରେ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆ, ଆଣ୍ଟି-ଭାଇରାଲ୍ ଗୁଣ ଥଣ୍ଡା, ଛିଙ୍କ, କାଶ ଇତ୍ୟାଦିରୁ ମୁକ୍ତି ଦେଇଥାଏ ।
- ଔଷଧୀୟ ଗୁଣରେ ଭରପୂର, ଏହି ତେଲ ଔଷଧ ତିଆରିରେ ମଧ୍ୟ ବ୍ୟବହୃତ ହୋଇଥାଏ । ଏହି ତେଲର ଗନ୍ଧ ନାକ ଏବଂ ଗଳାରେ ଥିବା ଜୀବାଣୁକୁ ମାରିଦେଇଥାଏ । ଏହା ସହିତ ଜଡିତ ସମସ୍ୟାଗୁଡିକ ମଧ୍ୟ ଦୂର ହୁଏ ।
10. ସ୍ପ୍ରାଉଟ୍
ସ୍ପ୍ରାଉଟ୍ ରେ ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶ୍ୱାସକ୍ରିୟା ସମସ୍ୟା ଦୂର ହୋଇଥାଏ । । ତେଣୁଏହାକୁ ପ୍ରତିଦିନ ଜଳଖିଆରେ ଖାଇବା ସର୍ବୋତ୍ତମ ବିକଳ୍ପ । ଏହା ଇମ୍ୟୁନିଟିକୁ ଦୃଢ କରି କାର୍ଯ୍ୟ କରିବାର ଶକ୍ତି ବଢାଇଥାଏ ।
11. କର୍ପୂର
କର୍ପୂର ଔଷଧୀୟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ଭରପୂର ଅଟେ । ଏହାକୁ ସୁଙ୍ଘିବା କିମ୍ବା ବାମ୍ଫ ନେବା ଦ୍ୱାରା ଥଣ୍ଡା, ବନ୍ଦ ନାକ, ଛିଙ୍କି, ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
12. ଆପେଲ୍
ପ୍ରତ୍ୟେକ ଦିନ ଗୋଟିଏ ଆପଲ୍ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏଥିରେ ଭିଟାମିନ୍-ସି, ଆଇରନ୍, କ୍ୟାଲସିୟମ୍, ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଏ |
13. ଗିଲୋୟେ
- ଏହି ସମୟ ରେ ଗିଲୋୟେ ର ସେବନ ନିଶ୍ଚିତ ଭାବରେ କରନ୍ତୁ । ଏହାର ପତ୍ର ରସ କୁ କିମ୍ବା ଡାଳ କୁ ଆପଣ ସିଝାଇ ସେବନ କରି ପାରିବେ । ଯଦି ଆପଣଙ୍କ ପାଖରେ ଏହା ନାହିଁ ତେବେ ଏହାର tablet ଓ ଏହାର ରସ ବର୍ତ୍ତମାନ ବଜାର ରେ ସହଜ ରେ ମିଳୁଅଛି ଆପଣ ଏହାକୁ ମଧ୍ୟ ସେବନ କରି ପାରିବେ ।
- ଏହା ଆଣ୍ଟି ଭାଇରାଲ ଅଟେ ତେଣୁ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କୁ ସଂକ୍ରମଣ କମ୍ ହେବାର ସମ୍ଭାବନା ଥାଏ।
ଏସବୁରୁ ଦୂରେଇ ରୁହନ୍ତୁ
- ଡା. ଔଦିଚ୍ୟ କହିଛନ୍ତି ଦହି, ଥଣ୍ଡା ପାଣି, ଫ୍ରିଜ ଜିନିଷ,ବାସୀ ଖାଦ୍ୟ ଇତ୍ୟାଦିକୁ ସେବନ ନକରିବା ପାଇଁ । ମୌସମ ପରିବର୍ତ୍ତନ ପାଇଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ ଏହି ସମୟରେ ଜଗି ରଖି ଚଳିବା ନିହାତି ଆବଶ୍ୟକ ।
- ସେ କହିଛନ୍ତି ଦିନ ସାରା ଶୋଇ ବିଳମ୍ବ ରାତି ପର୍ଯ୍ୟନ୍ତ ଜାଗୃତ ରହିବା ଶରୀର ପ୍ରତି କ୍ଷତିକାର ଅଟେ ।


0 Comments
Do you have any doubts or suggestions? Ask them here in the comments!