ନବରାତ୍ରୀ ଉପବାସର ଭୋଜନ

ନବରାତ୍ରୀ ଉପବାସର ଭୋଜନ



ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। ଏହାକୁ ଖାଇବା ଦ୍ୱାରା ଶରୀର ତାପମାତ୍ରା ବୃଦ୍ଧି ହେବା ସହିତ ମନ ବିଚଳିତ ରହିଥାଏ। ଫଳରେ ସାଧନା ପଥରୁ ବିଚ୍ୟୁତ ହେବାର ଆଶଙ୍କା ରହିଥାଏ । ତେଣୁ ଏହି ସମୟରେ ଏସବୁକୁ ବାରଣ କରାଯାଇଥାଏ। 

ନବରାତ୍ରୀରେ ମାତା ଦୁର୍ଗାଙ୍କର ନବାର୍ଣ୍ଣ ମନ୍ତ୍ର ଜପ କରିବା ସହିତ ଆବଶ୍ୟକ ଦଶାଂଶ ମନ୍ତ୍ରରେ ହୋମ କରିବାକୁ ପଡ଼ିଥାଏ। ଏହାପରେ ବ୍ରାହ୍ମଣ ଭୋଜନ କରାଇ ସେମାନଙ୍କ ଆଶୀର୍ବାଦ ନେବାକୁ ହୋଇଥାଏ। ଅଷ୍ଟମୀ ଓ ନବମୀରେ ମାତା ଦୁର୍ଗାଙ୍କ ଯୋନୀ କବଚ ପାଠ କଲେ ଅଶେଷ ପୂର୍ଣ୍ୟ ମିଳିବା ସହିତ କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

ନବରାତ୍ରି ସମୟ‌ରେ ଲୋକେ ନିଜ ଇଚ୍ଛାନୁସରେ ବ୍ରତ ରଖିଥାନ୍ତି । କେତେକ ଲୋକେ ପ୍ରଥମ ଓ ଶେଷ ଦିନ ବ୍ରତ ରଖୁଥିବାବେଳେ ଆଉ କେତେକ ଲୋକେ ପୂରା ୯ ଦିନ ଯାକ ବ୍ରତ ରଖିଥାନ୍ତି। ଏହି ସମୟରେ ଅଧିକାଂଶ ଲୋକେ ଅନ୍ନ ନ ଖାଇ ଉପବାସ କରିଥାନ୍ତି। ଏହି ସମୟରେ ଫଳାହାର କିମ୍ବା ଘରେ ତିଆରି ଖାଦ୍ୟ ସେବନ କରିଥାନ୍ତି। 

ତେଣୁ ବ୍ରତ ରଖିଥିବା ଲୋକେ ଜାଣିବା ଦରକାର, ସେମାନେ ଏହି ସମୟରେ ଯାହା କିଛି ଖାଉଛନ୍ତି, ତାହା ସ୍ବାସ୍ଥ୍ୟ ପାଇଁ ଭଲ କି ନୁହେଁ। ଏଥିସହିତ ଉତ୍ତମ ସ୍ୱାସ୍ଥ୍ୟ ଲାଗି ଉପଯୁକ୍ତ ଓ ସନ୍ତୁଳିତ ଆହାର ସେବନ କରିବା ଉଚିତ, ଯାହାଫଳରେ ବ୍ରତ ସମୟରେ ମଧ୍ଯ ଆପଣ ନିଜକୁ ଫିଟ ରଖିପାରିବେ।ନବରାତ୍ରି ସମୟରେ ଏହି ପୁଷ୍ଟିକର ଖାଦ୍ୟ ପଦାର୍ଥ ସେବନ କରିବା ଉଚିତ। 

ଆଳୁ :-

ନବରାତ୍ରି ବ୍ରତ ସମୟରେ ଖାଦ୍ୟ ପଦାର୍ଥ ମଧ୍ୟରେ ଆଳୁ ସେବନ କରିବାକୁ ଅଧିକ ପସନ୍ଦ କରାଯାଏ। ଆଳୁ ବହୁତ ଲାଭଦାୟକ ମଧ୍ୟ ହୋଇଥାଏ। ଆଳୁରେ ସବୁଠାରୁ ଅଧିକ ଷ୍ଟାର୍ଟ ମିଳିଥାଏ। ଆଳୁ ସିଝାଇ ଖାଇବା ଫଳରେ ଶରୀରର ଅତିରିକ୍ତ ଚର୍ବି ହ୍ରାସ ପାଇଥାଏ।

