ହନୁମାନଙ୍କୁ ସିନ୍ଦୂର ଅର୍ପଣ କଲେ ଶୀଘ୍ର ପ୍ରସନ୍ନ ହୁଅନ୍ତି କାହିଁକି ?

ହନୁମାନଙ୍କୁ ସିନ୍ଦୂର ଅର୍ପଣ କଲେ ଶୀଘ୍ର ପ୍ରସନ୍ନ ହୁଅନ୍ତି କାହିଁକି ?

ମାନ୍ୟତା ରହିଛି ଯେ, ହନୁମାନଙ୍କୁ ସିନ୍ଦୁର ଅର୍ପଣ କରିବା ଦ୍ୱାରା ସେ ପ୍ରସନ୍ନ ହୋଇ ଭକ୍ତଙ୍କର ସମସ୍ତ ଦୁଃଖ, କଷ୍ଟ ଦୂର କରିଥାନ୍ତି। ପ୍ରଭୁ ହନୁମାନ ମାତା ସୀତାଙ୍କ ଠାରୁ ସିନ୍ଦୂର ଲଗାଇବା ଶିଖୁଥିଲେ। ସେହି ଦିନ ଠାରୁ ଭଗବାନ ହନୁମାନ ସିନ୍ଦୂର ଲଗାଉଛନ୍ତି ବୋଲି ମାନ୍ୟତା ରହିଛି ।

ମହାବାଳୀ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରିବା ପଛରେ ଏକ ବହୁତ ହିଁ ପ୍ରଚଳିତ କଥା ଅଛି । ଥରେ ମାତା ସୀତା ନିଜ ମୁଣ୍ଡରେ ସିନ୍ଦୁର ଲଗାଉଥିଲେ | ସେତେବେଳେ ମହାବଳୀ ହନୁମାନ ତାଙ୍କୁ ଏହି ପ୍ରଶ୍ନ କରିଲେ କି ଆପଣ ମୁଣ୍ତରେ ସିନ୍ଦୁର କାହିଁକି ଲଗାଉଛନ୍ତି । ତେବେ ମାତା ସୀତା କହିଲେ କି ପ୍ରଭୁ ଶ୍ରୀ ରାମ ଏହା ଦ୍ୱାରା ବହୁତ ପ୍ରସନ୍ନ  ହୋଇଥାନ୍ତି । ସେଥିପାଇଁ ମୁଁ ନିଜ ମୁଣ୍ଡରେ ସିନ୍ଦୁର ଲଗାଇଥାଏ । 

ଏତିକି ଶୁଣିବା ପରେ ବଜରଙ୍ଗବଲି ନିଜର ପୁରା ଶରୀରରେ ସିନ୍ଦୁର ଲଗାଇଥିଲେ | ସେହି ସମୟରୁ ହନୁ ମାନଙ୍କୁ ସିନ୍ଦୁର ବହୁତ ପ୍ରିୟ ଅଟେ ଓ ସେଥିପାଇଁ ସିନ୍ଦୁର ଅର୍ପଣ କରିଥିବା ବ୍ୟକ୍ତି ଉପରେ ହନୁମାନ  ଜଲ୍ଦି ପ୍ରସନ୍ନ ହୋଇଥାନ୍ତି ।

ସିନ୍ଦୂର ଲଗାଇବାର ମହତ୍ତ୍ୱ

  • ହିନ୍ଦୁ ଧର୍ମରେ ସିନ୍ଦୂର ଲଗାଇବାର ଅନେକ ମହତ୍ତ୍ୱ ରହିଛି। ଭାରତୀୟ ସଂସ୍କତି ଓ ପରମ୍ପରା ଅନୁଯାୟୀ, ଏହା ସଧବା ନାରୀର ଆଭୁଷଣ ଅଟେ। ସିନ୍ଦୂର ଲଗାଇବା ଦ୍ୱାରା ଦାମ୍ପତ୍ୟ 
  • ଜୀବନ ସୁଖମୟ ହୋଇଥାଏ ଏବଂ ସ୍ୱାମୀଙ୍କର ଆୟୁଷ ବଢ଼ିଥାଏ ବୋଲି କୁହାଯାଏ । 
  • ସିନ୍ଦୂର ମୁଖ୍ୟତଃ ଲାଲ ଓ ନାରଙ୍ଗୀ ରଙ୍ଗର ଅଟେ। ସିନ୍ଦୂର ବିନା କୌଣସି ବିବାହ ସମ୍ପନ୍ନ ହୋଇ ନ ଥାଏ।  ସିନ୍ଦୂରର ସମ୍ବନ୍ଧ ମଙ୍ଗଳ ଗ୍ରହ ସହ ରହିଛି । ତେଣୁ ସିନ୍ଦୂରକୁ ମଙ୍ଗଳକାରୀ କୁହାଯାଇଥାଏ |

