ମହାପଞ୍ଚୁକରେ କରନ୍ତୁ ନାହିଁ ଏହି ଭୁଲ୍
ଭାରତୀୟ ପରମ୍ପରା ଅନୁସାରେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଜ୍ୟୋତିଷ ଗଣନା କରି ଶୁଭ ଏବଂ ଅଶୁଭ ମୂହୁର୍ତ୍ତ ସ୍ଥିର କରାଯାଏ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପାଞ୍ଚଦିନକୁ ମହାପଞ୍ଚୁକ କୁହାଯାଏ । ଏହି ପଞ୍ଚୁକକୁ ବହୁତ ପବିତ୍ର ମାନନ୍ତି । ଏହି ପଞ୍ଚୁକରେ ଲୋକମାନେ ଦାନ ଓ ଧର୍ମ କର୍ମ କରିଥାନ୍ତି । ଏହି ଦିନମାନଙ୍କରେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିର୍ଣ୍ଣ ଉପାୟ କରିଥାନ୍ତି । ଜୋତିଶ ଶାସ୍ତ୍ର ଅନୁସାରେ ଏହି ସମୟରେ ଗୃହରେ ପୂଜା ପାଠ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । ଆମେ ଯଦି ଏହି ସମୟରେ କିଛି ଅଶୁଭ କାର୍ଯ୍ୟ କରୁ ତେବେ ଆମକୁ ଅସୁଭଫଳ ମିଳିଥାଏ |
କିମ୍ବଦନ୍ତୀ
ପୌରାଣିକ କଥା ଅନୁସାରେ ଏହି ଦିନସୃଷ୍ଟିର ରଚୟିତା ଭଗବାନ ବ୍ରହ୍ମା, ବ୍ରହ୍ମା ସରୋବର ପୁଷ୍କରଙ୍କ ନିକଟକୁ ଆସିଥିଲେ। ଏହି ସ୍ଥାନରେ ଭଗବାନ ବ୍ରହ୍ମାଙ୍କର ଏକମାତ୍ର ମନ୍ଦିର ମଧ୍ୟ ଅଛି । କୁହାଯାଏ ଯେ କାର୍ତ୍ତିକ ପୂର୍ଣ୍ଣିମା ଦିନରେ ପୁଷ୍କରରେ ସ୍ନାନ କରିବା ଦ୍ୱାରା ଭଲ ଫଳାଫଳ ମିଳିଥାଏ । ଯେଉଁମାନେ ଏହି ଦିନ ରାଜସ୍ଥାନର ପୁଷ୍କର ଯାଇ ବ୍ରହ୍ମା ସରୋବରରେ ସ୍ନାନ କରନ୍ତି ଏବଂ ଭଗବାନ ବ୍ରହ୍ମାଙ୍କ ମନ୍ଦିର ପରିଦର୍ଶନ କରନ୍ତି । ସେମାନଙ୍କର ଯନ୍ତ୍ରଣା ସବୁଦିନ ପାଇଁ ଶେଷ ହୁଏ ।
ମହାପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଏହି ଭୁଲ କରନ୍ତୁ ନାହିଁ :-
1. ଏହି ଦିନ ଦାନ ଏବଂ ଗଙ୍ଗା ସ୍ନାନ କରିବା ଦ୍ୱାରା ଲାଭ ମିଳିଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଦାନ-ସ୍ନାନ କରିବା ଦରକାର। ଏହି ଦିନ ସକାଳେ ଗାଧୋଇବା ପରେ ଦାନ ମଧ୍ୟ ନିଶ୍ଚିତ ଭାବେ କରିବା ଉଚିତ। କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତ ହୁଏ । ଦାନରେ ଆପଣ ଜଣେ ଗରିବ ଲୋକଙ୍କୁ ଖାଦ୍ୟ, ପୋଷାକ ଏବଂ ଅନ୍ୟାନ୍ୟ ଜିନିଷ ଦେଇପାରିବେ।
