ଶୀତରେ ସମସ୍ୟା ହେବନି

 ଶୀତରେ ସମସ୍ୟା ହେବନି



ଶୀତ ସମୟରେ ଚର୍ମରେ ଶୁଷ୍କତା ଦେଖାଯିବା ଏକ ସାଧାରଣ ସମସ୍ୟା । ତେବେ ଏହାର ସ୍ଥାୟୀ ଉପଚାର ପାଇଁ ଆପଣ ନିଜର ଦୈନିକ ଜୀବନ ଓ ଖାଦ୍ୟପେୟ ଅଭ୍ୟାସ କୁ ଠିକ୍‌ ରଖିବେ ବା ନିୟନ୍ତ୍ରଣ ରଖିବେ । ଏହା ଦ୍ୱାରା  ଆପଣଙ୍କର ଏହି ସମସ୍ୟା ଦୂର ହେବ । ଶୀତଦିନେ ଚର୍ମ ଶୁଖି ଯିବା ସହିତ  ଓ ଫାଟି କୁଣ୍ଡାଇ ହେଉଥିଲେ ନିଶ୍ଚୟ ଆପଣାନ୍ତୁ ଏହି ଘରୋଇ ଉପଚାର |

ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ କ୍ଷୀର ସରରେ ଚିମୁଟାଏ ହଳଦି ମିଶାଇ ଓଠରେ ମାଲିସ୍ କରନ୍ତୁ । ଏହା ବ୍ୟତୀତ ଓଠରେ କାକୁଡ଼ି ରସ ଲଗାଇ ୨୦ମିନିଟ ଛାଡିଦିଅନ୍ତୁ । ଏହାପରେ ପାଣିରେ ଧୋଇଦେଲେ ଓଠ ଆଉ ଫାଟିବନି ।ସବୁଜ ପତ୍ରଯୁକ୍ତ ପରିବା ଖାଆନ୍ତୁ । ଗାଜର, ଟମାଟୋ ଆଦି ଖାଇଲେ ବି ଓଠ ଫାଟିବନି ।

ଶୀତଦିନେ ତ୍ଵଚା ରୁକ୍ଷ ଏବଂ ନିର୍ଜୀବ ଲାଗୁଥିବାରୁ ଭିଟାମିନ୍-ଇ' ଯୁକ୍ତ ମଏଶ୍ଚରାଇଜର ଲଗାନ୍ତୁ । ମୁହଁକୁ ସଫା ପାଣିରେ ଧୋଇବା ସହ ପ୍ରତିଦିନ ଅତି କମ୍‌ରେ ପ୍ରତିଦିନ ଅତି କମ୍‌ରେ ୩-୪ଥର ମଏଶ୍ଚରାଇଜର ଲଗାଇବେ ।

ଏହି ଘରୋଇ ଉପଚାରରୁ ଆପଣ ଶୀତଦିନେ ଶୁଷ୍କ ଚର୍ମ ସମସ୍ୟାରୁ କିଛି ମାତ୍ରାରେ ମୁକ୍ତି ପାଇପାରିବେ ।

1. ନଡିଆ ତେଲ

ଶୀତ ଋତୁରେ ଶୁଷ୍କ ଚର୍ମ ପାଇଁ ନଡ଼ିଆ ତେଲ ହେଉଛି ଏକ ଲୋକପ୍ରିୟ ଏବଂ ପ୍ରଭାବଶାଳୀ ପ୍ରତିକାର । ଏଥିରେ ଫ୍ୟାଟି ଏସିଡ୍, ପ୍ରୋଟିନ୍ ଏବଂ ଭିଟାମିନ୍ ଇ ଥାଏ, ଯାହା ଆପଣଙ୍କ ଚର୍ମରେ ଆର୍ଦ୍ରତା ରଖିଥାଏ । ଏହା ସହିତ ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଚର୍ମର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ ।