ଡ୍ରାଏଫୁଟସ :-

ବ୍ରତ ସମୟରେ କାଜୁ, ବାଦାମ, କିଶମିଶ୍‌, ପିସ୍ତା , ଅଖରୋଟ, ମଖାନେ ଆଦି ଖାଇବା ଉଚିତ! ଏହାଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। ଏହାବ୍ଯତୀତ ଡ୍ରାଏଫୁଟ୍‌ ପଡ଼ିଥିବା ଖୁରୀ ଖାଇବାକୁ ଲୋକେ ଅଧୁକ ପସନ୍ଦ କରନ୍ଧି। ସ୍ବାସ୍ଥ୍ୟ ଦୃଷ୍ଟିରୁ ମଧ୍ଯ ଏହା ବହୁତ ଲାଭଦାୟକ।

କ୍ଷୀର ବା ଦୁଗୃ ଜାତୀୟ ପଦାର୍ଥ :-

ବ୍ରତ ସମୟରେ କ୍ଷୀର ଓ କ୍ଷୀରରେ ତିଆରି ଅନ୍ୟାନ୍ୟ ଖାଦ୍ଯ ପଦାର୍ଥ ସ୍ୱାସ୍ଥ୍ୟ ପାଇଁ ବହୂତ ଲାଭଦାୟକ। କ୍ଷୀରରେ କ୍ଯାଲ୍‌ସିୟମ୍‌ ଭରପୂର ମାତ୍ରାରେ ରହିଛି। କମ୍‌ ଖାଦ୍ଯ ଖାଇଲେ ମଧ୍ଯ କ୍ଷୀର ପିଇବା ଦ୍ବାରା ଅଧିକ ଶକ୍ତି ମିଳିଥାଏ। 

ସେହିପରି ଦହି ସେବନ କରିବା ଦ୍ୱାରା ଏଥିରେ ଥିବା ବ୍ୟାକ୍ଟେରିଆ ତଥା ପୋଷକ ତତ୍ତ୍ୱ ଶରୀର ପାଇଁ ଆଣ୍ଟିବ୍ୟାକ୍ଟେରିଆ ଭାବେ କାମ କରେ। ଏହାବ୍ଯତୀତ ପନୀର କଟଲେଟ୍‌ ମଧ୍ଯ ବ୍ରତ ସମୟରେ ଖାଇପାରିବେ। ଏଥିରୁ ଶରୀରକୁ ପ୍ରୋଟିନ୍‌ ଓ କ୍ୟାଲ୍‌ଯିୟମର ଆବଶ୍ୟକତା ପୂରା ହୋଇପାରିବ।

ଫଳ :-

ଉପବାସ କରିବା ସମୟରେ ନିଶ୍ଚିତ ଭାବେ ଫଳ ସେବନ କରନ୍ତୁ। ଆପଣଙ୍କୁ ଯେତିକି କ୍ଯାଲୋରୀର ଆବଶ୍ଯକତା ରହିଛି, ଏହା ଫଳ ଯୋଗାଇ ଦିଏ | ଏହାବ୍ୟତୀତ ଫଳରେ ନ୍ୟାଚୁରାଲ ସୁଗାର ରହିଛି, ଯାହାଦ୍ବାରା ଓଜନ ବଢ଼ିବାର ଚିନ୍ତା ରହିବ ନାହିଁ। ଫଳକୁ ଆପଣ ସାଲାଡ଼ କରି ମଧ୍ୟ ଖାଇପାରିବେ। 

ଏଥିସହିତ ମିକ୍ସଡ ଫଳ‌ ଜୁସ୍‌ ମଧ୍ଯ ପିଇପାରିବେ। ଏହି ସମୟରେ ଫଳ ଜୁସ୍‌ ପିଇବା ଫଳରେ ଶରୀରକୁ ପାଣିର ଅଭାବ ରହିବ ନାହିଁ। ଫଳରେ ଡିହାଇଡ୍ରେସନ୍‌ ସମସ୍ୟାରୁ ମୁକ୍ତି ପାଇପାରିବେ।

