ଅଅଁଳାର ଧାର୍ମିକ ଗୁଣ
ଅଁଳା ଏକ ଖଟା ଜାତୀୟ ଗଛ ହେଲେ ମଧ୍ୟ ବହୁତ ଗୁଣିକାରୀ ହୋଇଥାଏ , ଏହି ଅଁଳା ଗଛଟି ତୁଳସୀ ଏବଂ ବେଲ ଭଳି ପବିତ୍ର ଅଟେ । ଅଁଳା ଗଛରେ ସାକ୍ଷାତ ଲକ୍ଷ୍ମୀ ନାରାୟଣ ବାସ କରନ୍ତି , ଏହି ଗଛ ନାମରେ ଏକ ତିଥି ମଧ୍ୟ ରହିଅଛି ଯାହାକି କାର୍ତ୍ତିକ ମାସରେ ଶୁକ୍ଳ ପକ୍ଷ ନବମୀ ତିଥୀକୁ ଅଁଳା ନବମୀ ବୋଲି କୁହାଯାଏ । ଏହି ଗଛକୁ କାର୍ତ୍ତିକ ମାସ ଅଁଳା ନବମୀ ଦିନ ସ୍ତ୍ରୀ ଲୋକମାନେ ପୂଜା କରନ୍ତି । କେତେକ ମଧ୍ୟ ପ୍ରତିଦିନ ପୂଜା କରନ୍ତି ।
1. ଏହି କାର୍ତ୍ତିକ ମାସରେ ଲୋକମାନେ ମାସେ ଯାଏ ବ୍ରତ କରି ଏହି ଅଁଳା ଗଛକୁ ପୂଜା କରିଥାନ୍ତି ତେଣୁ ଏହି ଦୃଷ୍ଟିରୁ ଅଁଳା ଗଛକୁ ଏକ ପୂଜନୀୟ ଗଛ ବୋଲି କୁହାଯାଏ |
2. ଏହି ଦିନ ଅଁଳା ଗଛ ତଳେ ଖାଦ୍ୟ ପ୍ରସ୍ତୁତ କରି ବ୍ରାହ୍ମଣମାନଙ୍କୁ ଭୋଜନ କରାଇବା ଉଚିତ । ଏହା ପରେ ନିଜେ ଖାଇବା ସମୟରେ ନିଜର ମୁହଁ ପୂର୍ବ ଦିଗ ଆଡକୁ ବୁଲାଇବା ଉଚିତ।
3. ଶାସ୍ତ୍ରରେ କୁହାଯାଇଛି ଯେ ଭୋଜନ ସମୟରେ ଯଦି ଅଁଳା ପତ୍ର ଥାଳିରେ ପଡ଼େ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଥାଳିରେ ଅଁଳାର ପତ୍ର ପଡିଲେ ଏହା ମାନ୍ୟତା ଅଛି ଯେ ଆସନ୍ତା ବର୍ଷରେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ରହିବ ବୋଲି।
- ପ୍ରତ୍ୟେକ ଦିନ ସକାଳୁ ଉଠି ଅଁଳା ଗଛକୁ ପାଣି ଦେଇ ପୂଜା କରିବା ଉଚିତ | ଏହା ଦ୍ୱାରା ଘରେ ବିଭିନ୍ନ ପ୍ରକାର ସମସ୍ୟା ଦୂର ହେବା ସହିତ ଘରକୁ ଧନ ଧାନ୍ୟରେ ପୂରଣ ହୋଇଥାଏ ।
- ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ମତରେ ଅଁଳା ଗଛକୁ ଘରର ଉତ୍ତର ଦିଗରେ ଲଗାଇଲେ ସନ୍ତାନ ମାନଙ୍କର ମସ୍ତିସ୍କ ବହୁତ ବିକଶିତ ହୋଇଥାଏ । ଯାହା ଫଳରେ କି ଘରୁ ଅଶାନ୍ତ, ଦୁଃଖ , ଦୁଃଦଶା ଦୂର ହୋଇଥାଏ, ଏହା ସହିତ ନକରାତ୍ମକ ଶକ୍ତିର ପ୍ରଭାବ ଦୂର ହୋଇଥାଏ ଏବଂ ସେ ଘରେ ସମସ୍ତ ପ୍ରକାର ଖରାପ ଦୋଷ ମଧ୍ୟ ଦୂର ହୋଇଥାଏ ।
- ଯଦି ଗୃହରେ ଆଗରୁ ବ୍ରହ୍ମ ହତ୍ୟା , ଗୋ ହତ୍ୟା ବା ଜୀବ ହତ୍ୟା ଦୋଷ ଲାଗିଥାଏ ତେବେ ଏହି ଗଛ ଘରେ ରହିଲେ ସେ ସମସ୍ତ ଦୋଷ ଦୂର ହୋଇଥାଏ | ଏମିତିରେ ଦେଖାଯାଏ କି ପ୍ରାଚୀନ କାଳରେ ମନୁଷ୍ୟ ମାନଙ୍କୁ ମାରି ପୋତି ଦିଆଯାଉଥିଲା ଯାହା ଫଳରେ ସେହି ଜାଗାରେ ବା ମାଟିରେ ମନୁଷ୍ୟ ହତ୍ୟା ର ଦୋଷ ଲାଗିଥାଏ ।