  • ଶୀତଦିନେ ଶରୀରର କୁଣ୍ଡିଆ ଦୂର କରିବାକୁ ନଡ଼ିଆ ତେଲ ବ୍ୟବହାର କରନ୍ତୁ । ନଡ଼ିଆ ତେଲରେ ଏସିଡ୍‌ ଆଣ୍ଟିଇଂଫ୍ଲେମେଟୋରୀ ଓ ଆଣ୍ଟିମାଇକ୍ରୋବିୟଲ ଗୁଣରେ ଭରପୁର ଥାଏ। ଯାହା ତୁରନ୍ଧ କୁଣ୍ଡିଆ ଭଲ କରେ ।
  • ନଡିଆ ତେଲରେ ଇମୋଲିଏଣ୍ଟ (emollient) ଗୁଣ ରହିଛି । ଇମୋଲିଏଣ୍ଟସ୍ ଚର୍ମ କୋଷ ମଧ୍ୟରେ ଥିବା ସ୍ଥାନଗୁଡିକ ପୂରଣ କରି ଏକ ସୁଗମ ପୃଷ୍ଠ ସୃଷ୍ଟି କରେ । ସେଥିପାଇଁ ନଡ଼ିଆ ତେଲରେ ପ୍ରାକୃତିକ ଭାବରେ ଘଟୁଥିବା ସାଚୁରେଟେଡ୍ ଫ୍ୟାଟି ଏସିଡ୍ ଚର୍ମକୁ ହାଇଡ୍ରେଟ୍ ଏବଂ ମସୃଣ କରିପାରେ ।
  • ପ୍ରତିଦିନ ଆପଣ ନିଜ ଶରୀରର ଅତି ସମ୍ବେଦନଶୀଳ ଅଂଶରେ ମଧ୍ୟ ନଡିଆ ତେଲ ବ୍ୟବହାର କରିପାରିବେ । ଏହାର ବ୍ୟବହାର ପାଇଁ ନଡ଼ିଆ ତେଲରେ ଅନ୍ୟ କୌଣସି ଜିନିଷ ମିଶ୍ରଣ କରିବାର ଆବଶ୍ୟତାତା ନାହିଁ ।
  • ନଡ଼ିଆ ତେଲକୁ କିଛି ସେକେଣ୍ଡ ଗରମ କରନ୍ତୁ ଏବଂ ଗାଧୋଇବା ପୂର୍ବରୁ ଏହାକୁ ନିଜ ଚର୍ମରେ ଲଗାନ୍ତୁ ଏବଂ ଧୀରେ ଧୀରେ ମାଲିସ୍ କରନ୍ତୁ ଯାହା ଦ୍ୱାରା ତେଲ ଚର୍ମରେ ପ୍ରବେଶ କରିଥାଏ । ମାଲିସ୍ କରିବାର ୧୦ ମିନିଟ୍ ପରେ ସ୍ନାନ କରନ୍ତୁ । ଦିନରେ ଥରେ ଏହି ପ୍ରତିକାର ପାଳନ କରନ୍ତୁ ।
  • ଯଦି ଆପଣ ଅତ୍ୟଧିକ ଶୁଷ୍କ ଚର୍ମରେ ପୀଡିତ, ତେବେ ଆପଣ ଗାଧୋଇବା ପରେ ଚର୍ମରେ ନଡିଆ ତେଲ ବ୍ୟବହାର କରିପାରିବେ । କୋମଳ ଚର୍ମ ପାଇଁ ରାତିରେ ଶୋଇବା ପୂର୍ବରୁ ଆପଣ କିଛି ବୁନ୍ଦା ନଡିଆ ତେଲ ଲଗାଇ ପାରିବେ ।

2. ନିମ

ନିମ ପତ୍ରକୁ ବାଟି କୁଣ୍ତିଆ ସ୍ଥାନରେ ଲଗାନ୍ତୁ । ତୁରନ୍ତୁ ଆରାମ ମିଳିବ । ଆପଣ ଚାହିଁଲେ ଗରମ ପାଣିରେ ନିମ ପତ୍ରକୁ ଫୁଟାଇ ସେହି ପାଣିରେ ଶରୀରକୁ ଧୋଇ ପାରିବେ କିମ୍ବା ଗାଧୋଇ ମଧ୍ୟ ପାରିବେ।

