ଅଅଁଳାର ଔଷଧୀୟ ଗୁଣ
ଶୀତ ଦିନେ ମନୁଷ୍ୟ ଶରୀର ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ ଅଁଳା । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମଧ୍ୟ ଦେଇଥାଏ । ଏହି ଅଁଳା ଗଛଟି ପାଦ ଠାରୁ ମସ୍ତିସ୍କ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଲାଗିଥାଏ । ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ସି' ରେ ଭରପୁର ଅଅଁଳାକୁ ଅମୃତ ଫଳ ବୋଲି କୁହାଯାଏ । ଏହାର ଫୁଲ, ଫଳ, ଛେଲି, ଚେର, ପତ୍ର ସବୁଥିରେ ଔଷଧୀୟ ଗୁଣ ଭରପୁର ରହିଅଛି ।
- ଏହି ଗଛ ଔଷଧୀୟ ଗୁଣିକାରୀ ହେବା ଫଳରେ ଏହା ଶରାରର ଦୃଷ୍ଟି ଶକ୍ତି ଏବଂ ପାଚନ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ ।
- ଏଥିରେ ଥିବା ଉପକାରୀ ତତ୍ତ୍ୱ ଫୁସଫୁସକୁ ବାୟୁ ପ୍ରଦୂଷଣରୁ ସୁରକ୍ଷା ଦେବାରେ ସହାୟକ ହୋଇଥାଏ ।
- ଅଁଳାରେ ଆଇରନ ଏବଂ ଭିଟାମିନ c ଭରପୂର ରହିଥାଏ । ପ୍ରତିଦିନ ଅଁଳା ଜୁସ ପିଇବା ଦ୍ୱାରା ହଜମ ଶକ୍ତି ମଜବୁତ ରହିଥାଏ ।
- ଚର୍ମର ଚମକ, ଚର୍ମ ରୋଗର ଲାଭ ମିଳିଥାଏ । ଅଁଳା ଖାଇବା ଦ୍ୱାରା କେଶର ଉଜ୍ଜ୍ୱଳ ବଢିଥାଏ ।
- ଅଁଳାକୁ କେହିକେହି କଞ୍ଚା ଖାଉଥିବା ବେଳେ ଆଉ କେହିକେହି ଆଚାର କିମ୍ବା ଜୁସ୍ ଆକାରରେ ସେବନ ମଧ୍ୟ କରିଥାନ୍ତି ।
ଆସନ୍ତୁ ଜାଣିବା ଅଁଳାକୁ କେମିତି ଓ କେତେବେଳେ ସେବନ କରିବା ଉଚିତ୍
କେତେବେଳେ ଓ କିପରି ଖାଇବେ ଅଁଳା :-
- ପ୍ରତିଦିନ ସକାଳେ ଖାଲି ପେଟରେ ଅଁଳା ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଆପଣ ପ୍ରତିଦିନ ସକାଳେ ଗୋଟିଏରୁ ଦୁଇଟି ଲେଖାଏଁ ଅଁଳା ଖାଇପାରିବେ ।
- ତେବେ ଗୋଟିଏ ଦିନରେ ଦୁଇଟିରୁ ଅଧିକ ଅଁଳା ଖାଇବା ଉଚିତ୍ ନୁହେଁ । ଏହାର ସେବନ ଦ୍ୱାରା ଶରୀରରେ ଜଳସ୍ତର କମିନଥାଏ ।
ଶୀତ ଋତୁରେ ଅଁଳା ଖାଇବାର ଫାଇଦା :-
