୧୦୦ ଗ୍ରାମ ସାଗୁରେ ୩୫୦ କ୍ୟାଲୋରୀ ଏବଂ ୬୭ଗ୍ରାମ ଫ୍ୟାଟ ରହିଥାଏ। ଏହା ବ୍ୟତୀତ ଏଥିରେ ୮୫ ଗ୍ରାମ କାର୍ବ୍ସ, ୩ ଏମ ଜି ସୋଡିୟମ, ୧% କ୍ୟାଲସିୟମ ଏବଂ ୭% ଆଇରନ ରହିଥାଏ। ଏଥି ସହ ଆଣ୍ଟି-ଆକ୍ସିଡେଣ୍ଟ,କ୍ୟାଲସିୟମ,କପର,ଫାଇବର, ପ୍ରୋଟିନ,ଭିଟାମିନ-ବି-୬, ବି କମ୍ପ୍ଲେକ୍ସ,ମାଗ୍ନେସିଅମ୍, ସୋଡିୟମ ଆଦି ରହିଥାଏ।
ସାଗୁ ଦାନା ର ଫାଇଦା
ସାଗୁ ପୁରା ଦିନ ଶରୀରକୁ ଏନର୍ଜି ଦେଇଥାଏ---
ସକାଳର ଜଳଖିଆରେ ସାଗୁ ଦାନାରେ ତିଆରି ହୋଇଥିବା କୌଣସି ଜିନିଷ ଖାଇବା ଦ୍ୱାରା ପୁରା ଦିନ ଶରୀରରେ ଏନର୍ଜି ରହିଥାଏ। ଭିଟାମିନ, ମିନେରାଲ୍ସ, କାର୍ବ୍ସ ଏବଂକାର୍ବୋହାଇଡ୍ରେଡ଼ ରହିଥିବାରୁ ଏହା ଶରୀରରେ ତୁରନ୍ତ ଏନର୍ଜି ଆସିଥାଏ। ଏହାଛଡ଼ା ଏହାକୁ ଖାଇବା ଦ୍ୱାରା ବହୁ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ରହିଥାଏ। ସାଗୁରେ ଫାଇବର ଏବଂ କାର୍ବ୍ସ ପ୍ରଚୁର ମାତ୍ରାରେ ରହିଥିବାରୁ ଏହାକୁ ସେବନ କଲେ ବହୁ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ। ଏହାକୁ ସେବନ କରିବା ଦ୍ୱାରା କବଜ, ଗ୍ୟାସ ଆଦି ସମସ୍ୟା ଦୂର ହୋଇଥାଏ।
ଗରମରୁ ରକ୍ଷା କରିଥାଏ---
ପ୍ରାୟତଃ ଉପବାସ ସମୟରେ ଅତ୍ୟଧିକ ଗରମ ଲାଗିଥାଏ। ଏହି ସମୟରେ ସାଗୁ ଦାନାରେ ଖେଚୁଡି ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ଗରମ ଦୂର ହୋଇଥାଏ ଏବଂ ଏହା ଶରୀରକୁ ସତେଜ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।
ହଜମ ପକ୍ରିୟା ସହଜ ହୋଇଥାଏ---
ଉପବାସ ଦିନ ଅତ୍ୟଧିକ ଖାଦ୍ୟ ନ ଖାଇବା ଦ୍ୱାରା କେବଳ ନିଦ ଆସି ନଥାଏ ବରଂ ଗ୍ୟାସଟିକ ସମସ୍ୟା ମଧ୍ୟ ଦେଖାଦେଇଥାଏ! କିନ୍ତୁ ସାଗୁ ଦାନା ହଜମ କରିବାରେ ସହଜହୋଇଥାଏ। ଏହା ଶରୀରରେ ଶକ୍ତି ଦେବା ସହ ପେଟ ଫୁଲିବା, ଗ୍ୟାସ, ଅପଚ ଏବଂ କବଜ ସମସ୍ୟା ଦୂର ହୋଇଥାଏ।
ଶରୀରରେ ରକ୍ତ ବଢାଇଥାଏ---
ସାଗୁରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ। ଯାହା ଦ୍ୱାରା ଶରୀରରେ ରେଡ ବ୍ଲଡ ସେଲ୍ସ ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି ତେବେ ତୁରନ୍ତ ଆପଣ ଖାଦ୍ୟରେ ସାଗୁ ସାମିଲ କରନ୍ତୁ।ଏହା ମାଂସପେଶୀ କୁ ମଧ୍ୟ ଶକ୍ତି ପ୍ରଦାନ କରିଥାଏ । ଏହା ଖାଇଲେ କେବେ ମଧ୍ୟ ରକ୍ତ ର ଅଭାବ ହେଇ ନଥାଏ, ହିମଗ୍ଲୋବିନ ବଢେ ।
ଓଜନ ବୃଦ୍ଧିରେ ସାହାଯ୍ୟ କରିଥାଏ---
ଯଦି ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ ସାଗୁ ଆପଣଙ୍କ ପାଇଁ ବେଷ୍ଟ ଖାଦ୍ୟ । ଏଥିରେ ପ୍ରଚୁର ମାତ୍ରାରେ ଫ୍ୟାଟ ଏବଂ କ୍ୟାଲୋରୀ ରହିଥାଏ, ଯାହା ଖାଇବା ଦ୍ୱାରା ଶରୀରର ଓଜନ ଜଲଦି ବଢିବାରେ ସାହାଯ୍ୟ କରିଥାଏ|
ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ---
ଯଦି ଆପଣଙ୍କର ଉଚ୍ଚ ରକ୍ତଚାପର ସମସ୍ୟା ରହିଥାଏ ତେବେ ସାଗୁ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ସାଗୁଦାନା ଶରୀରରେ ରକ୍ତ ସଞ୍ଚାଳନ ସଠିକ ରୂପେ କରିଥାଏ। ଏହି କାରଣରୁ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ନିଶ୍ଚିତ ସାଗୁ ଖାଇବା ଉଚିତ ।
ହାଡ଼କୁ ମଜବୁତ କରିଥାଏ---
ସାଗୁ ଦାନା ଖାଇବା ଯୋଗୁଁ ଆପଣଙ୍କ ମାଂସ ଓ ହାଡ଼ ଅଧିକ ଶକ୍ତ ହୋଇଥାଏ | ଏଥିରେ କ୍ୟାଲସିଅମ୍ ର ମାତ୍ରା ଅଧିକ ଥାଏ | ଏହା ଦୁର୍ବଳ ହାଡ଼କୁ ଠିକ କରିଥାଏ ଓ ହାଡ଼ ଗୁଡିକୁ ଶକ୍ତ କରିଥାଏ |
କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ---
ଏହା ଆପଣଙ୍କ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ |
0 Comments
Do you have any doubts or suggestions? Ask them here in the comments!