ସଙ୍କଟ ଆସିବାର ପୂର୍ବାଭାସ
ଜୀବନରେ ବହୁତ ବାଧାବିଘ୍ନ ଆସିଥାଏ | ଏମିତି କିଛି ଘଟଣା ଅଚାନକ ଘଟିଥାଏ ଯାହାକୁ ଆପଣ ଭଲ ଭାବେ ଧ୍ୟାନ ଦେଇନଥାନ୍ତି । ଆସନ୍ତୁ ଜାଣିବା ଏମିତି କିଛି ସଂକେତ ବିଷୟରେ ଯାହା ଆଗକୁ ଆମ ପାଇଁ ଅଶୁଭ ହୁଏ |
- ଆପଣ ଘରୁ ବାହାରିବା ସମୟରେ ଯଦି ଶୂନ୍ୟ କଳସୀ କିମ୍ବା ଜଳ ରହୁଥିବା ଶୂନ୍ୟ ପାତ୍ର ଦେଖନ୍ତି ତେବେ ଏହା ଆପଣଙ୍କୁ ଯାତ୍ରା କାଳରେ ଅଶୁଭ ପ୍ରଦାନ କରିଥାଏ।
- ଯଦି ଆପଣ ଯାତ୍ରା କରିବା ସମୟରେ ସିନ୍ଦୁର ହୀନା ନାରୀ,ଚନ୍ଦନ ହୀନା ବ୍ରାହ୍ମଣ ଏବଂ କୌଣସି ଭିକାରିକୁ ଥାଳ ଧରି ଆସୁଥିବାର ଆପଣ ଦେଖନ୍ତି ତ ଏହା ଅଶୁଭ ସୂଚନା ପ୍ରଦାନ କରିଥାଏ।
- ଯଦି କୌଣସି ଶୁଭ କାମରେ ବାହାରିବା ସମୟରେ ଆପଣ ଛୋଟା ଭିକାରୀ,ଅନ୍ଧ ବିରାଡ଼ି କିମ୍ବା ବିରାଡ଼ି ମାନଙ୍କର କଳି ଆପଣ ଶୁଣନ୍ତି ତେବେ ଏହା ଅଶୁଭ ସୂଚନା ପ୍ରଦାନ କରିଥାଏ। ଏହା ଦ୍ୱାରା ଆପଣଙ୍କର ଯାତ୍ରଟି ଅସଫଳ ହେବାର ସମ୍ଭାବନା ଅଧିକ ଥାଏ |
- ଯଦି କୌଣସି ଯାତ୍ରା କାଳରେ ଘରୁ ବାହାରିବା ସମୟରେ ଧୋବଣୀ, କେଶ ମୁକ୍ତ ଓ ମଳିନ ବସ୍ତ୍ର ଧାରଣ କରିଥିବା କୌଣସି ଲୋକଙ୍କୁ ଦେଖନ୍ତି ତ ଆପଣଙ୍କ ଯାତ୍ରା ଟି ଅସଫଳ ହେବାର ସମ୍ଭାବନା ଅଧିକ ଅଛି।
- ଯଦି ଆପଣ କୌଣସି ଶୁଭ କାମରେ ଘରୁ ବାହାରିବା ସମୟରେ ଯଦି କୌଣସି ବ୍ୟକ୍ତିକୁ ଆପଣ ଖୌର କରୁଥିବାର ଦେଖନ୍ତି ତେବେ ତାହା ମଧ୍ୟ ଅଶୁଭ ସଂକେତ ବୋଲି ବିଚାର କରାଯାଏ।
- ଯଦି ଘରୁ ବାହାରିବା ସମୟରେ ଘରର କୁଟୁମ୍ବ ମାନଙ୍କ ମଧ୍ୟରେ କଳି ହେବାର ଦେଖନ୍ତି ତେବେ ଏହା ଦ୍ୱାରା ମଧ୍ୟ ଆପଣଙ୍କ ଯାତ୍ରା ଟି ଅସଫଳ ହେବାର ସମ୍ଭାବନା ଥାଏ।
