ତମ୍ବା ପାତ୍ରରେ ପାଣି ପିଇବାର ଫାଇଦା

ତମ୍ବା ପାତ୍ରରେ ପାଣି ପିଇବାର ଫାଇଦା



ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଅଭ୍ୟାସ | ସୁସ୍ଥତା ପାଇଁ ଆମ ଶରୀର ଦୈନିକ 8 ରୁ 10 ଗ୍ଲାସ ପାଣି ଆବଶ୍ୟକ କରେ | ଆୟୁର୍ବେଦ ଅନୁସାରେ ତମ୍ବା ପାତ୍ରରେ ପାଣି ପିଇଲେ ଶରୀରରେ ଥିବା ବିଷାକ୍ତ ତତ୍ତ୍ୱ ନିଷ୍କାସିତ ହୁଏ ଏବଂ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ | ତେଣୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ ପାଣି ରଖି ସକାଳୁ ଖାଲି ପେଟରେ ପିଅନ୍ତୁ, ରାତି ସାରା ତମ୍ବା ପାତ୍ରରେ ପାଣି ଥିବା ଦ୍ୱାରା ତମ୍ବାର ଗୁଣ ପାଣିରେ ମିଶିଯାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦେଇଛନ୍ତି  | ମନେରଖିବାକୁ ହେବ ଯେ ପାଣି ତମ୍ବାପାତ୍ରରେ ପାଣି ଅତିକମରେ 8 ଘଣ୍ଟା ରହିବ ଉଚିତ |      

  • ଆପଣ ଏହି କଥାର ଧ୍ୟାନ ରଖିବେ କି ତମ୍ବା ପାତ୍ରରେ ଖାଦ୍ୟ ଜିନିଷ ଯେମିତି କି ପନିପରିବା, ଚାଉଳ ଓ ଡାଲିକୁ ଅଧିକ ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ । କାରଣ ଏହି ଧାତୁରେ ଖାଦ୍ୟ ପଦାର୍ଥକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିଲେ ତାହା ଖରାପ ହୋଇଯାଇଥାଏ | 
  • ଥାୟରେକ୍ସିନ ନାମକ ହର୍ମୋନର ଅସନ୍ତୁଳନ ଯୋଗୁ ଥାଏରଏଡ଼ ହୋଇଥାଏ | ତମ୍ବାରେ ଥିବା ମିନରାଲ୍ସ ଥାଇରଏଡର ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।
  • ତମ୍ବା ପାତ୍ରରେ ରଖା ଯାଇଥିବା ପାଣିକୁ ପିଇବା ଦ୍ୱାରା ଚର୍ମ ସମ୍ବନ୍ଧିତ ବହୁତ ଲାଭ ମିଳିଥାଏ ଓ ତ୍ୱଚ୍ଚା ସବୁବେଳେ ଯବାନ ଭଳି ଦେଖାଯାଏ ଏବଂ ବାର୍ଦ୍ଧକ୍ୟର ପ୍ରଭାବ ପଡେ ନାହିଁ |
  • ତମ୍ବାରେ ରଖା ଯାଇଥିବା ପାଣି ଦ୍ୱାରା ଶରୀରର ଆନ୍ତରିକ ସଫା ବି ହୋଇଯାଏ | ଲିଭର ଓ କିଡନୀ ସବୁବେଳେ ସଠିକ ଭାବରେ କାର୍ଯ୍ୟ କରିଥାଏ | ଏହା ଛଡା ଧାତୁରେ ରଖା ଯାଇଥିବା ପାଣି ପିଇବା ଦ୍ୱାରା ଶରୀରରେ କୌଣସି ପ୍ରକାରର ଇଂଫେକ୍ସନ ବି ହୁଏ ନାହିଁ ।

