କରୋନା କାଳରେ ମାନସିକ ଚାପ ଏବଂ ଚିନ୍ତାମୁକ୍ତ କରିଦିଏ ଏହି ପ୍ରାଣାୟମ
କରୋନା କାଳରେ ମାନସିକ ଚାପ ଏବଂ ଚିନ୍ତାମୁକ୍ତ କରିଦିଏ ଏହି ପ୍ରାଣାୟମ
ବର୍ତ୍ତମାନ ସମୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେପରି ବଢି ଚାଲିଛି ଲୋକଙ୍କ ମନରେ ପ୍ରଚୁର ଭୟ ସୃଷ୍ଟି ହେଉଛି । କରୋନା କାଳରେ ଏକ ଅଜଣା ଭୟ ପ୍ରତ୍ୟେକ ଲୋକଙ୍କୁ ଚିନ୍ତାଗ୍ରସ୍ତ କରାଇବାରେ ଲାଗିଛି । ଏହି ଭୟ ଦ୍ୱାରା ରୋଗ ପ୍ରତିରୋଧ ଶକ୍ତି ମଧ୍ୟ କମିଯାଇଛି | ଏହି ପରିସ୍ଥିତିରେ ସମସ୍ତେ ଚାହାନ୍ତି କିପରି ଚାପମୁକ୍ତ ହେବେ। ଏଥିପାଇଁ ବହୁ ଲୋକ ବିଭିନ୍ନ ପ୍ରାଣାୟାମ କରିଥାନ୍ତି | ଏଥିପାଇଁ ବ୍ୟାୟାମ, ଯୋଗ ଓ ପ୍ରାଣାୟାମ ହିଁ ଶ୍ରେଷ ସାଧନ | କିନ୍ତୁ ମନକୁ ଚାପମୁକ୍ତ ଅନୁଲୋମା ବିଲୋମ ପ୍ରାଣାୟାମ ସବୁଠାରୁ ଭଲ | ସେହିପରି ମାନସିକ ଚାପ ଏବଂ ଚିନ୍ତା ଦୂର କରିବା ପାଇଁ ପ୍ରତିଦିନ କରନ୍ତୁ ଭ୍ରାମରୀ ପ୍ରାଣାୟମ ବା ଭ୍ରମର ଶ୍ଵସନ ।
ଅନୁଲୋମ-ବିଲୋମ ପ୍ରଣାୟାମ
- ଏହି ପ୍ରାଣାୟାମ କରିବା ଦ୍ୱାରା ବ୍ୟକ୍ତିର ଶରୀର ଆବଶ୍ୟକ ପରିମାଣର ଅମ୍ଳଜଳ ଗ୍ରହଣ କରିବା ସହ ଅଙ୍ଗାରକାମ୍ଳ ତ୍ୟାଗ କରିଥାଏ ।
- ଏହି ପ୍ରାଣୟମ ଦ୍ୱାରା ରକ୍ତରୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ । ଫଳରେ ମନ ଶାନ୍ତ ଓ ସ୍ଥିର ରୁହେ । ଆଉ ମନର ଉଦ୍ ବେଗ ଓ ଚାପ କମିଯାଇଥାଏ ।
- ଏହି ପ୍ରାଣାୟାମ କରିବା ଦ୍ଵାର ନିଶ୍ବାସ ନେବା ଓ ଛାଡ଼ିବା ସମୟ ଉପରେ ନିୟନ୍ତ୍ରଣ ରକ୍ଷା କରାଯାଇଥାଏ।
- ଅର୍ଦ୍ଧ ପଦ୍ମାସନରେ ଆରାମରେ ବସନ୍ତୁ | ମୁଣ୍ଡ ଓ ମେରୁଦଣ୍ଡକୁ ସିଧା ରଖନ୍ତୁ। ହାତକୁ ଜ୍ଞାନ ମୁଦ୍ରାରେ ରଖନ୍ତୁ ।
- ବୁଢ଼ା ଆଙ୍ଗୁଳିରେ ଡାହାଣ ନାକ ବନ୍ଦ କରନ୍ତୁ । ଏବେ ବାମ ନାକରେ ପ୍ରଶ୍ୱାସ ନିୟନ୍ତୁ | ଆରାମରେ ପ୍ରଶ୍ୱାସ ନେବା ସହ ଶେଷ ପର୍ଯ୍ୟନ୍ତ ମନେ ମନେ ୧,୨,୩ ଗଣନ୍ତୁ ।
- ଏବେ ଅନାମିକା ଆଙ୍ଗୁଳିରେ ବାମ ନାକକୁ ବନ୍ଦ କରନ୍ତୁ । ଡାହାଣ ନାକକୁ ବୁଢ଼ା ଆଙ୍ଗୁଳିରେ ଚାପକୁ ଧୀରେ ଧୀରେ ଛାଡ଼ନ୍ତୁ । ଡାହାଣ ନାକରେ ନିଶ୍ବାସ ଛାଡିବା ସହ ପୁଣି ମନେ ମନେ ୧,୨, ୩ ଗଣନ୍ତୁ ।ମନେ ରଖନ୍ତୁ ନିଶ୍ବାସ ନେବା ଓ ଛାଡିବା ସମୟ ଯେପରି ସମାନ ରହିବ ।