- ଯେ କୌଣସି ଯାତ୍ରା ସମୟରେ ଆପଣ ଜାଣନ୍ତି ଯେ ଆପଣଙ୍କର ମାଆଙ୍କର ଇଚ୍ଛା ନାହିଁ ତେବେ ଯାତ୍ରା କରିବେ ନାହିଁ କାରଣ ଏଥିରେ ଅସଫଳ ହେବାର ସମ୍ଭାବନା ଅଧିକ ବଢି ଯାଇଥାଏ।
- ଯଦି ଶୁଭ କାମରେ ଘରୁ ବାହାରିବା ସମୟରେ ଅକାଳରେ ବୃଷ୍ଟିପାତ ଦେଖନ୍ତି ଏହା ମଧ୍ୟ ଅଶୁଭ ସଂକେତ ଦେଇଥାଏ।
- ଯେବେ ଅଚାନକ ଘଣ୍ଟା ବନ୍ଦ ହୋଇଯାଏ ଓ ତାହାର କାଚ ବାରମ୍ବାର ଭାଙ୍ଗିଥାଏ, ଝରକାର କାଚ ଯେବେ ଶବ୍ଦ କାରିବାକୁ ଲାଗେ ତାହେଲେ ଭାବି ନେବେ ଆପଣଙ୍କ ଉପରେ କିଛି ବଡ଼ ସଙ୍କଟ ଆସିବାକୁ ଯାଉଛି ।
- ଯଦି କ୍ଷୀର ଉତୁରି ବାରମ୍ବାର ଢାଳି ହୋଇଯାଏ ତେବେ ଏହା ମଧ୍ୟ ଅଶୁଭ ସଙ୍କେତ ଦେଇଥାଏ |
- ରୋଷେଇ ଘରେ ଥିବା କାଚ ପାତ୍ର ଭାଙ୍ଗିଯିବା ଫଳରେ ବଡ଼ ଆର୍ଥିକ ସଙ୍କଟ ଆସିବାର ସୂଚନା ଦିଏ ।
- ଯେତେବେଳେ କିଛି ଶୁଭ କାମରେ ସମସ୍ୟା ଦେଖା ଦେଉଥାଏ ତେବେ ଭାବି ନେବାକୁ ପଡିବ ଯେ ଆଗାମୀ ବର୍ଷ କିଛି ବିପତ୍ତି ଆସିବାର ଅଛି । ଏହି ସଙ୍କଟକୁ ଦୂର କରିବା ପାଇଁ ଆପଣଙ୍କ ଘରେ ସୁନ୍ଦରା କାଣ୍ଡର ପାଠ ଅବଶ୍ୟ କରନ୍ତୁ ।
- ଅଚାନକ ଯଦି ଆପଣଙ୍କ ଛାତ ଉପରେ କିମ୍ବା ଅଗଣାରେ ହାଡର ଟୁକୁରା ପଡିଯାଏ ତେବେ ଆସନ୍ତା ସମୟରେ ଆପଣଙ୍କୁ କିଛି ଅଶୁଭ ଖବର ମିଳି ପାରେ ।
- ଯେବେ ଘରର ଛାତରୁ ଅଚାନକ ପ୍ଲାଷ୍ଟର ଭାଙ୍ଗିକି ପଡିବାକୁ ଲାଗେ, କାନ୍ଥରେ ଫାଟ ଦେଖାଦିଏ ତେବେ ଏହି ସଂକେତ ଆପଣଙ୍କ ପାଇଁ ଅଶୁଭ ହୋଇପାରେ |
କିଛି କଥା ମାନନ୍ତୁନା ଜୀବନଟା କିଛି ସଙ୍କଟରୁ ବର୍ତ୍ତୀ ଯାଇପାରେ | କାରଣ ଆମ ଜୀବନ ବହୁତ ମୂଲ୍ୟବାନ |
ଧନ୍ୟବାଦ
0 Comments
Do you have any doubts or suggestions? Ask them here in the comments!