ଦୀପାବଳିରେ ବାସ୍ତୁ ଅନୁସାରେ ପକାନ୍ତୁ ରଙ୍ଗୋଲି

ଦୀପାବଳିରେ ବାସ୍ତୁ ଅନୁସାରେ ପକାନ୍ତୁ ରଙ୍ଗୋଲି

ରଙ୍ଗୋଲିରେ ଅଟା, ଚାଉଳ ଚୂନା, ହଳଦୀ, କୁଙ୍କୁମ, ଫୁଲ, ପତ୍ର ଓ ଅନେକ ପ୍ରକାରର ରଙ୍ଗ ବ୍ୟବହାର କରାଯାଇଥାଏ। ଯଦି ବାସ୍ତୁ ଶାସ୍ତ୍ରର ପରାମର୍ଶ ଅନୁଯାୟୀ, ରଙ୍ଗ ଓ ଦିଗକୁ ଧ୍ୟାନରେ ରଖି ଏହି ରଙ୍ଗୋଲିର ଝୋଟି ପକାଯାଏ ।

1. ଦୀପାବଳିରେ ବାସ୍ତୁ ଅନୁଯାୟୀ ପକାନ୍ତୁ ରଙ୍ଗୋଲି :-

  1. ଯଦି ଆପଣଙ୍କ ଘର ପୂର୍ବମୁହାଁ ଓ ଆପଣ ମୁଖ୍ୟଦ୍ୱାରରେ ରଙ୍ଗୋଲି ପକାଇବାକୁ ଚାହୁଁଛନ୍ତି, ତା’ହେଲେ ଅଣ୍ଡାକୃତିର ରଙ୍ଗୋଲି ପକାନ୍ତୁ।  ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିବ। ପୂର୍ବ ଦଗରେ ରଙ୍ଗୋଲି ତିଆରି କରିବା ପାଇଁ ଲାଲ୍‌, ନାରଙ୍ଗୀ, ଗୋଲାପି ଓ ହଳଦିଆ ଆଦି ରଙ୍ଗ ବ୍ୟବହାର କରନ୍ତୁ।
  2. ଉତ୍ତରମୁହାଁ ହୋଇ ରହିଥିବା ଘର ପାଇଁ ଲହରୀଯୁକ୍ତ କିମ୍ବା ପାଣିର ଗୁଣ ସହ ମିଶୁଥିବା ଡିଜାଇନ୍ ବନାଇ ରଙ୍ଗୋଲି ସଜାଇଲେ ଭଲ। ଏହାଦ୍ୱାରା  ଜୀବନରେ ଉନ୍ନତି ହେବ। ଏହି ଦିଗ ପାଇଁ ହଳଦିଆ, ସବୁଜ ଓ ଆକାଶୀ ରଙ୍ଗର ପ୍ରୟୋଗ କରି ରଙ୍ଗୋଲି ପକାନ୍ତୁ। 
  3. ଦକ୍ଷିଣ-ପୂର୍ବକୁ ମୁହଁ କରିଥିବା ଘର ସମ୍ମୁଖରେ ତ୍ରିକୋଣ ଏବଂ ଦକ୍ଷିଣମୁଖୀ ଘରରେ ଆୟତାକାର ରଙ୍ଗୋଲି ତିଆରି କରିବା ଅତ୍ୟନ୍ତ ଶୁଭଦାୟକ। ଏହିଦିଗରେ ରଙ୍ଗୋଲି ପକାଇବା ପାଇଁ ଆପଣ ଲାଲ୍‌, ନାରଙ୍ଗୀ, ଗୋଲାପି ଓ ବାଇଗଣି ରଙ୍ଗ ବ୍ୟବହାର କଲେ ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବା ସହ ଜୀବନ ହସଖୁସିରେ ଭରି ହୋଇଯିବ।
  4. ଯଦି ଆପଣଙ୍କ ଘର ପଶ୍ଚିମମୁଖୀ, ତା’ହେଲେ ଧଳା ଓ ସୁନେଲି ରଙ୍ଗର ଗୋଲାକୃତି ରଙ୍ଗୋଲି ତିଆରି କରନ୍ତୁ। ଏଥି ସହ ଆପଣ ଲାଲ, ହଳଦିଆ ଓ ହାଲକା ସବୁଜ ରଙ୍ଗ ମଧ୍ୟ ପ୍ରୟୋଗ କରିପାରିବେ। ଅଧିକ ଭଲ ହେବ ଯଦି ପାଞ୍ଚୋଟି କୋଣ ଥିବା ରଙ୍ଗୋଲି ତିଆରି କରିବେ।

2. ଏହି ଦିଗରେ ଲଗାନ୍ତୁ ଲକ୍ଷ୍ମୀ କିମ୍ବା ଗଣେଷଙ୍କର ଫଟୋ :-

  1. ଏମିତିରେ ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ପଟକୁ ହେବା କଥା ନୁହେଁ କିନ୍ତୁ ଯଦି କୌଣସି କାରଣବଶତଃ ଘରର ମୁଖ୍ୟ ଦ୍ୱାର ଏହି ଦିଗରେ ଅଛି ତ ମୁଖ୍ୟ ଦ୍ୱାରରେ ଲକ୍ଷ୍ମୀ ଗଣେଷଙ୍କର ଫଟୋ ଲଗେଇବା କଥା। ଏଥିରେ ବାସ୍ତୁ ଦୋଷ ସରିଯାଇଥାଏ ।
  2. କେବେ ଭୁଲ କରି ବି କୋଣସି ଠାକୁରଙ୍କ ଭଙ୍ଗା ଓ ଖଣ୍ଡିତ ମୂର୍ତ୍ତି ର ପୂଜା କରନ୍ତୁ ନାହିଁ, ଘରେ ଦୁର୍ଭାଗ୍ୟ ମାଡି ଆସିବ ଦୀପାବଳି ପୂର୍ବରୁ ଏହି ପରି ମୂର୍ତ୍ତି ଓ ଫଟୋ କୁ ଭଲ ଜାଗା ରେ ନେଇ ପୋତି ଦିୟନ୍ତୁ  |

3. ଦୀପର ନୂଆ ବ୍ୟବହାର :-

  1. ମୁଖ୍ୟ ଦ୍ୱାରରେ ରଙ୍ଗୋଲି ତିଆରି କରିସାରିବା ପରେ ଏହାକୁ ଦୀପରେ ସଜାଇବାକୁ ଭୁଲନ୍ତୁ ନାହିଁ। ଘରର ମୁଖ୍ୟ ଦ୍ୱାରକୁ ରଙ୍ଗୀନ ଓ ଉଜ୍ଜ୍ୱଳିତ କଲେ, ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି।
  2. ପ୍ରତିବର୍ଷ ଦୀପାବଳିରେ ନୂଆ ଦୀପ ଜଳନ୍ତୁ |ଗତ ବର୍ଷର ବଳକା ଦୀପ ନ ଜାଳିବା ଭଲ |

Post a Comment

0 Comments