ଶୀତ ଋତୁରେ ଲୋକମାନେ ହୃଦଘାତ, ରକ୍ତଚାପ ଏବଂ ଶ୍ୱାସକ୍ରିୟା ଭଳି ଅନ୍ୟାନ୍ୟ ରୋଗରେ ପିଡିତ ହେବାର ଆଶଙ୍କା ରହିଥାଏ । ହେଲେ ଶୀତଦିନେ ବାୟୁ ପ୍ରଦୂଷଣର ସ୍ତର ଯଦି ବଢେ ତାହେଲେ ଏହି ସମସ୍ୟା ବଢିବାର ଆଶଙ୍କା ରହିଛି । ଶୀତଦିନିଆ ଫଳରେ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଉପାଦାନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ସେହିପରି ଅଁଳାରେ ଥିବା ଭିଟାମିନ୍ ସିର ପରିମାଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।
ତ୍ୱଚାକୁ କୋମଳ କରିଥାଏ :-
ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ ଅଛି, ଯାହା ଆମ ଚର୍ମକୁ କୋମଳ ଏବଂ ଉଜ୍ଵଳ କରିଥାଏ । ଖାଲି ପେଟରେ ଅଁଳା ଖାଇବା ଦ୍ୱାରା କୋଲେଜନ୍ କମିଥାଏ । ଯାହାକୁ ଆମ ତ୍ୱଚାକୁ ସୁନ୍ଦର କରିଥାଏ ।
ଡାଇବେଟିସ୍ ଦୂର କରେ :-
ମଧୁମେହ ଦୂର କରିବାରେ ଅଁଳା ସହାୟକ ହୋଇଥାଏ । ଏହା ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।
ଅଲସର :-
ପ୍ରତିଦିନ ଅଁଳା ରସ ଓ ୩ ଗ୍ରାମ ଲେଖାଏଁ ଅଁଲା ଗୁଣ୍ଡ ସକାଳ ଓ ସନ୍ଧ୍ୟାରେ ପାଣି ସହିତ ସେବନ କଲେ ଅଲସର ରୋଗରେ ଲାଭ ମିଳିଥାଏ ।
ଝାଳ ଗନ୍ଧ ହେଲେ :-
ଶୁଖିଲା ଅଁଳା ଗୁଣ୍ଡ ୩ ଗ୍ରାମ ଲେଖାଏଁ ସକାଳ ଓ ସନ୍ଧ୍ୟାରେ ସେବନ କଲେ ଝାଳ ଗନ୍ଧ ହୁଏ ନାହିଁ ।
ଆଖି ରୋଗ :-
- କଞ୍ଚା ଅଁଳା ୨୦-୫୦ ଗ୍ରାମକୁ କୁଟି ଅଧ କିଲୋ ପାଣିରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସିଝାଇବା ପରେ ଥଣ୍ଡା କରି କପଡ଼ାରେ ଛାଣି ଦିନରେ ୨-୩ ଥର ସେହି ପାଣିରେ ଆଖି ଧୋଇଲେ ଆଖିର ସମସ୍ତ ରୋଗରେ ଲାଭ ମିଳିଥାଏ ।
- କଞ୍ଚା ଅଁଳା ନ ମିଳିଲେ ରାତିରେ ଶୁଖିଲା ଅଁଳା ୫-୧୦ ଗ୍ରାମକୁ ପାଣିରେ ଭିଜାଇ ସକାଳେ କପଡ଼ାରେ ଛାଣି ସେହି ପାଣିରେ ଆଖି ଧୋଇଲେ ଆଖିର ସମସ୍ତ ରୋଗରେ ଲାଭ ମିଳେ ।
- ଗୋଲାପ ଜଳରେ ଶୁଖିଲା ଅଁଳାକୁ ରାତିରେ ଭିଜାଇ ସକାଳେ କପଡ଼ାରେ ଛାଣି ଆଖିରେ ପକାଇଲେ ଆଖି ରୋଗ ଭଲ ହୁଏ ।
କେଶ ରୋଗ :-
- ଶୁଖିଲା ଅଁଳା ୩୦ ଗ୍ରାମ, ଆମ୍ବ କୋଇଲି ୫୦ ଗ୍ରାମ ଓ ଲୌହ ଉଷ୍ମ ୧୦ ଗ୍ରାମକୁ ରାତିରେ ଅଳ୍ପ ପାଣି ସହିତ ଲୁହା କଡ଼େଇରେ ଭିଜାଇ ରଖି ସକାଳେ ଏହାକୁ ମିଶାଇ କେଶର ଲେପ ଦେଲେ କିଛି ଦିନରେ ଅଳ୍ପ ବୟସରେ ହୋଇଥିବା ଧଳା କେଶ କଳା ହୋଇଯାଏ ।