- ତା' ପରେ ତାହାଣ ନାକରେ ପ୍ରଶ୍ବାସ ନିଅନ୍ତୁ । ପୂର୍ବପରି ଗଣନା ଜାରି ରଖନ୍ତୁ। ପ୍ରଶ୍ବାସ ନେବା ପରେ ଡାହାଣ ନାକକୁ ବନ୍ଦ କରନ୍ତୁ । ବାମ ନାକ ଖୋଲି ନିଶ୍ଵାସ ନିଅନ୍ତୁ । ଆଉ ଗଣନା ମଧ୍ୟ ଚାଲୁ ରଖନ୍ତୁ ।
- ଏହି ସମ୍ପୂର୍ଣ୍ଣ ଅଭ୍ୟାସ ଏକ ଚକ୍ର । ନିୟମିତ ୧୦ ଥର ଏହି ଚକ୍ର ଅଭ୍ୟାସ କରନ୍ତୁ । ।
ଭ୍ରମରୀ ପ୍ରାଣାୟମ
- ଏକ ଆରାମଦାୟକ ଧ୍ୟାନଆସନରେ ବସନ୍ତୁ । ମେରୁଦଣ୍ଡ ସିଧା ରଖନ୍ତୁ । ହାତ ଆଣ୍ଠୁ ଉପରେ ଚିନ୍ ବା ଜ୍ଞାନ ମୁଦ୍ର|ରେ ରଖନ୍ତୁ।
- ଆଖୁ ବନ୍ଦ କରନ୍ତୁ। ଦେହକୁ ପୁରା ଢିଲା ରଖନ୍ତୁ । ଅଭ୍ୟାସ ଶେଷ ପର୍ଯ୍ୟନ୍ତ ଓଠ ଧିରେ ବନ୍ଦ ରହିବ।
- ଦୁଇ ହାତର ତର୍ଜନୀ ବା ମଧ୍ୟମା ଆଙ୍ଗୁଠିରେ କାନ ଦୁଇଟିକୁ ବନ୍ଦ କରନ୍ତୁ ।
- କାନର ଛିଦ୍ର ମଧ୍ୟରେ ଆଙ୍ଗୁଳି ନପୁରାଇ ବାହାରେ ଥିବା ଫ୍ଲାପ୍ କୁ ଚାପି କାନ ବନ୍ଦ କରନ୍ତୁ ।
- ନାକ ବାଟେ ନିଶ୍ଵାସ ନିଅନ୍ତୁ । ନିୟନ୍ତ୍ରଣ କରି ଧିରେ ନିଶ୍ଵାସକୁ ଗଭୀର ଏବଂ ସ୍ଥିର ଭାବରେ କଳା ଭ୍ରମର ଭଳି ଗୁଞ୍ଜନ କରି ଛାଡନ୍ତୁ ।
- ନିଶ୍ଵାସ ଛାଡିବା ଶେଷ ହେବା ପର୍ଯ୍ୟନ୍ତ ଏହି ଗୁଞ୍ଜନ ଧୀରେ ଏବଂ ଏକ ଧାରାରେ ଚାଲିବା ଆବଶ୍ୟକ ।
- ନିଶ୍ଵାସ ଛାଡିଲା ପରେ ଗଭୀର ନିଶ୍ବାସ ନିଅନ୍ତୁ ଏବଂ ଅଭ୍ୟାସର ପୁନରାବୃରି କରନ୍ତୁ।
- ଗୁଞ୍ଜନର ଶବ୍ଦ କୋମଳ ଏବଂ ମଧୁର ହେବା ଉଚିତ୍ ।
- ମୁଣ୍ଡ ସାମନା ଭାଗରେ ଏହାର କମ୍ପନ ଅନୁଭବ ହେବ ।
- ଦୈନିକ ୫ ରୁ ୧୦ ଚକ୍ର ଏହିଭଳି ଭାବରେ ଅଭ୍ୟାସ କରନ୍ତୁ ।
ଏହି ପ୍ରାଣାୟାମ ଦ୍ୱାରା ମାନସିକ ଚାପ ଓ ଚିନ୍ତାରୁ ରକ୍ଷା ମିଳିବା ସହ ମନରେ ସାକାରାତ୍ମକ ଭାବନା ଜାତ କରାଏ । କ୍ରୋଧ, ଉଦ୍ ବେଗ ଏବଂ ଅନିଦ୍ରା ରୁ ଉପକାର ମିଳିବା ସହ ଉଚ୍ଚରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।
କାନରେ କୌଣସି ପ୍ରକାର ରୋଗ ଥିଲେ ଏହି ପ୍ରାଣାୟଣ କରିବେ ନାହିଁ ।
0 Comments
Do you have any doubts or suggestions? Ask them here in the comments!