କୁଟ୍ଟୁ ଅଟା :-

କୁଟ୍ଟୁ ତିଆରି ଅଟାର ବ୍ୟବହାର ନବରାତ୍ରି ସମୟରେ ଅଧିକାଂଶ ଲୋକେ ସେବନ କରନ୍ତି। ଯେ କୌଣସି ତରକାରୀ ସହିତ  କୁଟ୍ଟୁରେ ତିଆରି ପୁରି ଖାଇପାରିବେ। ଏହାକୁ ମଧ୍ୟାହ୍ନ ଭୋଜନରେ ଖାଇବା ଭଲ |

ମିଠା :-

ନବରାତ୍ରିରେ ମିଠା ସେବନ ମଧ କରାଯାଏ | ବ୍ରତ ସମୟରେ ଆପଣ ମିଠା ଖାଇ ଅନେକ ମାତ୍ରାରେ ଭୋକ କମାଇପାରିବେ। ରାଶି କିମ୍ଵା ନଡ଼ିଆ ଲଡ଼ୁ ଖାଇବା ଉପଯୁକ୍ତ ବିକଳ୍ପ ଅଟେ।

ଚା':-

ବ୍ରତ ସମୟରେ ଭୋକ ଲାଗିବା ସ୍ବଭାବିକ କଥା। ଏପରିସ୍ଥଳେ ଚା' ପିଇବା ଦ୍ୱାରା ଭୋକ କମ୍‌ ହୋଇଥାଏ ଓ ଏନର୍ଜି ମଧ୍ଯ ଠିକ୍‌ ରହେ। ଚା' ଆପଣଙ୍କୁ ସତେଜ ରଖିବା ସହ ରୋଗରୁ ରକ୍ଷା କରିଥାଏ। 

ବ୍ରତ ସମୟରେ ଗ୍ରୀନ୍‌ ଟିଂ ସେବନ ମଧ୍ଯ ଲାଭଦାୟକ।

ଶାଗୁ :-

ନବରାତ୍ରି ବ୍ରତରେ ଅଧିକାଂଶ ଲୋକେ ଶାଗୁ ଖାଇଥାନ୍ତି । ଶାଗୁକୁ ଆପଣ ଭିନ୍ନ ଭିନ୍ନ ଭାବେ ଖାଇପାରିବେ | ଏଥିରେ ଆପଣ ବେକ୍ ଡ଼ କଟଲେଟ୍‌ ମଧ୍ୟ ତିଆରି କରିପାରିବେ | ଏହା ଓଜନ ବଢ଼ିବାକୁ ଦିଏ ନାହିଁ ଓ ଏଥିରୁ ପୋଷକତତ୍ତ୍ୱ ମଧ୍ୟ  ମିଳିଥାଏ।

କିନ୍ତୁ ଉପବାସରେ ମୁଁ ସାଗୁଦାନା ଖାଇବା ପାଇଁ  କହିବି ନାହିଁ ଏହାର କାରଣ ଜାଣନ୍ତୁ :-

ସାଗୁଦାନା ଯାହାକୁ ଆମେ ପାଣିରେ ବତୁରେଇକି ଖାଇଥାଉ!। ଏହି ସାଗୁଦାନା ଯେଉଁ ଗଛରୁ ଏହା ବାହାରି ଫ୍ୟାକ୍ଟ୍ରିକୁ  ଯାଏ ଆଉ ଏହାକୁ ସେବେ ଯାଏଁ ରଖାଯାଏ ଯେବେ ଯାଏଁ ସେଥିରେ ପୋକ ନ ଲାଗେ। ପୋକ ଲାଗିବା ପରେ ଏହାର ଛୋଟ ଛୋଟ ଗୁଲି ପ୍ରସ୍ତୁତ କରାଯାଏ। ଏବେ ଆଗକୁ ଆପଣ ବୁଝି ଯାଇଥିବେ।

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ଦଶହରା ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ | 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ

Post a Comment

0 Comments