ଆବଦ୍ଧ ଘର ମଧ୍ୟରେ ଶୁଦ୍ଧ ଅମ୍ଳଜାନ ପାଇବା ପାଇଁ କିଛି ଉପାୟ
ଆବଦ୍ଧ ଘର ମଧ୍ୟରେ ଶୁଦ୍ଧ ଅମ୍ଳଜାନ ପାଇବା ପାଇଁ କିଛି ଉପାୟ
ବୈଜ୍ଞାନିକମାନେ କହୁଛନ୍ତି ଆମ ଶରୀର ସବୁଠୁ ବଡ଼ ଡାକ୍ତରଖାନା, ସବୁଠୁ ଭଲ ଡାକ୍ତର । ଯେକୌଣସି ସଂକ୍ରମଣକୁ ରୋକିବା ଏବଂ ଉପଚାର କରିବାର କ୍ଷମତା ରଖେ । ତେବେ ଏହି କ୍ଷମତାକୁ ସକ୍ରିୟ ରଖିବା ଲାଗି ବାହ୍ୟ ସହଯୋଗର ଆବଶ୍ୟକତା ରହିଛି । କରୋନା ସଂକ୍ରମଣ ମୁକାବିଲା କରିବାରେ ଶରୀରକୁ ସବୁଠୁ ବଡ଼ ସହଯୋଗ କରିବାର ଉପାୟ ହେଲା ଏହାକୁ ଶୁଦ୍ଧ ଅମ୍ଳଜାନ (ଅକ୍ସିଜେନ) ଯୋଗାଇବା ।
- ବର୍ତ୍ତମାନ ପରିସ୍ଥିତିରେ ଭେଣ୍ଟିଲେସନ୍ ବା ବାୟୁ ଚଳାଚଳର ଭୂମିକା ଗୁରୁତ୍ଵପୂର୍ଣ୍ଣ। ଘର ଭିତରେ ଭେଣ୍ଟିଲେସନ ବା ବାୟୁ ଚଳାଚଳ ଭଲ ଥିଲେ ଭାଇରସ୍ର ପ୍ରସାର ହୋଇ ନ ଥାଏ।
- ରୁମ୍ରେ ଭେଣ୍ଟିଲେସନ୍ ଭଲ ନ ଥିଲେ ଘରର ଅଧିକ ସଦସ୍ୟଙ୍କ ମଧ୍ୟକୁ ଭାଇରସ୍ ପ୍ରବେଶ କରିଥାଏ ।
- ପ୍ରାକୃତିକ ବାୟୁ ଚଳାଚଳ ପ୍ରକ୍ରିୟା ଯେପରି ଘରର କବାଟ ଏବଂ ଝରକା ଖୋଲା ରଖିବା ସହ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ,ବାୟୁ କ୍ରମାଗତ ଭାବେ ପ୍ରଭାବିତ ହେଉଥାଉ |
- ରୋଷେଇ ଘର ଏବଂ ଗାଧୁଆ ଘରେ ଯେତେବେଳେ ସମ୍ଭବ ଏକ୍ଜିଷ୍ଟ ପ୍ୟାନ୍ ଖୋଲା କରିବା ଦରକାର। ଏହା ବାୟୁ ପ୍ରବାହରେ ଉନ୍ନତି ଆଣିଥାଏ ।
- ରୁମ୍ ମଧ୍ୟରେ ଲୋକ ଥିଲେ ବାୟୁ ପ୍ରବାହରେ ଉନ୍ନତି ଆଣିବା ପାଇଁ ସିଲିଂ ଫ୍ୟାନ୍କୁ ଖୋଲା ରଖିବା ଜରୁରୀ। ଗ୍ରୀଷ୍ମ ପ୍ରବାହ ବା ଗୁଳୁଗୁଳି ଅଧିକ ଥିବାରୁ କବାଟ ଝରକା ଖୋଲିବା ବଡ଼ ଆହ୍ୱାନ ।