- ଯଦି ସେହି ଜାଗାରେ ବା ଘରର ଉତ୍ତର ଦିଗରେ ଅଁଳା ଗଛ ରହିଥାଏ ବା ଲଗାଯାଏ ତେବେ ମଣିଷର ପ୍ରତ୍ୟେକ ଦୋଷ ଦୂର ହୋଇଥାଏ ଉତ୍ତର ଦିଗକୁ ଧନର ଦିଗ ବୋଲି କୁହାଯାଏ | ଯଦି ଗୃହକୁ ଧନର ଆସିବା ବନ୍ଦ ହୋଇଯାଏ ତାହେଲେ ଉତ୍ତର ଦିଗରେ ଅଁଳା ଲଗାଇଲେ ସମସ୍ତ ପ୍ରକାର ଧନ ସମସ୍ୟା ଦୂର ହୋଇଥାଏ ।
- ଆପଣ ଯଦି ଜାଣୁଛନ୍ତି ଯେ ଆପଣଙ୍କ ଘରେ ଉତ୍ତର ଦିଗରେ ଦୋଷ ଅଛି ତେବେ ଏହି ଦୋଷ ଆପଣଙ୍କ ସନ୍ତାନ ମାନଙ୍କ ଉପରେ ପ୍ରଭାବ ପକାଇଥାଏ , ଏବଂ ଆପଣଙ୍କର ବୁଦ୍ଧି ହୀନ ହୋଇଥାଏ । କୌଣସି ବି କାର୍ଯ୍ୟରେ ନିଜର ବୁଦ୍ଧିର ପ୍ରୟୋଗ କରିପାରନ୍ତି ନାହିଁ ଏହା ସହିତ ଆପଣ ଧନ ବା ପଇସା ସଞ୍ଜୟ କରିପାରନ୍ତି ନାହିଁ ।
- ତେବେ ଏହି ପ୍ରକାର ସମସ୍ୟା କିଛି ଥାଏ ତାହେଲେ ଆପଣ ଅଁଳା ଗଛକୁ ଉତ୍ତର ଦିଗରେ ଲଗାଇ ପୂଜା କରିବା ଦ୍ୱାରା ଏହା ଅତ୍ୟନ୍ତ ଲାଭକାରୀ ହୋଇଥାଏ । ସୌଭାଗ୍ୟ ଏବଂ ସୁଖ ଲାଭ କରିଥାନ୍ତି ଏହି ଅଁଳା ନବମୀର ପୂଜା କରି ବା ଅଁଳା ଗଛକୁ ପ୍ରତ୍ୟେକ ଦିନ ପୂଜା କରି ।
- ଯେଉଁ ମନୁଷ୍ୟ ସନ୍ତାନ ହେଉନଥାଏ ବା ସନ୍ତାନ ନଥାଏ ତେବେ ସେମାନେ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରିବା ଉଚିତ ଏବଂ ଅଁଳା ଗଛରେ ପ୍ରତ୍ୟକ ଦିନ ଭୋଜନ କରିବା ଉଚିତ ଏହା ସହିତ ଅଁଳା ଗଛ ନିକଟରେ ବ୍ରାହ୍ମଣ ମାନଙ୍କୁ ଖାଇବାକୁ ଦେଲେ ଏହି ସନ୍ତାନ ପ୍ରାପ୍ତି ସମସ୍ୟା ଦୂର ହୋଇଥାଏ ଏବଂ ସନ୍ତାନ ପ୍ରାପ୍ତି ହୋଇଥାଏ ।
- ଯଦି ଅଁଳା ନବମୀ ଦିନ ଏହି କାର୍ଯ୍ୟ କରିବା ସମ୍ଭବ ନୁହେଁ ତେବେ ଆପଣ ଅଁଳା ଗଛର ଏକ ଡାଳ , ଫଳ କୁ ଆଣି ଘରେ ପୂଜା କଲେ ସମ ମନସ୍କାମନା ପୂରଣ ହୋଇଥାଏ , ଏବଂ ଅଁଳା ଗଛକୁ ପ୍ରତିଦିନ ପୂଜା କଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ ଏହା ସହିତ ଅଖଣ୍ତ ସୌଭାଗ୍ୟ ଏବଂ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଅଁଳା ନବମୀର ପୂଜା ଖାଲି ଯାଇନଥାଏ ଶାସ୍ତ୍ର ମତରେ ଦେବତାଙ୍କ ପ୍ରିୟ ହୋଇଥାଏ ।