- ଶୁଖିଲା ଅଁଳା, ସିକାକାଇ, ରୀଠା, ଭୃଙ୍ଗରାଜକୁ ଚୂର୍ଣ୍ଣ କରି ପାଣିରେ ଗୋଳି କେଶରେ ଲଗାଇଲେ କେଶ ସୁନ୍ଦର ଓ ଲମ୍ବା ହୋଇଥାଏ ।
- କଞ୍ଚା ଅଁଳା ଓ ଆମ୍ବ କୋଇଲିକୁ ବାଟି କେଶରେ ଲଗାଇଲେ କେଶ ଦୃଢ଼ ଓ ଲମ୍ବା ହୁଏ ।
- କଞ୍ଚା ଅଁଳାକୁ ପାଣିରେ ସିଝାଇ ସେହି ପାଣିରେ କେଶ ଧୋଇଲେ କେଶ ସୁନ୍ଦର ଓ ଦୃଢ଼ ହୁଏ ।
- ସକାଳୁ ଖାଲି ପେଟରେ ଗୋଟିଏ କିମ୍ବା ଦୁଇଟି ଅଁଳା ଖାଇଲେ କେଶ ଓ ତ୍ୱଚା ଉପରେ ଉତ୍ତମ ପ୍ରଭାବ ପକାଇଥାଏ |
- ଅଁଳା ଗୁଣ୍ଡ 1 ଚାମଚ ଉଷୁମପାଣି ସହ ସେବନ କଲେ କେଶର ବିଭିନ୍ନ ସମସ୍ୟା ଦୂର ହୋଇଥାଏ |
- ଅଁଳା ଗୁଣ୍ଡ 2 ଚାମଚରେ ଶୁଦ୍ଧ ନଡ଼ିଆ ତେଲ ମିଶାଇ କେଶରେ ଲଗାଇଲେ ରୂପି ସମସ୍ୟା ଦୂର ହୁଏ |
ପ୍ରଦର/ପ୍ରମେହ :-
ଅଁଳାକୁ ଶୁଖାଇ ଚୂର୍ଣ୍ଣ କରି ୩-୫ ଗ୍ରାମ ମାତ୍ରାରେ ପାଣି ସହିତ କିଛିଦିନ ନିୟମିତ ରୂପେ ସେବନ କଲେ ବିଶେଷ ଲାଭ ମିଳିଥାଏ ।
ବାନ୍ତି :-
- ଅଁଳା ରସ ୧୦-୨୦ ଗ୍ରାମରେ ୫-୧୦ ଗ୍ରାମ ମିଶ୍ରୀ ଗୁଣ୍ଡ ମିଶାଇ ସେବନ କଲେ ବାନ୍ତି ବନ୍ଦ ହୁଏ ।
- ଶୁଖିଲା ଅଁଳା ଗୁଣ୍ଡ ଏକ ଚାମଚ ଲେଖାଏଁ ପାଣି ସହିତ ଖାଇଲେ ବାନ୍ତି ବନ୍ଦ ହୁଏ ।
- ଅଁଳା ରସ ୨୦ ଗ୍ରାମରେ ଏକ ଚାମଚ ମହୁ ଓ ୧୦ ଗ୍ରାମ ଧଳା ଚନ୍ଦନ ଚୂର୍ଣ୍ଣ ମିଶାଇ ସେବନ କଲେ ବାନ୍ତି ବନ୍ଦ ହୁଏ ।
ସଂଗ୍ରହଣୀ :-
ଅଁଳା ପତ୍ର ଓ ମେଥିକୁ ପାଣିରେ ସିଝାଇ ସେହି ପାଣିରୁ ୧୦-୨୦ ଗ୍ରାମ ମାତ୍ରାରେ ଦିନରେ ଦୁଇଥର ପିଆଇଲେ ସଂଗ୍ରହଣୀ ଭଲ ହୁଏ ।
ମୂତ୍ରକୁଚ୍ଛ :-
- ଅଁଳା ଛେଲି ରସ ୧୦-୨୦ ଗ୍ରାମରେ ୨ ଗ୍ରାମ ହଳଦୀ ଓ ୧୦ ଗ୍ରାମ ମହୁ ମିଶାଇ ସକାଳ ଓ ସନ୍ଧ୍ୟାରେ ସେବନ କଲେ ମୂତ୍ର କୁଚ୍ଛରେ ଲାଭ ମିଳିଥାଏ ।
- ଅଁଳା ଛେଲି ଓ ପତ୍ରକୁ ୪୦୦ ଗ୍ରାମ ପାଣିରେ ସିଝାଇ ପାଣି ୧୦୦ ଗ୍ରାମ ରହିଲେ ଥଣ୍ଡା କରି ଛାଣି ପିଇଲେ ଲାଭ ମିଳିଥାଏ ।


0 Comments
Do you have any doubts or suggestions? Ask them here in the comments!