3. ମହୁ

ମହୁ ଏକ ପ୍ରାକୃତିକ ମଶ୍ଚରାଇଜର ଆଣ୍ଟିଅକ୍ସିଡାଣ୍ଟ ଏବଂ ରୋଗ ପ୍ରତିହତକାରୀ ବୋଲି ବିଶ୍ୱାସ କରାଯାଏ । ଏଥିସହ ମହୁରେ ଅନେକ ଆବଶ୍ୟକୀୟ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ ଯାହା ଆପଣଙ୍କ ଚର୍ମକୁ କୋମଳ ଏବଂ ଏହାର ଟିସୁକୁ ସୁସ୍ଥ ରଖିଥାଏ ।

  • ଗାଧୋଇବା ପୂର୍ବରୁ କିଛି ମହୁକୁ ଶରୀରରେ ଧୀରେ ଧୀରେ ଲଗାଇ ଘଷନ୍ତୁ ଏବଂ ଏହାକୁ ମାଲିସ୍ କରନ୍ତୁ । ତା’ପରେ ୧୦ ମିନିଟ୍ ପରେ ସ୍ନାନ କରନ୍ତୁ ।
  • ସମାନ ପରିମାଣର ମହୁ ଏବଂ ଗ୍ଲସେରିନ ମିଶାନ୍ତୁ । ଏହାକୁ ନିଜ ହାତରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପରେ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

4. ଲେମ୍ଭୁ


କୁଣ୍ଡିଆ ଯୋଗୁଁ ଶରୀରରେ ଦେଖାଦେଉଥିବା ନାଲିପଣ ଓ ଫୁଲା କମାଇବାରେ ଲେମ୍ଭୁ ସାହାଯ୍ୟ କରେ । ଲେମ୍ଭୁରେ ଥିବା ସାଇଟ୍ରିକ୍‌ ଓ ଏସିଟିକ୍‌ ଏସିଡି ଜର୍ମ ମାରିବାରେ ସାହାଯ୍ୟ କରେ । କୁଣ୍ତେଇ ହେଉଥିବା ସ୍ଥାନରେ ତୁଳାରେ ଲେମ୍ଭୁରସ
ନେଇ ଲଗାଇବା ଲାଭଦାୟକ ହୋଇଥାଏ ।

5. ଅଲିଭ୍ ତେଲ

ଶୁଖିଲା ଚର୍ମ ପାଇଁ ଅଲିଭ୍ ତେଲ ଅନ୍ୟ ଏକ ପ୍ରଭାବଶାଳୀ ପ୍ରତିକାର । ଅଲିଭ୍ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯେପରିକି ଭିଟାମିନ୍ ଇ, ଯାହା ଚର୍ମର ଶୁଷ୍କତା ଦୂର କରିଥାଏ । ଏହା ଏକ ଉତ୍ତମ ପ୍ରାକୃତିକ ମଶ୍ଚରାଇଜର ଭାବରେ ମଧ୍ୟ କାମ କରେ ।

  • ଦୈନନ୍ଦିନ ବ୍ୟବହାର ପାଇଁ ହାତ, ପାଦ ଏବଂ ଶୁଖିଲା ଚର୍ମ ଏବଂ ଅନ୍ୟାନ୍ୟ ସ୍ଥାନରେ କିଛି ଉଷୁମ ଅଲିଭ୍ ତେଲ ଲଗାଇ କରି ଧୀରେ ଧୀରେ ମଲିସ୍ କରନ୍ତୁ । ଏହାର ୩୦ ମିନିଟ୍ ପରେ ଧୋଇ ଦିଅନ୍ତୁ ।
  • ସାପ୍ତାହିକ ବ୍ୟବହାର ପାଇଁ ୧ ଚାମଚ ବ୍ରାଉନ୍ ସୁଗାର ସହିତ ଅଲିଭ୍ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ନିଜ ଚର୍ମକୁ ଓଦା କର ଏବଂ ଏହି ମିଶ୍ରଣକୁ ଚର୍ମରେ ଧୀରେ ଧୀରେ ଲଗାଇ ଘଷନ୍ତୁ । ଏହାକୁ ୧୫ ମିନିଟ୍ ପାଇଁ ଛାଡି ଦିଅନ୍ତୁ, ତା’ପରେ ଏହାକୁ ଉଷୁମ ପାଣିରେ ଧୋଇ ଦିଅ ।