2. କେବଳ ମନେରଖନ୍ତୁ ଯେ ଆପଣ ଏହି ଦାନ ନିଜ ଆନ୍ତରିକତା ହୃଦୟରେ ଦେବା ଉଚିତ । ଦାନ କରିବା ସମୟରେ ପ୍ରଥମେ ଦାନ କରିବା ଜିନିଷକୁ ନିଜ ହାତରେ ରଖନ୍ତୁ ଏବଂ ଆପଣଙ୍କ ମନରେ ଦାନ କରିବା ବସ୍ତକୁ ସଂକଳ୍ପ କରନ୍ତୁ। ଏହା ପରେ ଏହି ଜିନିଷକୁ ସିଧାସଳଖ କାହାକୁ ଦାନ କରନ୍ତୁ। ଯଦି ଆପଣ ଚାହାଁନ୍ତି ଦାନ କରିବା ବସ୍ତୁକୁ ଆପଣ କାହାକୁ ଦେବା ପରିବର୍ତ୍ତେ ମନ୍ଦିରରେ ବି ମଧ୍ୟ ଅର୍ପଣ କରିପାରିବେ।
3. ସକାଳୁ ବେଶି ଡେରି ପର୍ଯ୍ୟନ୍ତ ଶୋଇବା ଉଚିତ ନୁହେଁ | ଏହି ପଞ୍ଚୁକ ବହୁତ ପବିତ୍ର ଦିନ ହୋଇଥିବାରୁ ଏହି ସମୟରେ ବ୍ରହ୍ମ ମୁହୁର୍ତ୍ତରେ ଉଠିବା ଉଚିତ । ଯେଉଁ ମାନେ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ଶୋଇଥାନ୍ତି ସେମାନଙ୍କୁ ମା ଲକ୍ଷ୍ମୀଙ୍କ କୃପା ମିଳିନଥାଏ । ଏଥିପାଇଁ ସୂର୍ଯ୍ୟଉଦୟ ପୂର୍ବରୁ ଉଠି ସ୍ନାନ କରି ଦେବାଦେବି ପୂଜା କରିବା ଉଚିତ |
4. ଦ୍ୱିପହର, ଖରାବେଳେ ଓ ସୂର୍ଯ୍ୟଦୋୟ ପରେ ଶୋଇବା ଅନୁଚିତ । କିଛି ବିଶେଷ ପରିସ୍ଥିତି କୁ ଛାଡି ଦିନରେ କିମ୍ବା ସୂର୍ଯ୍ୟ ଉଦୟ ପରେ ଶୁଅନ୍ତୁ ନାହିଁ । ଯଦି କୌଣସି ବ୍ୟକ୍ତି ସୂର୍ଯ୍ୟ ଉଦୟ ପରେ ଶୋଇଥାନ୍ତି ସେମାଙ୍କ ଉପରେ ମା ଲକ୍ଷ୍ମୀ ରୁକ୍ଷ ହୋଇଥାନ୍ତି ଓ ସେମାନଙ୍କର ସବୁବେଳେ ଧନ ର ଅଭାବ ହୋଇଥାଏ |
5. ପଞ୍ଚୁକ ରେ ଯେଉଁ ସମୟରେ ଧନିଷ୍ଟା ନକ୍ଷତ୍ର ପଡିଥାଏ, ସେହି ସମୟରେ ଘାସ କାଠ ଏବଂ ଜଳୁଥିବା ବସ୍ତୁ ମାନଙ୍କୁ ଏକାଠି କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।
6. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଞ୍ଚୁକରେ ଖଟ ଉପରେ ବସି କୌଣସି ମନ୍ତ୍ର ଉଚ୍ଚାରଣ କରିବା ପାଇଁ ମନା କରାଯାଏ । କାରଣ ଏହା ଶୁଭ ହୋଇ ନଥାଏ । ଏହି କାମ କରିବା ଦ୍ଵାରା କୌଣସି ସଙ୍କଟ ଆସିଥାଏ । ତେଣୁ ଏହି ପଞ୍ଚୁକ ସମୟରେ ନିଜ ଖଟ ଉପରେ ବସି କୌଣସି ମନ୍ତ୍ର ଉଚ୍ଚାରଣ କରନ୍ତୁ ନାହିଁ ।
7. କ୍ରୋଧ କରନ୍ତୁ ନାହିଁ ବହୁତ ଶୀଘ୍ର ଏହି ଅଭ୍ୟାସ ଛାଡି ଦିଅନ୍ତୁ । ଆପଣଙ୍କ ଘର ପରିବେଶକୁ ଶାନ୍ତ ରଖନ୍ତୁ । କ୍ରୋଧ କିମ୍ବା ଜୋରରେ ଚିଲାନ୍ତୁ ନାହିଁ ଏହା ବହୁତ ଅଶୁଭ ହୋଇଥାଏ |
8. ଏହା ଛଡା ପଞ୍ଚୁକରେ ମଧ୍ୟ ଦକ୍ଷିଣ ଦିଗକୁ ଯାତ୍ରା କରିବା ଉଚିତ ମନା ଯାଏ ନାହିଁ । କାରଣ ଏହି ଦିଗରେ ଯମଙ୍କର ବାସ ହୋଇଥାଏ । ତେଣୁ ଆପଣ ଏହି ପଞ୍ଚୁକ ସମୟରେ କୌଣସି ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହିଁ ।