- ଆମ ଶରୀର ପାଇଁ ପ୍ରତିଦିନ ୧୧/୧୨ ହଜାର ଲିଟର ଅମ୍ଳଜାନ ଆବଶ୍ୟକ ହୋଇଥାଏ। ଏହି ହିସାବରେ ପ୍ରତି ମିନିଟ୍କୁ ଆମର ଆବଶ୍ୟକ ହୁଏ ୬/୭ ଲିଟର ଅମ୍ଳଜାନ। ପ୍ରକୃତି ଆମକୁ ଏହି ଅମ୍ଳଜାନ ମାଗଣା ଯୋଗାଇ ଦେଇଛି। ତେବେ ଏହାକୁ ଶୁଦ୍ଧ ଭାବେ ଗ୍ରହଣ କରିବାକୁ ହେଲେ କେତୋଟି ଉପାୟ ଅବଲମ୍ବନ କରିବା ଜରୁରୀ ।
ଅମ୍ଳଜାନ ପାଇବାର ଉପାୟ
- ଆବଦ୍ଧ ଘର ମଧ୍ୟରେ କରୋନା ସଂକ୍ରମଣ ଶୀଘ୍ର ତଥା ଅଧିକ ବଢ଼ିଯାଉଛି ବୋଲି ବୈଜ୍ଞାନିକମାନେ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି । ଏଣୁ ଘର ମଧ୍ୟରେ ଭଲ ପରିମାଣର ଅମ୍ଳଜାନ ପାଇବାକୁ ହେଲେ କେତୋଟି ସହଜ ଉପାୟ ଆପଣାଇବାକୁ ପଡ଼ିବ।
- ଶୋଇବା ଘର ଏବଂ ଆଖପାଖର ଝରକା କବାଟ ଖୋଲା ରଖନ୍ତୁ। ଯେପରି ପବନ ଚଳାଚଳ ଅବାଧରେ କରିପାରିବ। ଦିନକୁ ନିତାନ୍ତ ୪/୫ ଘଣ୍ଟା ଖୋଲା ରହିବା ଦରକାର ।
- ଶୋଇବା କୋଠରୀରେ ଆଦୌ ବେଶି ସାମଗ୍ରୀ ରଖନ୍ତୁ ନାହିଁ। ଯେପରି କୋଠରୀ ମଧ୍ୟରେ ଅଧିକ ଖାଲି ସ୍ଥାନ ସୃଷ୍ଟି ହେବ। ଫଳରେ କୋଠରୀ ମଧ୍ୟରେ ଅଧିକ ପରିମାଣର ବାୟୁ ବା ଅମ୍ଳଜାନ ରହିବାର କ୍ଷମତା ବଢ଼ିଯିବ।
- ଘରେ ରାସାୟନିକ ପଦାର୍ଥ ବ୍ୟବହାର କରିବା କମାଇ ଦିଅନ୍ତୁ । ଯେପରି ରୁମ୍ ସ୍ପ୍ରେ, ଘରସଫା ପାଇଁ ବିଭିନ୍ନ କେମିକାଲ, ପୋକମାଛି ମାରିବାକୁ ସ୍ପ୍ରେ ଇତ୍ୟାଦି। ଏହି କେମିକାଲ୍ ଅମ୍ଲଜାନର ଅଣୁକୁ ଭାଙ୍ଗି ପକାଏ ଏବଂ ଆମ ଶରୀରକୁ ଏପରି ଅବସ୍ଥାରେ ଅମ୍ଳଜାନ ଗଲେ ଶରୀରରେ କ୍ଷତି ପହଂଚାଏ |
- ବୃକ୍ଷ ଆମର ସବୁଠୁ ବଡ଼ ବନ୍ଧୁ। ଏହାକୁ ଆହୁରି ନିଜର କରିନିଅନ୍ତୁ । ସବୁ କାମ ମଧ୍ୟରୁ ସମୟ ବାହାର କରି ପ୍ରତିଦିନ ଗଛଭରା ଖୋଲା ସ୍ଥାନକୁ ଯାଇ ଘଣ୍ଟାଏ ଦୁଇ ଘଣ୍ଟା ନିଶ୍ଚୟ ବିତାଇ ଆସନ୍ତୁ । ସପ୍ତାହନ୍ତରେ ଯଦି ବଣପାହାଡ଼ ଘେରା କୌଣସି ପ୍ରାକୃତିକ ପରିବେଶରେ ଯାଇ ସମୟ କଟାଇପାରିଲେ ଆହୁରି ଭଲ। ଏହି ପରିବେଶ ଆମ ଶରୀରକୁ ଯୋଗାଇ ଦିଏ ପ୍ରଚୁର ପରିମାଣର ଶୁଦ୍ଧ ଅମ୍ଳଜାନ।