6. ବେକିଂ ସୋଡ଼ା

ଶରୀରର କୁଣ୍ଡିଆ ଭଲ କରିବାକୁ ବେକିଂ ସୋଡ଼ା ମଧ୍ୟ  ବ୍ୟବହାର କରିପାରିବେ । ଉଷୁମ ପାଣିରେ ବେକିଂ ପାଉଡର ମିଶାଇ ଗାଧୋଇବା ଦ୍ୱାରା କୁଣ୍ଡିଆ ଦୂର ହୋଇଥାଏ । ଆପଣ ଚାହିଁଲେ ଏହି ପାଣିକୁ ବାଥ୍‌ ଟବ୍‌ରେ ଭରି ସେଥିରେ କିଛି
ସମୟ ବସି ମଧ୍ୟ ପାରନ୍ତି।

7. ଘିକୁଆଁରୀ (Aloe Vera)

ଚର୍ମ ଶୁଷ୍କତା ଦୂର କରିବା ପାଇଁ ଘିକୁଆଁରୀ ଏକ ଚମତ୍କାର ମଶ୍ଚରାଇଜର ଭାବରେ କାର୍ଯ୍ୟ କରେ । ଘିକୁଆଁରୀ ଶୀତ ସମୟରେ ଆପଣଙ୍କ ଚର୍ମକୁ କୋମଳ ଏବଂ ସତେଜ କରିପାରେ ଏବଂ ଚର୍ମକୁ ସଫା କରି ସୁନ୍ଦରତା ବଢ଼ାଇଥାଏ ।କୁଣ୍ଡିଆ ଓ ସଂକ୍ରମଣ ଦୂର କରିବାରେ ଏହା ସାହାଯ୍ୟ କରେ । 

  • ଯଦି ଆପଣ ଚାହିଁବେ ରାତିରେ ଶୋଇଲାବେଳେ ଆଲବେରା ଜେଲ ବ୍ୟବହାର କରିପାରିବେ | ଏହି ଘରୋଇ ଉପଚାର ଉଭୟ ପୁରୁଷ ଓ ମହିଳା ବ୍ୟବହାର କରିପାଇବେ |
  • ପାଖରେ ଆଲୋଭେରା ଜେଲ ନାହିଁ ତେବେ ଘିକୁଆଁରୀକୁ କାଟି ବ୍ୟବହାର କରିପାରିବେ |

8. ସୂର୍ଯ୍ୟମୁଖୀ ତେଲ

ସୂର୍ଯ୍ୟମୁଖୀ ତେଲ ହେଉଛି ଅନ୍ୟ ଏକ ପ୍ରାକୃତିକ ତେଲ ଯାହା ଚର୍ମକୁ ଆର୍ଦ୍ରତା ରଖିବାରେ ସାହାଯ୍ୟ କରେ । ସୂର୍ଯ୍ୟମୁଖୀ ମଞ୍ଜିରେ ଭିଟାମିନ୍ ଇ ଭରପୂର ଅଟେ ଯାହା ଚର୍ମ କୋଷ ଭିତରେ ଆର୍ଦ୍ରତାକୁ ବାନ୍ଧି ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ୍ ରଖେ । 

  • ଏହି ତେଲ ଆଜମା, ଆର୍ଥ୍ରାଇଟିସ୍ ଭଳି ଅନେକ ରୋଗକୁ ମଧ୍ୟ ରୋକିଥାଏ ଏବଂ କୋଷର ନବୀକରଣ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ ।