9. ବାଦ ବିବାଦ କରନ୍ତୁ ନାହିଁ । ଘରେ କୌଣସି ପ୍ରକାର ଝଗଡା କରନ୍ତୁ ନାହିଁ । ଯେଉଁ ଜାଗାରେ କଳହ ବା ଝଗଡା ହୋଇଥାଏ ସେଠାରେ ମାଲ କ୍ଷ୍ମୀଙ୍କ ବାସ ହୋଇନଥାଏ । ଏଥିପାଇଁ ଘରେ କିମ୍ବା ବାହାରେ ଝଗଡା କରନ୍ତୁ ନାହିଁ ।
10. ଘରକୁ ଅପରିଷ୍କାର କରନ୍ତୁ ନାହିଁ । ଏହି ସମୟରେ ଘରକୁ ସଫା ସୁତୁରା ରଖିବାର ଅଲଗା ମହତ୍ତ୍ୱ ହୋଇଥାଏ । ଘରେ କୋଣ ଅନୁକୋଣରେ ଅଳିଆ ରଖିବା ଉଚିତ ନୁହେଁ । ଘରକୁ ସବୁବେଳେ ସୁଗନ୍ଧିତ ପରିବେଶରେ ରଖିବା ଉଚିତ |
11. ପଞ୍ଚୁକରେ ଯେବେ ରେବତୀ ନକ୍ଷତ୍ର ପଡିଥାଏ ସେହି ସମୟରେ ଘରର ଛାତ ପକାଇବା ଉଚିତ ହୋଇ ନଥାଏ । ତେଣୁ ଏହି ସମୟରେ କେବେ ବି ଘରର ଛାତ ବନାନ୍ତୁ ନାହିଁ ।
12. ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ । ମାନ୍ୟତା ଅଛିକି ଯେଉଁ ମାନେ ସବୁବେଳେ ନିଶା ଦ୍ରବ୍ୟ ସେବନ କରନ୍ତି ସେହି ଘରେ ସବୁବେଳେ କଲି ଝଗଡା ହୋଇଥାଏ ଓ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ ଏହା ବହୁତ ଅଶୁଭ ହୋଇଥାଏ |
13. ବୟସ୍କ ଲୋକମାନଙ୍କୁ ଅପମାନ କରନ୍ତୁ ନାହିଁ । କୌଣସି ବି ପରିସ୍ତିତିରେ ମା ବାପା କିମ୍ବା ଗୁରୁଜନଙ୍କ ନିରାଶ କରନ୍ତୁ ନାହିଁ । ସମସ୍ତଙ୍କୁ ସମ୍ମାନ କରନ୍ତୁ । ଯେଉଁମାନେ ମା ବାପାଙ୍କୁ ଓ ବୟସ୍କ ଲୋକଙ୍କୁ ଅଣାଦାର କରନ୍ତି ସେମାନଙ୍କୁ ଦେବୀ ଦେବତାଙ୍କୁ କୃପା ମିଳେ ନାହିଁ । ସବୁ ବେଳେ ଦାରିଦ୍ର୍ୟତାରେ ବୁଡି ରହିଥାନ୍ତି ।
14. ଏହା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି କି ପଞ୍ଚୁକରେ କୌଣସି ଶବର ଅନ୍ତିମ ସଂସ୍କାର କରିବା ପୂର୍ବରୁ କୌଣସି ଯୋଗ୍ୟ ପଣ୍ଡିତଙ୍କର ପରାମର୍ଶ ନେବା ଦରକାର ।
15. ଏହା ଛଡା କେତୋଟି ଶୁଭ କାର୍ଯ୍ୟ ମଧ୍ୟ ଏହି ପଞ୍ଚୁକରେ କରାଯିବା ଦରକାର । କିଛି ନକ୍ଷତ୍ରରେ ପଞ୍ଚୁକ ଲାଗିବା ଦ୍ଵାରା ଶୁଭ କାର୍ଯ୍ୟ ମଧ୍ୟ ହୋଇଥାଏ ,ତେଣୁ ଏହି ଦିନ ଗୁଡିକରେ ବ୍ୟାପାର, ନିର୍ବନ୍ଧ, ବିବାହ ଆଦି କରିଲେ ଶୁଭଫଳ ମିଳିଥାଏ ।


0 Comments
Do you have any doubts or suggestions? Ask them here in the comments!