- ଏହି ସବୁ ବୃକ୍ଷ ଯଥା _ ଅଁଳା , ଅଶ୍ଵଥ , ବଟବୃକ୍ଷ , ଆମ୍ବ , ସୋମି , ଏବଂ କଦମ୍ବ | ଏହି ସମସ୍ତ ବୃକ୍ଷ ତଳେ ଜପ , ତପ କଲେ ମନୁଷ୍ୟର ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ଗୋଦାନର ଫଳ ମିଳିଥାଏ ।
- ଧାର୍ମିକ ମାନ୍ୟତା ଅନୁସାରେ ଅକ୍ଷୟ ନବମୀରେ ଅଅଁଳା ଗଛରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କର ନିବାସ ରହିଥାଏ । ଏହି ଦିନରେ ଏହି ବୃକ୍ଷ ତଳେ ବସିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ନାସ ହୋଇଥାଏ ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ଅକ୍ଷୟ ନବମୀ ଦିନରେ କରାଯାଇଥିବା ପୁଣ୍ଣ୍ୟ କେବେବି ସମାପ୍ତ ହୋଇନଥାଏ ।
- ଲକ୍ଷ୍ମୀ ନାରାୟଣ ଏହି ଗଛରେ ବାସ କରିଥାନ୍ତି ତେଣୁ ପ୍ରତ୍ୟେକ ଦିନ ସକାଳୁ ଉଠି ଅଁଳା ଗଛକୁ ପାଣି ଦେଇ ପୂଜା କରିବା ଉଚିତ ଏବଂ ଏହା କରିବା ଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି |
ଅଁଳା ଗଛରେ ଶଙ୍ଖା ସିନ୍ଦୁର ବାନ୍ଧିଲେ ମାନସିକ ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି ।
ଏହାର ଭକ୍ଷଣ ପରେ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଇଥାଏ ବୋଲି କୁହାଯାଏ ।
ଅଅଁଳା ଖାଇବା ଦ୍ୱାରା ଆୟୁଷ ବଢ଼ିଥାଏ ।
ଏହି ଫଳର ରସକୁ ପିଇବା ଦ୍ୱାରା ଧର୍ମ-ସଞ୍ଚୟ ହୋଇଥାଏ ।
ଅଅଁଳା ଜଳରେ ସ୍ନାନ କରିବା ଦ୍ୱାରା ଦାରିଦ୍ରତା ଦୂର ହୋଇଥାଏ । ଏହା ସହିତ ଏୈଶ୍ଚର୍ଯ୍ୟ ପ୍ରାପ୍ତ ହୋଇଥାଏ ।
ଅଅଁଳାର ଦର୍ଶନ, ସ୍ପର୍ଶ ତଥା ଏହାର ନାମ ଉଚ୍ଚାରଣ କରିବା ଦ୍ୱାରା ବରଦାୟକ ଶ୍ରୀ ବିଷ୍ଣୁ ଅନୁକୂଳ ହୋଇଯାନ୍ତି ।
ଯେଉଁଠି ଅଅଁଳାର ଫଳ ରହିଥାଏ, ସେଠାରେ ଭଗବାନ ଶ୍ରୀ ବିଷ୍ଣୁ ସବର୍ଦା ବିରାଜମାନ ରହିଥାନ୍ତି । ଏହା ସହିତ ବ୍ରହ୍ମା ଏବଂ ଲକ୍ଷ୍ମୀଙ୍କର ବାସ ମଧ୍ୟ ହୋଇଥାଏ । ଏଥିପାଇଁ ନିଜ ଘରେ ଅଅଁଳା ଅବଶ୍ୟ ରଖିବା ଉଚିତ ।
ଆଶା କରୁଛୁ ଏହି ଆର୍ଟିକିଲ୍ଟିରେ ଥିବା ଅଅଁଳାର ଧାର୍ମିକ ଗୁଣ ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ |
ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |
ଧନ୍ୟବାଦ
0 Comments
Do you have any doubts or suggestions? Ask them here in the comments!