9. ଅମୃତଭଣ୍ତା 

ଅମୃତଭଣ୍ତାକୁ କାଟି ଛୋଟ ଛୋଟ ଖଣ୍ତ କରି ପେଷ୍ଟ ବନେଇବେ ଏବଂ ସେହି ପେଷ୍ଟରେ ଆପଣ ଦୁଇ ରୁ ତିନି ଟୋପା ଲେମ୍ଭୁ ପକେଇବେ ଓ ତାକୁ ମିଶାଇ ଦେବେ | ତା ପରେ ତାକୁ ମୁହଁ, ହାତ, ଗୋଡ ଯେଉଁଠି ଠିକ ଲାଗିବ ଲଗେଇବେ | ତା ପରେ ତାକୁ ତିରିଶ ମିନିଟ ପର୍ଯ୍ୟନ୍ତ ଛାଡିଦେବେ | ତିରିଶ ମିନିଟ ପରେ ତାକୁ ଭଲସେ ସଫା କରିଦେବେ | ଖାଲି ପାଣିରେ କରିବେ ଗରମ ପାଣି ବ୍ୟବହାର କରିବେ ନାହିଁ | ତା ହେଲେ ଦେଖିବେ ତ୍ୱଚାର ଶୁଷ୍କ ପଣ ଦୂର ହେଇଯିବ |

  • ଯଦି ଆପଣଙ୍କ ଘରେ ଅମୃତଭଣ୍ତା ନାହିଁ ତା ହେଲେ କ୍ଷୀର ଥିବ ଆପଣ କ୍ଷୀର ଫୁଟିଗଲାପରେ ତାର ଶରକୁ ଗୋଟିଏ ପାତ୍ରରେ କାଢ଼ି  ସେଥିରେ କିଛି ହଳଦୀ ମିଶାଇ ଗୋଟିଏ ପେଷ୍ଟ ବନେଇ ପାରିବେ ଓ ସେହି ପେଷ୍ଟ କୁ ଆପଣ ମୁହଁ, ହାତ, ଗୋଡ ଯେଉଁଠି ଲଗେଇବାକୁ ଠିକ ଭାବିବେ ଲଗାଇବେ | ତିରିଶ ମିନିଟ ପର୍ଯ୍ୟନ୍ତ ରଖିବେ ପରେ ଥଣ୍ତା ପାଣିରେ ସଫା କରିଦେବେ | 

10. ଓଟମିଲ୍ ସ୍ନାନ (Oatmeal baths)

ଜ୍ୱଳନ ଅନୁଭବ କରୁଥିବା ଚର୍ମ ପାଇଁ ଓଟମିଲ୍ ହେଉଛି ସାଧାରଣ ପ୍ରଚଳିତ ଉପଚାର । କୋଲଏଡାଲ୍ (Colloidal) ଓଟମିଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଜ୍ୱଳନକୁ ଶାନ୍ତ କରିଥାଏ । 

  • ଯଦି ଆପଣ ଚର୍ମ କୁଣ୍ଡେଇ ହେବାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏହି ପ୍ରତିକାର ବିଶେଷ ପ୍ରଭାବଶାଳୀ ଅଟେ ।
  • ଆପଣଙ୍କ ସ୍ନାନରେ କିଛି ଓଟମିଲ୍ ପାଉଡର ମିଶାନ୍ତୁ କିମ୍ବା ଆପଣ ଓଟମିଲ୍ ଥିବା କ୍ରିମ୍ ମଧ୍ୟ ଚେଷ୍ଟା କରିପାରିବେ । ଏହା ଶୁଷ୍କ ଏବଂ କୁଞ୍ଚିତ ଚର୍ମରୁ କିଛି ମାତ୍ରାରେ ଆରାମ ପ୍ରଦାନ କରିଥାଏ ।

11. ତୁଳସୀ ପତ୍ର

ତୁଳସୀ ପତ୍ରରେ ଆଣ୍ଟି ମାଇକ୍ରୋବଲ ଓ ଆଣ୍ଟି ଫ୍ଲେମିଙ୍ଗ ଗୁଣ ରହିଛି । ଏହା କୁଣ୍ତିଆରୁ ମୁକ୍ତି ଦେବାରେ ସାହାଯ୍ୟ କରେ ।
କୁଣ୍ଡେଇ ହେଉଥିବା ଜାଗାରେ ତୁଳସୀ ପତ୍ରକୁ ବାଟି ଲଗାଇବା ଦ୍ୱାରା ଆରାମ ମିଳେ।

Post a Comment

0 Comments