- ଆମେ ଜାଣିବା ଦରକାର ଯେ ଆମ ଶରୀର ମଧ୍ୟକୁ ବାୟୁରୁ ୨୦ ପ୍ରତିଶତ ଅମ୍ଳଜାନ ଯେତେବେଳେ ଯାଏ, ସେଥିରୁ ୧୫ ପ୍ରତିଶତ ଆମେ ନିଶ୍ଵାସରେ ଛାଡ଼ିଥାଉ। କେବଳ ୫ ପ୍ରତିଶତ ଶରୀରରେ କାମରେ ଆସେ। ଯେତେବେଳେ ପ୍ରଶ୍ଵାସ ଗ୍ରହଣ କରୁଛନ୍ତି, ଗଭୀର ଭାବେ ଜୋରରେ ନିଅନ୍ତୁ। ନିୟମିତ ଏପରି ଅଭ୍ୟାସ କଲେ ଫୁସଫୁସ୍, ହୃତପିଣ୍ଡ ଇତ୍ୟାଦି ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିପାରିବ।
- ଖାଦ୍ୟପେୟରେ ସଜନା ଶାଗ, କଖାରୁ ମଂଜି ସାମିଲ କରନ୍ତୁ । ଗୁଣ୍ଡ ହଳଦୀ ଅପେକ୍ଷା ବଟା ହଳଦୀ ନିତିଦିନ ଖାଦ୍ୟପେୟରେ ବ୍ୟବହାର କରନ୍ତୁ। ଜିଙ୍କ୍ ମିଳୁପାରୁଥିବା ଖାଦ୍ୟ ଅଣ୍ଡା, କ୍ଷୀର ଇତ୍ୟାଦି ବି ସାମିଲ କରିବା ଦରକାର ।
- ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଦିଗ ହେଲା ଶରୀରରେ ଅମ୍ଳଜାନ କମ୍ ଜନିତ ପରିସ୍ଥିତି ସହ ଖାପ ଖୁଆଇବାର ବ୍ୟବସ୍ଥାକୁ ଦୃଢ଼ କରିବା। ଅର୍ଥାତ କିଛି କାରଣ ପାଇଁ ଅମ୍ଳଜାନ ପରିମାଣ ହଠାତ୍ କମ୍ ହେଲେ ଯେପରି ଶରୀର ଏହାର ମୁକାବିଲା କରିପାରିବ। ଯାହାକୁ କହନ୍ତି ଅକ୍ସିଜେନ୍ ସେନସିଂ ଫ୍ୟାକ୍ଟର। ଏହାର ଅଭ୍ୟାସ ଲାଗି ଉଚ୍ଚ ସ୍ଥାନକୁ ଚଢ଼ନ୍ତୁ (ଯେପରି ପାହାଡ଼) ଓହ୍ଲାନ୍ତୁ। ସେହିପରି ସାଇକେଲ୍ ଚଳାଇବା, ଦୌଡ଼ିବା, କୁଦିବା ଦ୍ଵାରା ମଧ୍ୟ ଏହି ଅଭ୍ୟାସ କରାଯାଇପାରିବ |
0 Comments
Do you have any doubts or suggestions? Ask them here in the comments!