ମେଥି ଶାଗ ଶୀତରେ ଶରୀରକୁ ଗରମ ରଖିଥାଏ

 ମେଥି ଶାଗ ଶୀତରେ ଶରୀରକୁ ଗରମ ରଖିଥାଏ 



ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ ।  ଶାଗ ଖାଇଲେ ନାନା ରୋଗ ଦୂର ହୋଇଥାଏ | ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭରି ରହିଥାଏ । ଆମେ ଏମିତିରେ ଦେଖିବାକୁ ଗଲେ ମେଥି ,ମଞ୍ଜିର ବ୍ୟବହାର ଆମ ଖାଇବାରେ କରିଥାଉ | କିନ୍ତୁ ତା ସହିତ ମେଥି ସାଗର ସବୁଜ ରଙ୍ଗର ପତ୍ରକୁ ନିଜ ଖାଦ୍ୟରେ ସାମିଲ କରିବା ଆବଶ୍ୟକ |

ମେଥି ଶାଗରେ ପୋଟାସିୟମ, କ୍ୟାଲସିୟମ, ଲୌହ, ସେଲେନିୟମ, ମାଙ୍ଗାନିଜ, ପ୍ରୋଟିନ୍‌, ଫାଇବର୍‌, ଭିଟାମିନ୍ ସି’, ନିୟାସିନ୍‌, ଆଇରନ୍‌, ଫଲିକ୍ ଏସିଡ୍‌, ମ୍ୟାଗ୍ନେସିୟମ, କପର୍ ପ୍ରଚୁର ପରିମାଣରେ ରହିଛି । ଏସବୁ ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ନିହାତି ଜରୁରୀ । ଉଚ୍ଚ ରକ୍ତଚାପ, ଡାଇବେଟିସ୍ ରୋଗୀ ଏହି ଶାଗ ଖାଇଲେ ବହୁ ଉପକାର ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି । ମେଥି ଶାଗ ଖାଇଲେ କୋଲେଷ୍ଟରଲ୍ ମାତ୍ରା କମ୍ ହୋଇଥାଏ । ଏହି କାରଣରୁ ହୃତ୍‌ପିଣ୍ଡ ଜନିତ ରୋଗ ଆଶଙ୍କା ମଧ୍ୟ କମ୍ ହୋଇଥାଏ । ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ମେଥିଶାଗ ଖାଦ୍ୟରେ ସାମିଲ କରିବା ଜରୁରୀ ।

ମେଥି ଶାଗ ଶୀତରେ ଶରୀରକୁ ଗରମ ରଖିଥାଏ । ଖାସ କରି ଶୀତଦିନେ ଏହି ଶାଗଟିକୁ ଦେଖିବାକୁ ମିଳିଥାଏ | ମେଥିକୁ ଆମେ ଯେକୌଣସି ଉପାୟରେ ରାନ୍ଧିକି ଖାଇଲେ ମଧ୍ୟ ଲାଭ ମିଳିଥାଏ | ମେଥିର ପ୍ରସ୍ତୁତ ରୁଟି ,ପରଟା ଇତ୍ୟାଦି ଦେହ ପାଇଁ ଅତ୍ୟନ୍ତ ଉପଯୋଗୀ | କିନ୍ତୁ ସେଥିପାଇଁ ସବୁଜ ମେଥିପତ୍ର ନିହାତି ଆବଶ୍ୟକ | 

ଆସନ୍ତୁ ଜାଣିବା ମେଥି ଶାଗର ଉପକାରୀ ଗୁଣ ସମ୍ପର୍କରେ…

ଶରୀର ପୀଡାରୁ ମୁକ୍ତି ମିଳିଥାଏ :-

ମେଥି ଶାଗ ଗଣ୍ଠି ବାତ ବା ଗଣ୍ଠି ଜନିତ ରୋଗ ପାଇଁ ଲାଭଦାୟକ ଅଟେ । ମେଥି ମଞ୍ଜିରେ କ୍ୟାଲସିୟମ, ଆଇରନ ଏବଂ ଫସଫରସ ରହିଛି ଯେଉଁଥିପାଇଁ ଶରୀର ପୀଡାରୁ ମୁକ୍ତି ମିଳିଥାଏ । ଯେଉଁମାନଙ୍କ ଗଣ୍ଠି ରୋଗ ରହିଛି ସେମାନଙ୍କୁ ପ୍ରତିଦିନ ମେଥି ଶାଗ ଖାଇବା ଉଚିତ ।

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ :-

  • ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କମ କରିବାରେ ମେଥି ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଲିପୋପ୍ରୋଟିନ ରହିଛି ଯାହା କୋଲେଷ୍ଟ୍ରୋଲର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ ।
  • ମେଥି ବଢିଥିବା କୋଲେଷ୍ଟ୍ରଲ ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ | ମେଥି ପତ୍ରରେ ଅନେକ ଶକ୍ତିଶାଳୀ ଗୁଣ ରହିଛି ,ଯାହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ | ଶରୀରରୁ ଖରାପ କୋଲେଷ୍ଟ୍ରଲକୁ ହଟାଇ ଭଲ କୋଲେଷ୍ଟ୍ରଲକୁ ସ୍ଥାପନ କରିବା ପାଇଁ ଶୀତଦିନେ ନିଜ ଖାଦ୍ୟରେ ମେଥି ସାମିଲ କରନ୍ତୁ |

ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖେ :-

  • ମଧୁମେହ ରୋଗୀଙ୍କ ପାଇଁ ଉଭୟ ମେଥି ଶାଗ ଏବଂ ମେଥି ଦାନ ବହୁତ ଲାଭଦାୟକ ଏଥିରେ ଏମିନୋ ଏସିଡ ରହିଛି ଯାହାକି ଇନସୁଲିନର ଉତ୍ପାଦନକୁ ବୃଦ୍ଧି କରିଥାଏ । ମେଥିରେ ଥିବା ଫାଇବର ବ୍ଲଡ଼ ସୁଗରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
  • ମେଥି ଅଧିକାଂଶ ରୋଗକୁ ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ | ସେହିଭଳି ମେଥି ଶାଗକୁ ମଧ୍ୟ ଆୟୁର୍ବେଦରେ ଗୋଟିଏ ଔଷଧର ସ୍ଥାନ ଦିଆ ଯାଇଛି | ମେଥି ଶାଗରେ ହାଇଡ୍ରୋକିସିଲୁସିନ ନାମକ ଏକ ଅମିନୋ ଏସିଡ ରହିଛି ,ଯାହା ମଧୁମେହ ରୋଧକ ଗୁଣରେ ଭରପୁର |

ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ :-

ମେଥି ଶାଗ କିମ୍ବା ମେଥି ଦାନା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏଥିରେ ବହୁ ମାତ୍ରାରେ ପୋଟାସିୟମ ରହିଛି ଯାହାକି ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ସୁସ୍ଥ ତ୍ୱଚାପାଇଁ ମେଥିଶାଗ ହିତକାରୀ :-

ମେଥି ଶାଗରେ ଆଣ୍ଟିଆକ୍ସିଡେଣ୍ଟ ଓ ଅନେକ ଆବଶ୍ୟକ ଭିଟାମିନ ରହିଥିବାରୁ ଏହା ଆପଣଙ୍କ ତ୍ୱଚା ସହିତ ଯୋଡି ହୋଇଥିବା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ | ମେଥି ପତ୍ର ଆପଣଙ୍କ ତ୍ୱଚା ଓ ସ୍ୱାସ୍ଥ୍ୟ ଉଭୟ ପାଇଁ ହିତକର | ଏହା ଆପଣଙ୍କ ରକ୍ତକୁ ସ୍ୱଚ୍ଛ କରିବା ସହିତ ଚମଡ଼ାରେ ସଂକ୍ରମଣ ଆସିବାକୁ ଦିଏ ନାହିଁ  |

ଚୁଟି ର ମୂଳ ଶକ୍ତ କରିଥାଏ :-

ମେଥିରେ ପ୍ରୋଟିନ, ଫାଇବର, ପୋଟାସିୟମ, ଭିଟାମିନ-ସି ଏବଂ ଆଇରନ ରହିଛି ବୋଲି ଆମେ ପୂର୍ବରୁ ମଧ୍ୟ କହିଛୁ । ମେଥି ଖାଇବା ଦ୍ୱାରା ଚୁଟି ଉପୁଡିବା କମିଥାଏ ଏବଂ ଚୁଟିର ମୂଳ ମଧ୍ୟ ଶକ୍ତ ହୋଇଥାଏ ।

ପାଚନ ତନ୍ତ୍ରକୁ ଉନ୍ନତ କରିବାରେ ସାହାଯ୍ୟ କରେ :-

ମେଥି ପତ୍ର ପାଚନ ସହିତ ଯୋଡି ହୋଇଥିବା ସମସ୍ୟାକୁ ଦୂର କରିବରେ ସାହାଯ୍ୟ କରିଥାଏ | ଯଦି ଆପଣ ମଧ୍ୟ ପାଚନ ସମସ୍ୟା ସହିତ ଯୋଡି ହୋଇଥିବା ବିଭିନ୍ନ ଅସୁବିଧାକୁ ସାମ୍ନା କରୁଛନ୍ତି ,ତେବେ ମେଥି ଶାଗକୁ ନିଜ ଖାଇବାରେ ନିଶ୍ଚିନ୍ତ ସାମିଲ କରନ୍ତୁ | ମେଥିଶାଗ ଗ୍ୟାସକୁ କାମାଇବା ସହିତ ଅନ୍ତନଳୀକୁ ସୁସ୍ଥ ରଖିଥାଏ |

ଓଜନ ନିୟନ୍ତ୍ରଣ କରିଥାଏ :- 

ଶୀତଋତୁରେ ମେଥିଶାଗ ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ | ମେଥି ଏକ ପ୍ରକାରର ସ୍ୱାଦିଷ୍ଟ ଶାଗ ଅଟେ ଓ ଏହାକୁ ସେବନ କରିବା ଦ୍ୱାରା ଓଜନ କମିବାରେ ସାହାଯ୍ୟ ମିଳେ | ମେଥିଶାଗରେ ଫାଇବର ରହିଛି | ଯାହା ଦ୍ୱାରା ଶରୀରକୁ ଅଧିକ କ୍ୟାଲୋରୀ ମିଳିଥାଏ ଓ ଡେରି ପର୍ଯ୍ୟନ୍ତ ଭୋକ ଲାଗେନାହିଁ  | ତେଣୁ ମେଥିଶାଗ ଶୀତଦିନେ ବ୍ୟବହାର କରନ୍ତୁ |

Post a Comment

0 Comments