ଭଗବାନ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରିବାର ନିୟମ

ସର୍ବ ପ୍ରଥମେ ଆପଣଙ୍କୁ ତାଙ୍କର ପ୍ରତିମାକୁ ଗଙ୍ଗାଜଳ ଦ୍ୱାରା ସ୍ନାନ କରାଇବାକୁ ଭୁଲନ୍ତୁ ନାହିଁ । ଏହା ପରେ ହିଁ ଆପଣ ସିନ୍ଦୁର ଅର୍ପଣ କରିବେ | 

  • ପୁରୁଷମାନେ ଭଗବାନ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରିବା ଉଚିତ । 
  • ମହିଳାମାନେ କେବେ ବି ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ନାହିଁ ।

ଏହା ମହିଳାଙ୍କ ପାଇଁ ବିଶେଷ ନିୟମ ଅଟେ

ଶ୍ରୀ ହନୁମାନ ବାଳବ୍ରହ୍ମଚାରୀ ଥିଲେ । ସେ ମହିଳାଙ୍କ ସ୍ପର୍ଶଠାରୁ ସର୍ବଦା ଦୂରରେ ରହୁଥିଲେ । ସେଥିପାଇଁ ହନୁମାନ ଜୟନ୍ତୀ ଦିନ ହନୁମାନଙ୍କ ପୂଜା ସମୟରେ ମହିଳା ମାନଙ୍କୁ କିଛି ବିଶେଷ କଥା ଉପରେ ଦୃଷ୍ଟି ରଖିବାକୁ ପଡ଼ିବ ।

  • ଶ୍ରୀ ହନୁମାନଙ୍କୁ ସିନ୍ଦୂର ଲେପନ ଲଗାଇବେ ନାହିଁ ।
  • ହନୁମାନଙ୍କୁ କୁଞ୍ଜ ଅର୍ପଣ କରିବେ ନାହିଁ ।
  • ହନୁମାନଙ୍କୁ ପଇତା ପିନ୍ଧାଇବେ ନାହିଁ । 
  • ବଜରଙ୍ଗ ବାଣ ପାଠ କରିବେ ନାହିଁ ।
  • ପୂଜା କରିବା ବେଳେ ହନୁମାନଙ୍କ ମୂର୍ତ୍ତିକୁ ପ୍ପର୍ଶ କରିବେ ନାହିଁ । 
  • ହନୁମାନ ଜୟନ୍ତୀ ଦିନ ମହିଳାମାନେ ହନୁମାନଙ୍କ ମୂର୍ତ୍ତିର ଚରଣ ତଳେ ଦୀପ ଜଳାଇପାରିବେ ନାହିଁ ।

ରାଶି ଅନୁସାରେ ହନୁମାନଙ୍କ ମନ୍ତ୍ର ଜପ

ମହାବୀର ହନୁମାନଙ୍କ ନାମ ଜପ କଲେ କିଛି ମୂହୂର୍ତ୍ତରେ ଟଳିଯିବ ବଡ଼ରୁ ବଡ଼ ବିପଦ। ବିଧି ମୁତାବକ ଉପାସନା କଲେ ଦୂର ସବୁ ବାଧା। ହନୁମାନ ଜୟନ୍ତୀ; ଏହି ଦିନ ରାଶି ଅନୁସାରେ ହନୁମାନଙ୍କ ମନ୍ତ୍ର ଜପ କଲେ ସମସ୍ତ ପ୍ରକାର ମନୋସ୍କାମନା ପୂରଣ ହେବାର ବିଶ୍ୱାସ ରହିଛି।

  1. ମେଷ, ବୃଷ ଓ ମିଥୁନ ରାଶିର ବ୍ୟକ୍ତି ହନୁମାନ ଜୟନ୍ତୀରେ ଓଁ ସର୍ବଦୁଃଖ ହରାୟ ନମଃ ମନ୍ତ୍ର ଜପ କରନ୍ତୁ।
  2. କର୍କଟ, ସିଂହ ଓ କନ୍ୟା ରାଶିର ବ୍ୟକ୍ତି ଓଁ ପରଶୈାର୍ଯ୍ୟ ବିନାଶନ ନମଃ ଜପ କରନ୍ତୁ।
  3. ତୁଳା, ବିଛା ଓ ଧନୁ ରାଶିର ବ୍ୟକ୍ତି ଓଁ ମନୋଜବ୍ୟା ନମଃ ଏବଂ ଓଁ ଲକ୍ଷ୍ମଣପ୍ରାଣଦାତ୍ରେ ନମଃ ଜପ କଲେ ସୁଫଳ ମିଳିବ।
  4. ମକର, କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ହନୁମାନ ଜୟନ୍ତୀ ଅବସରରେ ଓଁ ସର୍ବଗ୍ରହ ବିନାଶୀ ନମଃ ଜପ କଲେ ଶୁଭ ହେବ।

Post a Comment

0 Comments