  • ତମ୍ବା ପାତ୍ରରେ ରଖା ଯାଇଥିବା ପାଣିକୁ ପିଇବା ଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ | ଏହା ଛଡା ଶରୀରରେ କପରର ଆବଶ୍ୟକତାକୁ ବି ଏହା ପୁରା କରିଥାଏ |
  • ପେଟ ପାଇଁ ତମ୍ବାର ପାଣି ବହୁତ ଲାଭଦାୟକ ହୋଇଥାଏ | ଯେଉଁ ଲୋକମାନେ ତମ୍ବା ପାତ୍ରରେ ରଖା ଯାଇଥିବା ପାଣିକୁ ପିଇଥାନ୍ତି ତାଙ୍କର ପେଟ ବ୍ୟଥା,ଗ୍ୟାସ, ଏସିଡିଟି ଓ କବ୍ଜ ଭଳି ରୋଗ କେବେ ବି ହୁଏ ନାହିଁ | ତାଙ୍କୁ ପେଟ ସମ୍ବନ୍ଧିତ କିଛି ବି ସମସ୍ୟା ହୁଏ ନାହିଁ ।
  • ଏମିତି କୁହାଯାଏ କି ତମ୍ବା ଧାତୁରେ ପାଣି ରଖିବା ଦ୍ୱାରା ପାଣି ଭିତରେ ଥିବା ଡାୟରିୟା, ପିଲିୟା ଓ ଅନ୍ୟାନ୍ୟ ପ୍ରକାରର ରୋଗ ଗୁଡିକ ଜନ୍ମ କରୁଥିବା ବ୍ୟାକ୍ଟେରିଆ ତୁରନ୍ତ ମରିଯାଆନ୍ତି ଓ ପାଣି ପିଇବା ଯୋଗ୍ୟ ହୋଇଯାଏ | ଯାହା ଦ୍ୱାରା ଶରୀରରେ ରୋଗ ହୁଏ ନାହିଁ ।

  • ବିଶୃଙ୍ଖଳିତ ଜୀବନ ଶୈଳୀ ଏବଂ ଅନିୟନ୍ତ୍ରିତ ଖାଦ୍ୟାଭ୍ୟାସ ଯୋଗୁଁ ବର୍ତ୍ତମାନ ଆଣ୍ଠୁଗଣ୍ଠି ବାତ ଏକ ସାଧାରଣ ରୋଗରେ ପରିଣତ ହେଲାଣି | ଯୁବାବସ୍ଥାରେ ମଧ୍ୟ ଦେଖାଦେଇଛି |ଏହାର ମୁଖ୍ୟ କାରଣ ୟୁରିକ ଏସିଡ | ଏହି ପାଣି ନିୟମିତ ପିଇଲେ ଏହି ସମସ୍ୟା ନିୟନ୍ତ୍ରିତ ହୋଇପାରିବ |

  • ହୃଦରୋଗ ପରି ଏକ ମାରାତ୍ମକ ରୋଗ ଏବେ ସାଧାରଣ ହେଲାଣି |ଏହାର ମୁଖ୍ୟ କାରଣ ଅବସାଦ ଓ ମାନସିକ ଚାପ |ଏହି ପାଣି କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ସହ ରକ୍ତସଂଚାଳନକୁ ସ୍ୱାଭାବିକ କରେ |
  • ଆଜିକାଲି 30ରୁ ଅଧିକ ବୟସର ମହିଳାମାନେ ଏନିମିଆ ବା ରକ୍ତହୀନତାରେ ଆକ୍ରାନ୍ତ ହେଉଛନ୍ତି |ଏହି ପାଣି ଶରୀରରେ ନୂତନ ରକ୍ତ ସୃଷ୍ଟି କରିବାରେ ସହାୟକ ହୁଏ |ଏହା ରକ୍ତ ଓ ପିତ୍ତ ମଧ୍ୟରେ ସନ୍ତୁଳନ ରକ୍ଷା କରେ | ଫଳରେ ତତଜନିତ କାରଣରୁ ସୃଷ୍ଟି ହେଉଥିବା ରୋଗ ହୁଏ ନାହିଁ |
  • ଓଜନ କମ କରିବାରେ ସହାୟକ ହୋଇଥାଏ |    

Post a Comment

0 Comments